ETV Bharat / technology

ହ୍ବାଟ୍ସଆପରେ ଥାର୍ଡ ପାର୍ଟି ଫିଚର ଲାଇଭ କଲା କମ୍ପାନୀ, ମିଳିବ ଏହି ସୁବିଧା

author img

By ETV Bharat Odisha Team

Published : Jan 25, 2024, 6:53 PM IST

WhatsApp Third Party Chat Feature: ହ୍ବାଟ୍ସଆପରେ ରୋଲଆଉଟ ହେଲା ଥାର୍ଡ ପାର୍ଟି ଫିଚର । ଏହି ଫିଚରକୁ ଏମିତି ବ୍ୟବହାର କରିବେ ୟୁଜର୍ସ । ଅଧିକ ପଢନ୍ତୁ

WhatsApp
WhatsApp

ହାଇଦ୍ରାବାଦ : ହ୍ବାଟ୍ସଆପକୁ ଆସିଲା ବଡ ଅପଡେଟ । ବର୍ତ୍ତମାନ ସୁଦ୍ଧା ଆଇଓଏସ ୟୁଜର୍ସଙ୍କ ପାଇଁ ଏହା ଲାଇଭ କରାଯାଇଥିବା ବେଳେ ଆଗାମୀ ମାର୍ଚ୍ଚ ସୁଦ୍ଧା ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବା ନେଇ କୁହାଯାଇଛି । ହ୍ବାଟ୍ସଆପରେ ଥାର୍ଡ ପାର୍ଟି ଫିଚର ରୋଲଆଉଟ କରାଯାଇଛି । ଏହା ଦ୍ବାରା ହ୍ବାଟ୍ସଆପ ଅପରେଟ କରୁନଥିବା ୟୁଜର୍ସ ମଧ୍ୟ ହ୍ବାଟ୍ସଆପ ୟୁଜର୍ସଙ୍କୁ ମେସେଜ ପଠାଇପାରିବେ । ତେବେ ଏହି ଫିଚର ନେଇ କମ୍ପାନୀ ପୂର୍ବରୁ କାର୍ଯ୍ୟ ଜାରି ରଖିଥିବା ବେଳେ ଏବେ ଏହାକୁ ରୋଲଆଉଟ କରିଛି ।

ଇୟୁର ଡିଜିଟାଲ ମାର୍କେଟ ଆକ୍ଟ ଅନୁଯାୟୀ, ସମସ୍ତ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଅର୍ଥାତ ଯେଉଁମାନଙ୍କର ଡିଜିଟାଲ ମାର୍କେଟରେ ମହତ୍ତ୍ବପୂର୍ଣ୍ଣ ପ୍ରଭାବ ରହିଛି ସେମାନେ ଥାର୍ଡ ପାର୍ଟି ଫିଚର ରୋଲଆଉଟ କରିବା ବାଧ୍ୟ ଅଟେ । ଏହା ଦ୍ବାରା ୟୁଜର୍ସଙ୍କୁ ଇଣ୍ଟରୋଅପରେବିଲିଟିର ଫାଇଦା ମିଳିବ । ସାଧାରଣ ଭାଷାରେ କହିବାକୁ ଗଲେ ଯେଉଁମାନେ ହ୍ବାଟ୍ସଆପରେ ଆକ୍ଟିଭ ନଥିବେ, ସେମାନ ଅୃନ୍ୟ ଆପରେ ମଧ୍ୟ ୟୁଜର୍ସଙ୍କୁ ମେସେଜ କରିପାରିବେ । ଏହି ମେସେଜ ହ୍ବାଟ୍ସଆପ ୟୁଜର୍ସଙ୍କୁ ମେସେଜ ହ୍ବାଟ୍ସଆପର ଥାର୍ଡପାର୍ଟି ଚାଟ୍ ଫୋଲ୍ଡରରେ ଦେଖାଯିବ ।

ଏହା ମଧ୍ୟ ପଢନ୍ତୁ : ହ୍ବାଟ୍ସଆପ୍‌ରେ ପୁଣି ଫେରିଲା ପୁରୁଣା ଫିଚର, ଡେସ୍କଟପ୍ ଆପ୍ ମାଧ୍ୟମରେ ପଠାଇପାରିବେ ଭିୟୁ ୱାନ୍ସ ଫଟୋ ଏବଂ ଭିଡିଓ

ଇଣ୍ଟରୋଅପରେବିଲିଟି ଫିଚର ଏକ ଅପ୍ଟ ଇନ କିମ୍ବା ଆଉଟ ଫିଚର ହେବ । ୟୁଜର୍ସ ଅନ୍ୟ କୌଣସି ଆପରେ ମେସେଜ କରିବା ପାଇଁ ଆପଣଙ୍କ ନଚାହିଁଲେ ତେହେଲେ ଏହି ଅପ୍ସନକୁ ଆପଣ ଦୂରେଇ ରହିପାରିବେ । ଇଣ୍ଟରୋଅପରେବିଲିଟି ଫିଚର ଦ୍ବାରା କରାଯାଇଥିବା ସମସ୍ତ ମେସେଜ ଏଣ୍ଡ ଟୁ ଏଣ୍ଡଏନକ୍ରିପଡେଟ ରିସିଭର ଏବଂ ସେଣ୍ଡର ମଧ୍ୟରେ ସୀମିତ ରହିବ ।

ଏନେଇ ହ୍ବାଟ୍ସଆପ ଉପରେ ନଜର ରଖୁଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସେୟାର କରାଯାଇଛି । ସେୟାର କରାଯାଇଥିବା ସ୍କ୍ରିନସଟରେ ଦେଖାଯାଇଛି ଯେ, ହ୍ବାଟ୍ସଆପରେ ରହିଥିବା ଅଲ୍ ସେଗମେଣ୍ଟରେ 5ଟି ଅପ୍ସନ ରହିବ । ପ୍ରଥମରେ ଥାର୍ଡ ପାର୍ଟି ଚାଟ୍, ଆରଚିଭ, ବିଜନେସ କମ୍ୟୁନିଟି, ଜେନେରାଲ ଏବଂ ଓ୍ବେବବିଟାଇନଫୋ । ତେବେ ବର୍ତ୍ତମାନ ସୁଦ୍ଧା ହ୍ବାଟ୍ସଆପ ବିଟା ୟୁଜର୍ସଙ୍କ ନିକଟରେ ଏହି ଫିଚର ରହିଛି । ତେବେ ଆଗାମୀ ଦିନରେ ଏହା ଆଣ୍ଟ୍ରୋଏଡ ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲଆଉଟ କରାଯିବ । ତେବେ ଏହା ବ୍ୟତୀତ ଅନେକ ଫିଚକ ଉପରେ କାର୍ଯ୍ୟ ଜାରି ରଖିଛି କମ୍ପାନୀ । ଯାହାକି ଆଗାମୀ ଦିନରେ ପାଇବେ ୟୁଜର୍ସ । ଖୁବଶୀଘ୍ର ହ୍ବାଟ୍ସଆପ ଇନରଫେସ(UI)ରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ରହିଛ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.