ETV Bharat / state

ହୋଟେଲରେ ହାତୀ ଦାନ୍ତ ଡିଲ୍ ବେଳେ DRI ରେଡ, ୨ଟି ଦାନ୍ତ ଜବତ 3 ଗିରଫ

author img

By ETV Bharat Odisha Team

Published : Jan 28, 2024, 7:10 AM IST

Elephant tusks smuggling
ହୋଟେଲରେ ହାତୀ ଦାନ୍ତ ଡିଲ୍ ବେଳେ DRI ରେଡ୍

Elephant tusks smuggling: ଦେବଗଡରେ ହାତୀ ଦାନ୍ତ ଚୋରାଚାଲଣ ବେଳେ DRI ଚଢାଉ । ୨ ହାତୀ ଦାନ୍ତ ସହ 3 ଗିରଫ । ହାତୀ ଦାନ୍ତ ଚୋରାଚାଲାଣରେ ଜଣେ ସୁନା ବ୍ୟବସାୟୀଙ୍କ ଲିଙ୍କ୍ ଥିବା ସୂଚନା । ଅଧିକ ପଢନ୍ତୁ ।

ହୋଟେଲରେ ହାତୀ ଦାନ୍ତ ଡିଲ୍

ଦେବଗଡ: ଜିଲ୍ଲାରେ ଏକ ହୋଟେଲରେ ହାତୀ ଦାନ୍ତ ଡିଲ୍ ଚାଲିଥିବା ବେଳେ ମାଡିବସିଲା ଡିଆରଆଇ । 2ଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ ଜୋନାଲ ଟିମ୍ । ହାତୀ ଦାନ୍ତ ଲିଙ୍କରେ ଜଣେ ସୁନା ବ୍ୟବସାୟୀ ଥିବା ସୂଚନା ରହିଛି । ଅଭିଯୁକ୍ତମାନେ ହେଲେ ଦେବଗଡ଼ ଲାଲୁସାହିର ପ୍ରେମରାଜ ସାହୁ, ଦିଲ୍ଲୀର ରାଜେଶ କୁମାର ଆଉ ଜଣେ ମିଡିଲମ୍ୟାନ । ପ୍ରେମରାଜ ସାହୁ ଦେବଗଡର ଜଣେ ସୁନା ବ୍ୟବସାୟୀ ବୋଲି ସୂଚନା ଜଣାପଡ଼ିଛି ।

ଏହାମଧ୍ୟ ପଢନ୍ତୁ.. ଥମୁନି ହାତୀ ମୃତ୍ୟୁ; ହାତୀଦାନ୍ତ ସହିତ ଦୁଇ ଗିରଫ

ସୂଚନା ମୁତାବକ, ଦେବଗଡ ଜିଲ୍ଲାରେ ହାତୀ ଦାନ୍ତ ଚୋରା ଚାଲଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା DRI । ଦିଲ୍ଲୀର ଜଣେ ବ୍ୟବସାୟୀ ଓଡ଼ିଶା ଆସିବା ପରେ ଖବର ପାଇବା ପରେ ଏନେଇ ଡିଆରଆଇର ସନ୍ଦେହ ଆହୁରି ଦୃଢ ହୋଇଥିଲା । ତେବେ ଦିଲ୍ଲୀର ସେହି ବ୍ୟବସାୟୀଙ୍କ ସମେତ ଜିଲ୍ଲାର ଜଣେ ସୁନା ବ୍ୟବସାୟୀ ପ୍ରେମରାଜ ସାହୁଙ୍କ ଉପରେ ଏନେଇ କଡା ନଜର ରଖିଥିଲା । ତେବେ 2 ବ୍ୟବସାୟୀ ଏକ ହୋଟେଲରେ ଏକାଠି ହୋଇଥିବା ନେଇ ଖବର ପାଇଥିଲା ଟିମ୍ । କିଛି ଚୋରାଚାଲଣ ହେଉଥିବା ସନ୍ଦେହରେ ଡିଆରଆଇ ଜୋନାଲ ଟିମ୍ ସାଧା ପୋଷାକରେ ଅତର୍କିତ ଭାବେ ହୋଟେଲରେ ପହଞ୍ଚି ଚଢାଉ କରିଥିଲେ । ଏହି ସମୟରେ ହାତୀ ଦାନ୍ତ ଡିଲ ଚାଲିଥିବା ଜାଣିବାକୁ ପାଇଥିଲେ ।

ଏହାମଧ୍ୟ ପଢନ୍ତୁ..ଶିମିଳିପାଳରେ ଚାଲିଥିଲା ହାତୀଦାନ୍ତ ଡିଲ୍‌, 4 ଗିରଫ

ହୋଟେଲରୁ 2ଟି ହାତୀ ଦାନ୍ତ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ 3 ଅଭିଯୁକ୍ତଙ୍କୁ ଗିରଫ କରିଛି ଡିଆରଆଇ । ହାତୀ ଦାନ୍ତ କିଭଳି ଆସିଲା,ଅଭିଯୁକ୍ତମାନେ ହାତୀ ଦାନ୍ତ କେଉଁଠୁ ଆଣିଲେ, ଏହି କାହାକୁ ବିକ୍ରି କରିଥାଆନ୍ତେ ଏବଂ ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଭଳି ବିଭିନ୍ନ ଦିଗକୁ ନେଇ ଡିଆରଆଇ ତଦନ୍ତ ଜାରି ରଖିଛି ।

ବଣ ପାହାଡ ଘେରା ଦେବଗଡ ଜିଲ୍ଲାରେ ବିଭିନ୍ନ ସମୟରେ ହାତୀ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ହାତୀ ମଣିଷ ଲଢେଇରେ ମଣିଷର ଜୀବନ ଯାଉଥିବା ବେଳେ ବହୁ ସମୟରେ ହାତୀ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଲକ୍ଷାଧିକ ଟଙ୍କାର ହାତୀ ଦାନ୍ତ ଚୋରାଚାଲାଣ ବନ୍ଦ ହେଉନାହିଁ । ବାରମ୍ବାର ହାତୀ ଦାନ୍ତ ଚାଲାଣ ହେଉଥିବା ବେଳେ ବନବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, ଦେବଗଡ ଓ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.