ETV Bharat / state

ଲିଚୁ ଲାଇଟ ନେଲା ଜୀବନ !

author img

By ETV Bharat Odisha Team

Published : Jan 27, 2024, 10:09 AM IST

ଲିଚୁ ଲାଇଟ ନେଲା ଜୀବନ
ଲିଚୁ ଲାଇଟ ନେଲା ଜୀବନ

Youth Died Due to Electric Shock: ଲିଚୁ ଲାଇଟ ଲଗାଇବା ସାଜିଲା କାଳ । ଟିକେ ଅସବଧାନତା ଚାଲିଗଲା ଜୀବନ । 11 କେଭି ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶ କାରଣରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ

ଲିଚୁ ଲାଇଟ ନେଲା ଜୀବନ

ରାଉରକେଲା: ଲିଚୁ ଲାଇଟ ଲଗାଇ ସାଜସଜ୍ଜା କରୁଛନ୍ତି କି ? ଏପରି କାମ ବେଳେ ହୋଇଯାଆନ୍ତୁ ସାବଧାନ । କାରଣ ଟିକେ ଅସାବଧାନତା ନେଇପାରେ ଜୀବନ । ଏପରି ଏକ ଘଟଣା ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ବାଣ୍ଠୁପଡ଼ାରେ ଘଟିଛି । ବିଦ୍ୟୁତ ଆଘାତ ଲାଗିବାରୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । 11 କେଭି ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶ କାରଣରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ....ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ

ଘରର କୌଣସି କାର୍ଯ୍ୟକ୍ରମ ପାଇଁ ଖୁସିର ମାହୋଲ ଶୋକର ମାହୋଲରେ ପରିବର୍ତ୍ତିତ ହୋଇଛି । ଏହି ଅଘଟଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ତେବେ ବାଣ୍ଠୁପଡା ନିବାସୀ ବସନ୍ତ ପାଣିଗ୍ରାହୀ ଲିଚୁ ଲାଇଟ୍ ଲଗାଇବା ସମୟରେ ଆକସ୍ମିକ ଭାବେ ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ରାଜଗାଙ୍ଗପୁର ତାଲିକ ପଡାରେ ଥିବା ସୁରେଶ ଗଡୋଡିଆଙ୍କ ଘରେ ଏହି ଅଘଟଣ ଘଟିଛି । ଏକ ଘରୋଇ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା । ସେହି ସମୟରେ ମୃତ ବସନ୍ତ ଡେକୋରେଟିଭ୍ ବା ଲିଚୁ ଲାଇଟ୍ ଲଗାଉଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... କୋରାପୁଟରେ ସ୍କର୍ପିଓ-ବାଇକ-ଅଟୋ ମୁହାଁମୁହିଁ, ୩ ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପା ଘୋଷଣା

ସେ ତିନି ମହଲା ଘରର ଉପର ମହଲାରେ ଲାଇଟ୍ ଲଗାଇବା ଆରମ୍ଭ କରିଥିଲେ । ଦୁଃଖର ବିଷୟ ହେଉଛି, ଲାଇଟ ଲଗାଇବା କାମ କରୁଥିବା ବେଳେ ବସନ୍ତ ଘର ପାଖରେ ଥିବା 11 କେଭି ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି । ଫଳରେ ବିଦ୍ୟୁତ୍ ଆଘାତ ଲାଗି ତାଙ୍କ ଜୀବନ ଚାଲିଯାଇଥିଲା । ତେବେ କେହି ଜଣେ ଛାତ ଉପରକୁ ଯାଇଥିବା ବେଳେ ତାଙ୍କର ମୃତଦେହ ପଡ଼ିଥିବାର ଦେଖିଥିଲେ । ଏହି ଦୁଃଖଦ ଘଟଣା ଜଣାପଡ଼ିବା ପରେ ଘର ମାଲିକ ତୁରନ୍ତ ପୋଲିସକୁ ଖବର ଦେବା ସହ ମୃତକଙ୍କ ପରିବାରକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସନ୍ତଙ୍କ ମୃତଦେହକୁ ଉଦ୍ଧାର କରିବା ସହ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ଟିକିଏ ଅସବଧାନତା କିପରି କାଳ ପାଲଟିଲା ତାହା ଏଥିରୁ ସ୍ପଷ୍ଟ ଜାଣି ହେଉଛି । ବିଦ୍ୟୁତ୍‌ ଜନିତ କିଛି କାମ କରୁଥିଲେ ବାରମ୍ବାର ସାବଧାନତା ରଖିବାକୁ କୁହାଯାଉଥିବା ବେଳେ ଏଭଳି ଅସବଧାନତା କେତେଙ୍କ ପ୍ରାଣ ନେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.