ଆଠମଲ୍ଲିକରେ ଧର୍ମେନ୍ଦ୍ରଙ୍କ ପ୍ରଚାର, ରାଜ୍ୟ ସରକାରଙ୍କୁ ସମାଲୋଚନା - Dharmendra Pradhan Campaign

By ETV Bharat Odisha Team

Published : May 14, 2024, 7:33 AM IST

thumbnail
Dharmendra Pradhan Road show (ETV Bharat Odisha)

Dharmendra Pradhan Road show at Athamallick: ଅନୁଗୋଳ: ଆଠମଲ୍ଲିକରେ ବିଜେପି ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କ ବିଶାଳ ରୋଡ଼ ଶୋ ଓ ପଦଯାତ୍ରା ଦେଖିବାକୁ ମିଳିଛି । ଏଥିରେ ହଜାର ହଜାର ସମର୍ଥକ ବିଜେପି ପ୍ରାର୍ଥୀଙ୍କ ସହ ସାମିଲ ହୋଇ ହୋଇଥିଲେେ । ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କୁ ନେଇ ସମାବେଶ ମଧ୍ୟ କରିଛନ୍ତି । 

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଜାର ହଜାର ସମର୍ଥକଙ୍କ ସହ ଜୋରଦାର ପ୍ରଚାର କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ହଣ୍ଡପା ଠାରେ ଦୁଇ କିମିରୁ ଅଧିକ ରୋଡ଼ ଶୋ କରିଥିଲେ । ତାଙ୍କ ସହ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ଏବଂ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । 

ଏହାମଧ୍ୟ ପଢନ୍ତୁ.. ତାଳଚେରରେ ଜମୁଛି ପ୍ରଚାର, ପଦଯାତ୍ରାରେ ଯାଇ ଭୋଟ୍ ମାଗୁଛନ୍ତି ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀ - BJP Campaign In Talcher
 

ଏହି ସମୟରେ ଯୁବକଙ୍କ ଠାରୁ ନେଇ ମହିଳାମାନେ ମନ୍ତ୍ରୀଙ୍କୁ ମମସ୍ତେ ସ୍ୱାଗତ କରିଥିଲେ। ମନ୍ତ୍ରୀଙ୍କ ଉପରେ ଫୁଲ ପକାଇ ସମର୍ଥନ କରିଥିଲେ । ସେଠାରୁ ବାଇକ ରାଲି କରି ବଇଣ୍ଡା ଠାରେ ଆୟୋଜିତ ବିଜୟ ସଂକଳ୍ପ ଯାତ୍ରାରେ ଯୋଗ ଦେଇ ଉଦବୋଧନ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏଥର ମୋଦିଙ୍କ ସ୍ୱପ୍ନ ସଫଳ କରିବାକୁ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜୟ କରାଇବାକୁ ନିବେଦନ କରିଥିଲେ । ଏହି ସମାବେଶରେ ରାଜ୍ୟ ସରକାରଙ୍କଙ୍କୁ ସମାଲୋଚନା କରି ଅପାରଗତା କହି ମଧ୍ୟ କହିବାକୁ ପଛାଇ ନଥିଲେ ଧର୍ମେନ୍ଦ୍ର ପ୍ରଧାନ  । 


ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.