ତାଳଚେରରେ ଜମୁଛି ପ୍ରଚାର, ପଦଯାତ୍ରାରେ ଯାଇ ଭୋଟ୍ ମାଗୁଛନ୍ତି ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀ - BJP Campaign in Talcher

By ETV Bharat Odisha Team

Published : May 13, 2024, 7:33 AM IST

thumbnail
BJP Campaign in Talcher (ETV Bharat Odisha)

BJP Campaign in Talcher: ଅନୁଗୋଳ: ପ୍ରଚାର ମୈଦାନରେ ନେତା । ଭୋଟରଙ୍କ ମନ ଜିଣି ତାଙ୍କ ନିକଟତର ହେବା ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରୟାସ । ନିଜ ନିଜ ସମର୍ଥକ ଓ କର୍ମୀଙ୍କୁ ସାଙ୍ଗରେ ଧରି ମାଗୁଛନ୍ତି ଭୋଟ୍ । ସାରା ଦେଶରେ ନିର୍ବାଚନୀ ମାହୋଲ ଥିବା ବେଳେ ଅନୁଗୋଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ରହିଛି  । 

ଅନୁଗୋଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲ ଓ ଢେଙ୍କାନାଳ ଲୋକସଭା ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ନିଜର ସହ ସହ ସମର୍ଥକଙ୍କ ସହ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ହାତରେ ପ୍ରଚାର ପତ୍ର ଧରି ଲୋକଙ୍କୁ ଦେବା ସହର ପଦ୍ମ ଫୁଲ ଚିହ୍ନରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । କାଳନ୍ଦୀ ଚତୁର୍ଥ ଥର ବିଜେପି ଦଳ ପାଇଁ ବିଧାୟକ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ରୁଦ୍ର ନାରାୟଣ ମଧ୍ୟ ଚତୁର୍ଥ ଥର ପାଇଁ ଢେଙ୍କାନାଳ ଲୋକସଭାର ପ୍ରାର୍ଥୀ ଅଛନ୍ତି। । ଦଳ ତାଙ୍କ ଉପରେ ପୁଣି ଭରସା କରିଛି । 

ଏହାମଧ୍ୟ ପଢନ୍ତୁ.. ବଣାଇରେ ବିଜେପି ଦେଖାଇଲା ଦମ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ବିଜୟ ସଂକଳ୍ପ ସମାବେଶ - BJP Campaign In Bonai Constituency

ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲ ଓ ରୁଦ୍ର ନାରାୟଣ ପାଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ ଯୋଜନାଗୁଡିକ ବିଷୟରେ ଲୋକମାନଙ୍କୁ କହିଛନ୍ତି  । ଆଉମଧ୍ୟ ଆଗାମୀ ଦିନରେ ତାଙ୍କୁ ଆଶିର୍ବାଦ କଲେ ସେ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବେ ଓ ମୋଦି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ କୁ ଆହୁରି ଆଗକୁ ନେବେ ବୋଲି କହିଛନ୍ତି  । ଅନ୍ୟପଟେ ଉଭୟ ନେତା ବିଜେଡି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି  । ଏ ଅଞ୍ଚଳରେ ବିଜେଡି କ୍ଷମତାରେ ଥିଲେ ମଧ୍ୟ ଏଠାରେ ସଠିକ ଭାବେ କିଛି ବିକାଶ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ  । 

ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି,ତାଳଚେର ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ଘଣ୍ଟପଡା ପଞ୍ଚାୟତର ଘଣ୍ଟପଡା ହାଇସ୍କୁଲ ପଡିଆରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ଆରମ୍ଭ କରିଥିଲେ । ଏମାନଙ୍କ ସହ ରାଜସ୍ଥାନର ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୁଗରାମ ପଟେଲ ସାମିଲ ହୋଇଥିଲେ । 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.