ETV Bharat / state

ବନ୍ୟପ୍ରାଣୀ ଶିକାରର ହେବ ନରହତ୍ୟା ଭଳି ତଦନ୍ତ, JTFକୁ ମିଳିଛି ଅଖଣ୍ଡ କ୍ଷମତା !

author img

By ETV Bharat Odisha Team

Published : Feb 14, 2024, 10:53 PM IST

Updated : Feb 15, 2024, 2:08 PM IST

Wildlife Crime: ବନ୍ୟପ୍ରାଣୀଙ୍କୁ ହତ୍ୟା କଲେ ଚାଲିବ ନରହତ୍ୟା ଭଳି ତଦନ୍ତ । ଜେଟିଏଫ୍ ଟିମ କରିବ ବନ୍ୟପ୍ରାଣୀ ଶିକାର ସରଜମିନ୍ ତଦନ୍ତ । ପ୍ରେସମିଟ ଜରିଆରେ ସୂଚନା ଦେଲେ DCF ଗଜାନନ୍ଦ ଦୟାନନ୍ଦ ଲାଢେ । ଅଧିକ ପଢନ୍ତୁ

ବନ୍ୟପ୍ରାଣୀ ଶିକାରର ହେବ ନରହତ୍ୟା ଭଳି ତଦନ୍ତ , JTFକୁ ମିଳିବ ତଦନ୍ତର ଅଖଣ୍ଡ କ୍ଷମତା
ବନ୍ୟପ୍ରାଣୀ ଶିକାରର ହେବ ନରହତ୍ୟା ଭଳି ତଦନ୍ତ , JTFକୁ ମିଳିବ ତଦନ୍ତର ଅଖଣ୍ଡ କ୍ଷମତା

ବନ୍ୟପ୍ରାଣୀ ଶିକାରର ହେବ ନରହତ୍ୟା ଭଳି ତଦନ୍ତ , JTFକୁ ମିଳିବ ତଦନ୍ତର ଅଖଣ୍ଡ କ୍ଷମତା

ଭୁବନେଶ୍ବର: ଏଣିକି ପ୍ରାଣୀଙ୍କୁ ହତ୍ୟା କଲେ ଚାଲିବ ନରହତ୍ୟା ଭଳି ତଦନ୍ତ । ରହିବନି ଆଉ ମଣିଷ ଓ ପଶୁ ମଧ୍ୟରେ ହତ୍ୟାର ଫରକ । ବନ୍ୟପ୍ରାଣୀ ଶିକାର କରି ଲୁଚିଲେ ମଧ୍ୟ ଖୋଜିବ ଜେଟିଏଫ୍ ଟିମ । ଏନେଇ ଏକ ପ୍ରେସମିଟ କରି ବନ୍ୟପ୍ରାଣୀ ଶିକାର ଘଟଣାର‌ ଖୁଲାସା କରିଛନ୍ତି DCF ଗଜାନନ୍ଦ ଦୟାନନ୍ଦ ଲାଢେ । ଏକ କଲରାପତରିଆ ବାଘ ଛାଲ ଘଟଣାରୁ JTF ଚାରି ବର୍ଷ ତଳର ଲିଙ୍କ ଓ ଚାରି ଜିଲ୍ଲାର କନେକ୍ସନର ଖୁଲାସା କରି ଏବେ ଏସବୁ କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛି ବନ ବିଭାଗ ।

ରାଜ୍ୟରେ ହେଉଥିବା ଅବାଧ ବନ୍ୟପ୍ରାଣୀ ଶିକାରକୁ ନେଇ ଏକ ଚିନ୍ତାଜନକ ସ୍ଥିତି ଉପୁଜିଛି । ପ୍ରତି ୧୫ ଦିନରେ ଥରେ ବାଘ ଛାଲଠୁ ଆରମ୍ଭ କରି ହାତୀ ଦାନ୍ତ ଓ‌ ବଜ୍ରକାପ୍ତା ଭଳି ବନ୍ୟପ୍ରାଣୀ ଜୀବ ଉଦ୍ଧାର‌ କରାଯାଉଛି । ଯାହା ଫଳରେ ଆମର ପ୍ରାକୃତିକ ସମ୍ପଦ ତଥା ଜୈବ ବିବିଧତା ଓ ବିରଳ ପ୍ରାଣୀ ମାନଙ୍କର ଅବସ୍ଥିତି ଏବେ ସଂକଟ ଆଡ଼କୁ ଗତି କରୁଛି । ଗତ ବର୍ଷ ଶିମିଳିପାଳରେ ବନ୍ୟଜନ୍ତୁ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ମୃତ୍ୟୁ ହେବା ଘଟଣା ମଧ୍ୟ ବନ୍ୟପ୍ରାଣୀ ସୁରକ୍ଷା ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଥିଲା । ତେବେ ଏସବୁ କାରବାର ନେଇ ଏବେ ରାଜ୍ୟ ସରକାର ଓ ବନ୍ୟପ୍ରାଣୀ ଜନିତ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (Wildlife Crime Control Bureau) ମଧ୍ୟ ଏ ନେଇ କଠୋର‌ ନିଷ୍ପତ୍ତି ନେଇ JTFକୁ କଡ଼ା ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ଏଥର ପ୍ରତିଟି ବନ୍ୟପ୍ରାଣୀ ଶିକାର‌ ଘଟଣାର ତଦନ୍ତ ହତ୍ୟା ଘଟଣାର ତଦନ୍ତ ଭଳି ଘଟଣାର ମୂଳ ପର୍ଯ୍ୟନ୍ତ ଯାଇ ତଦନ୍ତ କରିବ JTF ଟିମ୍ । ଅର୍ଥାତ୍ ଶିକାର‌ଠୁ ଆରମ୍ଭ କରି ମିଡିଲମ୍ୟାନ ଓ ଏହାର ସିଣ୍ଡିକେଟ ସବୁର ଖୁଲାସା କରିବ JTF ।

ଏହା ମଧ୍ୟ ପଢନ୍ତୁ ... ହାତୀଦାନ୍ତ ଡିଲ୍ ବେଳେ ମାଡି ବସିଲା ବନବିଭାଗ, ୩୦ କେଜିର ହାତୀଦାନ୍ତ ସହ ୧୦ ଅଭିଯୁକ୍ତ ଗିରଫ

ଏନେଇ ଅଭିଯୁ୍କ୍ତଙ୍କୁ ଗିରଫ ନୁହେଁ ଆଇନରେ କଠୋର ଦଣ୍ଡବିଧାନ ପାଇଁ ବ୍ୟବସ୍ଥା ରହିବ । ଏନେଇ ଆଇନଗତ ଦିଗ ଯଥା ସରକାରୀ ଓକିଲ ସହାୟତା ଓ‌ ପାରିପାର୍ଶିକ ପ୍ରମାଣ ଯୋଗାଡ଼ ମଧ୍ୟ ଉପଯୁକ୍ତ ଢଙ୍ଗରେ‌ କରାଯିବ । ଲୋକଙ୍କ ଭିତରେ ଏକ ସଚେତନତା ସୃଷ୍ଟି କରିବା ଓ ଲୋକଙ୍କୁ ଏନେଇ ଅବଗତ କରାଯିବ ଯେ ବନ୍ୟପ୍ରାଣୀ ଶିକାର‌ କିପରି ମନୁଷ୍ୟ ହତ୍ୟାକାଣ୍ଡ ଭଳି ଜଘନ୍ୟ ସେ ନେଇ ଅବଗତ କରାଯିବା । ତେବେ ପ୍ରେସ ମିଟ ଜରିଆରେ ଏପରି ସୁଚନା‌ ଦେଇ କହିଛନ୍ତି । ଏତଦ ବ୍ୟତୀତ ଅନ୍ୟ ଏଜେନ୍ସି ସହିତ ମିଶି ଆଗକୁ ଶିକାରୀ ତଥା ବ୍ୟବସାୟୀଙ୍କ ବିରୋଧରେ ବଡ ଧରଣର ଅପରେସନ କରାଯିବ ବୋଲି DCF ଗଜାନନ୍ଦ ଦୟାନନ୍ଦ ଲାଢେ ସୂଚନା ଦେଇଛନ୍ତି ।

ଗତ ଫେବୃଆରି ୫ତାରିଖରେ Wildlife Crime Control Bureauକୁ ଏକ ଖବର ମିଳିଥିଲା ଯେ ବାଘ ଛାଲ ଡିଲ୍ ସମ୍ପର୍କରେ । କଟକ ମାହାଙ୍ଗାର ଓ କେନ୍ଦ୍ରାପଡାର ୨ ଜଣ ବେପାରୀଙ୍କୁ ଗିରଫ କରିବା ପରେ ଏହାର ଲିଙ୍କରେ‌ ଚାରିବର୍ଷ ତଳେ ଶିକାର ହୋଇଥିବା କଲରାପତରିଆ ବାଘର ପୁରୁଣା କନେକ୍ସନ୍ ଅର୍ଥାତ୍ ଗଞ୍ଜାମର ପାଟପୁର ଓ ଧରାକୋଟ ଅଞ୍ଚଳର ମିଡିଲମ୍ୟାନ ସହ ଗଜପତିର‌ ମୋହନା ଅଞ୍ଚଳରୁ ୨୦୧୯ ‌ବାଲିଆକୁଟାରୁ ଶିକାର ହୋଇଥିବା କଲରାପତରିଆ ବାଘ କେସ ପର୍ଦ୍ଦାଫାସ କରିଥିଲେ । ପରେ ସେହି ବାଘର ନଖକୁ ଶିକାରୀର ଛୁଆ ଡେଉରିଆ ଭାବେ ବ୍ୟବହାର କରୁଥିବା ବେଳେ ପ୍ରମାଣ ଭାବେ ତାକୁ ଜବତ କରି ଏହି ଲିଙ୍କରେ ୭ଜଣଙ୍କୁ ଗିରଫ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 15, 2024, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.