ETV Bharat / state

ପରିବର୍ତ୍ତନ ଚାହୁଁଛନ୍ତି ରାଉରକେଲାବାସୀ, ଜିତିଲେ ଲୋକଙ୍କ ମୌଳିକ ସମସ୍ୟା ପୂରଣ କରିବି: ଦିଲ୍ଲୀପ ରାୟ - Rourkela Bjp Candidate Dillip Roy

author img

By ETV Bharat Odisha Team

Published : May 7, 2024, 7:16 PM IST

ପରିବର୍ତ୍ତନ ଚାହୁଁଛନ୍ତି ରାଉରକେଲା ବାସୀ, 'ଜିତିଲେ ଗେର ଘେର ପହଞ୍ଚାଇବି ମୌଳିକ ସମସ୍ୟା'; ଦିଲ୍ଲୀପ ରାୟ
ପରିବର୍ତ୍ତନ ଚାହୁଁଛନ୍ତି ରାଉରକେଲା ବାସୀ, 'ଜିତିଲେ ଗେର ଘେର ପହଞ୍ଚାଇବି ମୌଳିକ ସମସ୍ୟା'; ଦିଲ୍ଲୀପ ରାୟ (ETV Bharat Odisha)

Rourkela Bjp Candidate Dillip Roy: ପାଖେଇ ଆସୁଛି ଓଡ଼ିଶା ବିଧାନସଭା ନିର୍ବାଚନ । ଯାହାକୁ ନେଇ ରାଜ୍ୟର ୩ ପ୍ରମୁଖ ଦଳ ଲଢେଇ ଦେଖିବାକୁ ମିଳୁଥିବା ମିଳେ ଭୋଟରକୁ ମନାଇବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ଏହି ସମୟରେ ବିଜେପି ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ରାଉରକେଲାରେ ଜୋରଦାର ପ୍ରଚାର ଜାରି ରଖିଛନ୍ତି । ଅଧିକ ପଢନ୍ତୁ

ଦିଲ୍ଲୀପ ରାୟଙ୍କ ଡୋର ଟୁ ଡୋର କ୍ୟାମ୍ପେନ (ETV Bharat Odisha)

ରାଉରକେଲା: ୨୦୨୪ ନିର୍ବାଚନ ନେଇ ରାଜ୍ୟରେ ସରଗରମ ରାଜ୍ୟ ରାଜନୀତି । ୩ ପ୍ରମୁଖ ଦଳର ନେତା କର୍ମୀମାନେ ଭୋଟରଙ୍କୁ ମନାଇବାରେ ଲାଗିପଡିଥିବା ବେଳେ ପ୍ରଚାରରେ କମ୍ପୁଛି ମୈଦାନ । ତେବେ ଏଥର ରାଉରକେଲାରେ ରାଜନୀତି ପାଣିପାଗ ଜୋରଦାର ହେବାରେ ଲାଗିଛି । ରାଉରକେଲା ବିଜେପି ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଆଜି ସହରର ପାନପୋଷ ଅଞ୍ଚଳରେ ନିଜ ସମର୍ଥକମାନଙ୍କ ସହ ମିଶି ପ୍ରଚାର ଆରମ୍ଭ କରିଛନ୍ତି । ଏହି ସମୟରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ଲୋକଙ୍କ ସପକ୍ଷରେ ସେମାନଙ୍କ ମୌଳିକ ସମସ୍ୟାକୁ ମୁଦ୍ଦା କରି ନିର୍ବାଚନ ଲଢୁଛନ୍ତି । ନିର୍ବାଚନ ଜିତିଲେ ଲୋକଙ୍କ ମୌଳିକ ସମସ୍ୟା ପୂରଣ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କିଏ କରିଛି ରାଉରକେଲାର ବିକାଶ ? କଥା କଟାକଟି ହେଲେ ବିଜେପି-ବିଜେଡି-କଂଗ୍ରେସ

ରାଉରକେଲା ନିର୍ବାଚନ ମଣ୍ଡଳୀର ବିଜେପିର ବିଜୟ ନିଶ୍ଚିତ କରିବା ପାଇଁ ବିଜେପି ବିଧାୟକ ଦିଲ୍ଲୀପ ରାୟ କର୍ମୀଙ୍କ ବିପୁଳ ପ୍ରୟାସ ଜାରି ରହିଛି । ଏକ ବିଶାଳ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଦିଲ୍ଲୀପ ରାୟ । ଲୋକଙ୍କ ସମର୍ଥନରେ ବିଶ୍ୱାସ ପ୍ରକଟ କରି ସୂଚନା ଦେଇଛନ୍ତି ଯେ, ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଏଣୁ ଜନସାଧାରଣ ଏବଂ ଭୋଟର ଭାଇ ଭଉଣୀ ଏବଂ ଲୋକ ମାନଙ୍କ ଆଶୀର୍ବାଦ ତାଙ୍କୁ ଏହି ନିର୍ବାଚନରେ ବିଜୟ ଆଡ଼କୁ ଆଗେଇ ନେବ ନିଶ୍ଚିତ । ତେବେ ରାଜ୍ୟ ସରକାର ରାଜ୍ୟର ବିକାଶ ପାଇଁ କିଛି କରି ନାହାନ୍ତି ଏବଂ କେନ୍ଦ୍ର ସରକାରଙ୍କ ବିକାଶ ଧାରାରେ ଓଡିଶାକୁ ସମ୍ପୂର୍ଣ୍ଣ ସାମିଲ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଦିଲ୍ଲୀପ ରାୟ । ଏଥର ଏଠାରେ ନିଶ୍ଚିତ ବିଜେପି ବିଜୟ ନେଇ ଆଶାବାଦୀ ଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନାମାଙ୍କନ ପରେ ପ୍ରଚାର ଜୋରଦାର, ବିଶାଳ ରାଲିରେ ଶକ୍ତି ପ୍ରଦର୍ଶନ କଲେ ଦିଲ୍ଲୀପ ରାୟ

ଏଥର ରାଉରକେଲା ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖୀ ଲଢେଇ ଜୋରଦାର ହେବାକୁ ଯାଉଛି । ବିଜେପିରୁ ଟାଣୁଆ ନେତା ଦିଲ୍ଲୀପ ରାୟ ନିର୍ବାଚନ ଲଢୁଥିବା ବେଳେ ବିଜେଡିରୁ ସାରଦା ପ୍ରସାଦ ନାୟକ ଓ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ବିରେନ୍ଦ୍ର ନାଥ ପଟ୍ଟନାୟକ ମୈଦାନକୁ ଓହ୍ଲାଇଛନ୍ତି । ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ମଧ୍ୟ ଜୋରଦାର ଚଳାଇଛନ୍ତି । ରାଉରକେଲାରେ ମେ ୨୦ ତାରିଖରେ ଭୋଟ ପଡିବାକୁ ଯାଉଛି । ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ ।

ଇଟିିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.