ETV Bharat / technology

2028ରେ ଲଞ୍ଚ ହେବ ଚନ୍ଦ୍ରଯାନ-4, ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରିବ ଭାରତ

author img

By ETV Bharat Odisha Team

Published : Feb 29, 2024, 1:08 PM IST

Chandrayaan 4
Chandrayaan 4

Chandrayaan-4: ଚନ୍ଦ୍ରଯାନ-3 ଉତକ୍ଷେପଣର ପ୍ରାୟ 4 ବର୍ଷ ପରେ ଲଞ୍ଚ କରାଯିବ ଚନ୍ଦ୍ରଯାନ-4 । ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରିବ ଭାରତ । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ମୁନ ମିଶନ ଚନ୍ଦ୍ରଯାନ-3କୁ ନେଇ ବିଶ୍ବ ବିଦିତ ହୋଇଛି । ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଇସ୍ରୋ । ଆସନ୍ତା 2028 ମସିହାରେ ଚନ୍ଦ୍ରଯାନ-4 ଲଞ୍ଚ କରିବା ନେଇ ଇସ୍ରୋ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋର ସ୍ପେସ ଆପ୍ଲିକେସନ ସେଣ୍ଟରର ନିର୍ଦ୍ଦେଶକ ନୀଲେଶ ଦେଶାଇ ।

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ନୀଲେଶ ଦେଶାଇ କହିଛନ୍ତି, ଆସନ୍ତା 2028 ମସିହାରେ ଚନ୍ଦ୍ରଯାନ-4 ଲଞ୍ଚ କରାଯିବ । ଏହି ମିଶନର ନାମ LUPEX ରଖାଯାଇଛି । ଚନ୍ଦ୍ରଯାନ-3ର ଉପଲବ୍ଧିକୁ ଆଗକୁ ବଢାଇବା ଚନ୍ଦ୍ରଯାନ-4ର ମୂଳ ଉଦ୍ଦେଶ୍ୟ ହେବ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡି କରି ସେଠାରୁ ନମୁନା ସଂଗ୍ରେହ କରି ପୃଥିବୀକୁ ଫେରି ଆସିବା ନେଇ ଲକ୍ଷ୍ୟ ରଖାଯାଇଛି । ସେ ଆହୁରି ମଧ୍ଯ କହିଛନ୍ତି, " ଭାରତୀୟ ମହକାଶ ଗବେଷଣା ସଂସ୍ଥା 2040 ସୁଦ୍ଧା ଭାରତୀୟଙ୍କୁ ମାନବ ପଠାଇବା ନେଇ ଯୋଜନା ପ୍ରସ୍ତୁତ କରିଛି । ଚନ୍ଦ୍ରକୁ ମାନବ ପଠାଇବା ପାଇଁ ଆମ ହାତରେ ଆଗାମୀ 15 ବର୍ଷ ରହିଛି ।"

ଏହା ମଧ୍ୟ ପଢନ୍ତୁ: Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

ଇସ୍ରୋ ଅନୁସାରେ, ଚନ୍ଦ୍ରଯାନ-4ରେ 350 କିଲୋଗ୍ରାମର ରୋଭର ନିୟୋଜିତ ହେବ । ଯଦି ଚନ୍ଦ୍ରଯାନ ମିଶନ LUPEX ସଫଳ ହୁଏ ତାହେଲେ ଚନ୍ଦ୍ରପୃଷ୍ଠରୁ ନମୂନା ସଂଗ୍ରହ କରିବାରେ ଭାରତ ଚତୁର୍ଥ ଦେଶ ହେବ । ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ ଦ୍ବାରା ଏହାକୁ ପୃଥିବୀ ପୃଷ୍ଠରେ ବିଶ୍ଲେଷଣ କରି ଅନେତ ତଥ୍ୟ ହାସଲ କରିହେବ । ଚନ୍ଦ୍ରପୃଷ୍ଠରେ ଜଳ ଏବଂ ଗୁରୁତ୍ବପୂର୍ଣ୍ଣ ସମ୍ବଳ ବିଷରେ ସୂଚନା ମିଳିପାରେ । ଏହା ଭିବଷ୍ୟତରେ ହ୍ୟୁମାନ କୋଲୋନାଇଜେସନର ପ୍ରୟାସକୁ ସମର୍ଥନ ମିଳିପାରେ ।

ଚନ୍ଦ୍ରଯାନ-4 ର ଲ୍ୟାଣ୍ଡିଂ ଚନ୍ଦ୍ରଯାନ-3 ଭଳି ସମାନ ହେବ । ସଫ୍ଟ ଲ୍ୟାଣ୍ଡିଂ କରି ସେଠାରୁ ନମୁନା ସଂଗ୍ରହ କରି ପୃଥିବୀପୃଷ୍ଠକୁ ଫେରି ଆସିବ । ISRO ଅନୁଯାୟୀ, ଚନ୍ଦ୍ରାୟଣ -4 ସହିତ ପଠାଯିବାକୁ ଥିବା ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଚ୍ୟାଲେଞ୍ଜିଂ କାର୍ଯ୍ୟ କରିବ । ଚନ୍ଦ୍ରପୃଷ୍ଠ ଅସାମାନ୍ୟ କାରଣରୁ ଚନ୍ଦ୍ରପୃଷ୍ଠର ଅଧିକାଂଶ ଅଂଶ ବିଷୟରେ ବୈଜ୍ଞାନିକମାନେ ପ୍ରମାଣ ପାଇ ନାହାନ୍ତି । 2028 ମସିହାରେ ହେବାକୁ ଥିବା ଚନ୍ଦ୍ରଯାନ-4 ମିଶନ ପାଇଁ ISRO ଭାରତର ହେଭି-ଲିଫ୍ଟ GSLV Mk III କିମ୍ବା LVM3 ଲଞ୍ଚ ଭେଇକଲ ବ୍ୟବହାର କରିପାରେ । ଯଦି ଚନ୍ଦ୍ରପୃଷ୍ଠର ପଥର ନମୁନାକୁ ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଅଣାଯାଇପାରେ । ତେବେ ସମଗ୍ର ମିଶନକୁ ସଫଳ ବୋଲି ବିବେଚନା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.