ବର୍ଷାରେ ଭିଜି ଭିଜି ଭୋଟ ମାଗିଲେ ବିଜେପି ପ୍ରାର୍ଥୀ - Lok Sabha Election 2024

By ETV Bharat Odisha Team

Published : May 14, 2024, 7:27 AM IST

thumbnail
BJP campaign in Rourkela (ETV Bharat Odisha)

BJP campaign in Heavy rain ରାଉରକେଲା:  ପ୍ରବଳ ବର୍ଷାରେ ଭିଜି ନେତାଙ୍କ ପ୍ରଚାର । ନିର୍ବାଚନ ତାରିଖ ଯେତିକି ପାଖେଇ ପ୍ରଚାର ମୈଦାନ ସେତେ କମ୍ପିବାରେ ଲାଗିଛି । ଦିନ ରାତି ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ । ବର୍ଷା, ଖରାକୁ ଖାତିର ନକରି ଘର ଘର ବୁଲି ଭୋଟରଙ୍କୁ ମନାଇବା ପ୍ରୟାସରେ ଲାଗିଛନ୍ତି ପ୍ରାର୍ଥୀ  । ରାଉରକେଲାରେ ସୋମବାର ଦିନ ପ୍ରବଳ ବର୍ଷାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ଜୁଏଲ ଓରାମ ସେମାନଙ୍କ ସମର୍ଥକମାନଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଛି  ।

ଏହାମଧ୍ୟ ପଢନ୍ତୁ.. ପରିବର୍ତ୍ତନ ଚାହୁଁଛନ୍ତି ରାଉରକେଲାବାସୀ, ଜିତିଲେ ଲୋକଙ୍କ ମୌଳିକ ସମସ୍ୟା ପୂରଣ କରିବି: ଦିଲ୍ଲୀପ ରାୟ - Rourkela Bjp Candidate Dillip Roy

ସୋମବାର ସନ୍ଧ୍ୟାରେ ହଠାତ କାଳ ବୈଶାଖୀ ପ୍ରଭାବରେ ରାଉରକେଲାରେ ସହରର ଉଦିତନଗର, ବାସନ୍ତୀ କଲୋନୀ ଏବଂ ଡେଲି ମାର୍କେଟ, ଛେଣ୍ଡ କଲୋନୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ହେଲେ ବର୍ଷାକୁ ଖାତିର ନ କରି ଭିଜି ପ୍ରଚାର କରିଛନ୍ତି ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ସୁନ୍ଦରଗଡ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ସେମାନଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ସହ ତାଳ ଦେଇ ଆଗକୁ ମାଡି ଚାଲିଥିଲେ  । 

ସୂଚନାଯୋଗ୍ୟ, ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ମେ ୨୦ରେ ପଡିବାକୁ ଯାଉଛି ଭୋଟ  । ନିର୍ବାଚନ ନିୟମ ଅନୁଯାୟୀ ୧୮ରୁ ପ୍ରଚାର କାର୍ଯ୍ୟ ବନ୍ଦ ରହିବ  । ତେବେ ନେତାଙ୍କ ହାତରେ ଆଉମାତ୍ର ୪ଟା ଦିନ ବାକି ରହିଥିବା ବେଳେ ପ୍ରଚାର ଜୋରଦାର ରହିଛି  । 

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.