ETV Bharat / state

ବରଗଡ଼ରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ CEO, ଆଦର୍ଶ ଏବଂ ସଖି ବୁଥକୁ ଗୁରୁତ୍ବ - CEO VISITS BARGARH

author img

By ETV Bharat Odisha Team

Published : Apr 6, 2024, 2:15 PM IST

Odisha CEO Visits Bargarh: ପାଖେଇ ଆସୁଛି ବିଧାନସଭା ଓ ଲୋକସଭା ନିର୍ବାଚନ । ଏନେଇ ବରଗଡ ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଅବାଧ ଭୋଟ ଗ୍ରହଣ ସଂପର୍କରେ ଦେଇଛନ୍ତି ସୂଚନା । ଅଧିକ ପଢ଼ନ୍ତୁ,

Odisha CEO VISITS BARGARH
Odisha CEO VISITS BARGARH

DISHA CHIEF ELECTION OFFICER VISITED BARGARH AND REVIEWED ELECTION PREPARATIONS

ବରଗଡ଼: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହି ପରିପ୍ରକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବରଗଡ଼ ଗସ୍ତକରି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ସମସ୍ତ ରିଟର୍ଣ୍ଣି ଅଧିକାରୀ, ସହକାରୀ ରିଟର୍ଣ୍ଣି ଅଧିକାରୀ ତଥା ତହସିଲଦାର, ବିଡିଓ ଏବଂ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ ।

ସମୀକ୍ଷା ସମୟରେ ନିର୍ଦ୍ଦେଶାବଳୀ: ପ୍ରଥମ ସୋପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ପାଞ୍ଚୋଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା କ୍ଷେତ୍ର ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ଗ୍ରୀଷ୍ମ ପ୍ରବାହ ଏବଂ କାଳ ବୈଶାଖୀ ସମୟରେ ମତଦାନର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହା ସହିତ ଜିରୋ କାଜୁଆଲିଟି ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାନୀୟ ଜଳ, ଛାଇ ବ୍ୟବସ୍ଥା, ଦିବ୍ୟାଙ୍ଗ ଏବଂ ବୃଦ୍ଧ ଭୋଟରଙ୍କ ପାଇଁ ହୁଇଲ ଚେୟାର ଓ ଭୋଟର ସହାୟତା କେନ୍ଦ୍ର କରିବାକୁ ନିର୍ଦ୍ଧେଶ ଦେଇଥିଲେ । ପ୍ରତ୍ୟେକ ଭୋଟ ମୂଲ୍ୟବାନ ତେଣୁ ମତଦାନରେ ନିୟୋଜିତ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ପୋଷ୍ଟାଲ ଭୋଟର ବ୍ୟବସ୍ତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପରଜଙ୍ଗରେ ବଢୁଛି ବିଜେଡି ବଳ, ମିଶିଲେ ଶତାଧିକ କର୍ମୀ - Election Campaign

ଆଦର୍ଶ ବୁଥ ବିଷୟରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀ ସଖି ବୁଥରେ ମହିଳା ପୋଲିଂ ଟିମର ସମ୍ପୂର୍ଣ ସୁରକ୍ଷା ଏବଂ ସେମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥାାକୁ ଗୁରୁତ୍ୱ ଦେବା ସହ ରାଜନୈତିକ ଦଳ ସହିତ ଆଲୋଚନା କରି ମହିଳା ପୋଲିଂ ଏଜେଣ୍ଟ ନିୟୋଜନ କରିବା ପାଇଁ କହିଥିଲେ । ନିର୍ବାଚନ କାର୍ଯ୍ୟରେ କୌଣସି ଅନିୟମିତତା କିମ୍ବା ଦୁର୍ନୀତି ପ୍ରତି ନିର୍ବାଚନ ଆୟୋଗର ଆଭିମୁଖ୍ୟ ଉଲ୍ଲେଖ କରିବା ସହିତ ଆଦର୍ଶ ଅଚରଣ ବିଧି ଅନୁପାଳନ କରି ମୁକ୍ତ, ଅବାଧ, ନିରପେକ୍ଷ, ସର୍ବ ସମ୍ମିଳିତ ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କଲାଭଳି ନିର୍ବାଚନ ବ୍ୟବସ୍ତା କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ।


ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ମତଦାନ ସମୟରେ ସମସ୍ତ ବିଭାଗର ସମନ୍ୱୟ ରଖି ଏକ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ର ବାବସ୍ଥା କରିବା ସହ ଉଭୟ ମତଦାତା ଏବଂ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ପେଟ୍ରୋଲିଂ, କମ୍ବିଙ୍ଗ ଅପରେସନ ଏବଂ ଫ୍ଲାଗମାର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାଦକ ଦ୍ରବ୍ୟ ଏବଂ ପଇସା ବଣ୍ଟନକୁ ରୋକିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସୀମାରେ କଡାକଡି ଯାଞ୍ଚ କରିବାକୁ କହିଥିଲେ । ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା ସ୍ଵଛ ଏବଂ ନିରପେକ୍ଷ ନିର୍ବାଚନ ଲାଗି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି, ଚେକ ପୋଷ୍ଟ ଚେକିଂ, ମାଦକ ଦ୍ରବ୍ୟ ଜବତ, ଫ୍ଲାଗମାର୍ଚ୍ଚ, ମାଓ ପ୍ରବଣ ବୁଥରେ ଜିଓ ଟାଗିଙ୍ଗ ବ୍ୟବସ୍ତା ଆଦି ପୋଲିସ ବିଭାଗର ରଣନୀତି ନେଇ ସବିଶେଷ ତଥ୍ୟ ରଖିଥିଲେ । ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଆଦିତ୍ୟ ଗୋୟଲ ଭୋଟର୍ କାର୍ଡ ପ୍ରିଣ୍ଟିଂ, ଫର୍ମ ପ୍ରକ୍ରିୟାକରଣ ସ୍ଥିତି, ମଡେଲ୍ ମତଦାନ କେନ୍ଦ୍ରର ପ୍ରସ୍ତୁତି, ଭୋଟ୍ କାଉଣ୍ଟିଂ ହଲ୍, ଇଭିଏମ୍ ଷ୍ଟୋର ରୁମ୍, ପୁଲିଂ ପାର୍ଟି, ସୁଇପ୍ କାର୍ଯ୍ୟକଳାପ, ଗତିବିଧି ଯୋଜନା, ମାର୍ଗ ଚାର୍ଟ, ମତଦାନ ପାଇଁ ସାମଗ୍ରୀର ସ୍ଥିତି, ଆଦର୍ଶ ଆଚରଣ ବିଧିର ଅନୁପାଳନ ଏବଂ ଗ୍ରୀଷ୍ମ ପ୍ରବାହ କାଳବୈଶାଖୀ ସମୟରେ ସୁଚାରୁ ରୂପେ ମତଦାନ ନିମନ୍ତେ ପଦକ୍ଷେପ ନେଇ ସବିଶେଷ ତଥ୍ୟ ରଖିଥିଲେ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.