ETV Bharat / state

ହାତୀଦାନ୍ତ ଡିଲ୍ ବେଳେ ମାଡି ବସିଲା ବନବିଭାଗ, ୩୦ କେଜିର ହାତୀଦାନ୍ତ ସହ ୧୦ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Feb 6, 2024, 11:02 PM IST

10 Persons Arrested For Smuggling Elephant Tusks : ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଅଞ୍ଚଳରେ ହାତୀ ଦାନ୍ତ ଡିଲ୍ ହେଉଥିବାବେଳେ ମାଡିବସିଲା ବନ ବିଭାଗ । ୨ଟି ବଡ଼ ବଡ଼ ହାତୀ ଦାନ୍ତ ସହିତ ୧୦ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ହାତୀଦାନ୍ତ ଡିଲ୍ ବେଳେ ମାଡି ବସିଲା ବନବିଭାଗ, ୩୦ କେଜିର ହାତୀଦାନ୍ତ ସହ ୧୦ ଅଭିଯୁକ୍ତ ଗିରଫ
ହାତୀଦାନ୍ତ ଡିଲ୍ ବେଳେ ମାଡି ବସିଲା ବନବିଭାଗ, ୩୦ କେଜିର ହାତୀଦାନ୍ତ ସହ ୧୦ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ଥମୁନି ହାତୀ ଦାନ୍ତ ତସ୍କରଙ୍କ ପ୍ରାଦୁର୍ଭାବ । ପୁଣି ମୟୂରଭଞ୍ଜ ଜିଲ୍ଲାରେ ହେଉଥିଲା ହାତୀ ଦାନ୍ତ ଡିଲ୍ । ତେବେ ସୂଚନା ପାଇ ବନବିଭାଗ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଏହି ଚଢାଉ ସମୟରେ ୨ଟି ବଡ଼ ବଡ଼ ହାତୀ ଦାନ୍ତ ଜବତ କରିବା ସହ ଏହି ଚୋରା କାରବାରରେ ସମ୍ପୃକ୍ତ ଥିବା ୧୦ ଜଣ ଅଭିଯୁକ୍ତଙ୍କୁ ମାଡ଼ି ବସିଛି ବନବିଭାଗ । ସମସ୍ତ ଅଭିଯୁକ୍ତଙ୍କୁ ବନବିଭାଗ ନିଜ ହେପାଜତକୁ ନେଇଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି, ଜବତ ହାତୀ ଦାନ୍ତଦ୍ବୟ କେଉଁଠାରୁ ଆସିଲା, ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଉଦ୍ଧାର ମୃତ ହାତୀର ଦାନ୍ତ କି ନାହିଁ, ସେ ନେଇ ବନବିଭାଗର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଅଞ୍ଚଳରେ ହାତୀ ଦାନ୍ତ ଡିଲ୍ ହେଉଥିବାର କୌଣସି ସୁତ୍ରରୁ ଖବର ପାଇଥିଲା ବନବିଭାଗ । ତେବେ ହାତୀ ଦାନ୍ତ କାରବାରରେ ଲିପ୍ତ ଥିବା ସମସ୍ତଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ଏକ ଯୋଜନା କରାଯାଇଥିଲା । ଶିମିଳିପାଳ ସାଉଥ୍ ବନ୍ୟପ୍ରାଣୀ ଡିଭିଜନ, ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଡିଭିଜନ, ପୁରୀ ବନ୍ୟପ୍ରାଣୀ ଡିଭିଜନ ଓ ରାଇରଙ୍ଗପୁର ବନଖଣ୍ଡର ବରିଷ୍ଠ ବନବିଭାଗ ଅଧିକାରୀଙ୍କ ସମେତ ଏସଟିପିଏଫ, ଜେଟିଏଫ ଏବଂ ବନ କର୍ମଚାରୀମାନେ ମିଳିତ ଭାବେ ହାତୀ ଦାନ୍ତ ଡିଲ୍ ହେଉଥିବା ବିଶୋଇ ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ । ତେବେ ଜବତ ହୋଇଥିବା ଦୁଇଟି ହାତୀ ଦାନ୍ତର ଓଜନ ପ୍ରାୟ ୩୦ କେଜି ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବନବିଭାଗ କାର୍ଯ୍ୟାଳୟକୁ ଅଣା ଯାଇ ଅଧିକ ପଚରାଉଚରା ଜାରି ରଖିଛି ବନବିଭାଗ ।

ଏହା ମଧ୍ୟ ପଢନ୍ତୁ ... ହୋଟେଲରେ ହାତୀ ଦାନ୍ତ ଡିଲ୍ ବେଳେ DRI ରେଡ, ୨ଟି ଦାନ୍ତ ଜବତ 3 ଗିରଫ

ଗିରଫ ହୋଇଥିବା ୧୦ ଅଭିଯୁକ୍ତ ହେଲେ ଯଶିପୁର ଥାନା ଅନ୍ତର୍ଗତ ସାଉଁପାଳ ଗ୍ରାମର ଘାସିରାମ ଜେରାଇ, ଧାରୁଆବେଡା ଗ୍ରାମର ଆନନ୍ଦ କେରାଳ ଓ ଶିବଶଙ୍କର ବାନରା, ଟମକଶିଳା ଗ୍ରାମର ଚାକୁ ଆଲଦା, ଖେଜୁରୀ ଗ୍ରାମର ଡାବରା ବଦ୍ରା, ବେରଗା ବଦ୍ରା ଓ ପପୁଲୁ ବଦ୍ରା, କାଣ୍ଡବିଲ ଗ୍ରାମର ସନାତନ ବଦ୍ରା, ଠାକୁରଗୋଡା ଗ୍ରାମର ମାର୍କଣ୍ଡ ହୋ ଏବଂ ବିଶୋଇ ଥାନା ଅନ୍ତର୍ଗତ ନୁଆଗାଁ ଗ୍ରାମର ନରେନ୍ଦ୍ର ବାନରା ବୋଲି ବନବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.