ETV Bharat / state

ଭିସୁଟ କୁଳପତିଙ୍କ ନୋଟିସ୍‌, ମଡର୍ଣ୍ଣ ଡ୍ରେସ ପିନ୍ଧି ପାରିବେନି ଛାତ୍ରଛାତ୍ରୀ - VSSUT BANNED WESTERN OUTFITS

author img

By ETV Bharat Odisha Team

Published : Mar 21, 2024, 2:01 PM IST

Updated : Mar 21, 2024, 3:44 PM IST

VSSUT
VSSUT

Western Outfits Banned For VSSUT Students : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଛୋଟ ଡ୍ରେସକୁ ନା' । କୁଳପତି ଜାରି କଲେ ନୋଟିସ । ଅଧିକ ପଢନ୍ତୁ

VSSUT BANNED WESTERN OUTFITS

ସମ୍ବଲପୁର: ଆଉ ଦିନ କେଇଟା ପରେ ବସନ୍ତ ଉତ୍ସବ । ଏହାପୂର୍ବରୁ କଡା ନୋଟିସ ଜାରି କଲେ ଭିସୁଟ୍ କୁଳପତି । ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ବା VSSUT ରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଶ୍ଚାତ୍ୟ ଡ୍ରେସ ବାରଣ କରାଯାଇଛି l କୁଳପତି ବଂଶୀଧର ମାଝୀଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ସୂଚନା ଅନୁସାରେ, ଆଗକୁ ଟେକନୋକଲଚୁରାଲ ଫେଷ୍ଟ-2024 । ଆଉ ମୁଖ୍ୟତଃ ଏହି ଉତ୍ସବ ପାଳନ ସମୟରେ ଛାତ୍ରଛାତ୍ରୀ ପାଶ୍ଚାତ୍ୟ, ଅତ୍ୟଧିକ ଛୋଟ ଅଥବା ଆଶାଳୀନ ପରି ଲାଗୁଥିବା ଡ୍ରେସ ପିନ୍ଧି ଆସି ପରିବେ ନାହିଁ ବୋଲି କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରିବା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି । ତେବେ ଯେଉଁ ଛାତ୍ରଛାତ୍ରୀ ଏହାର ଅବମାନନା କରିବେ ସେମାନଙ୍କୁ କ୍ୟାମ୍ପସ ଗେଟ୍ ଭିତରକୁ ପ୍ରେବଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି । ଏହାସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଚାଲି ଚାଲି ବିଶ୍ବବିଦ୍ୟାଳୟ ଯିବେ ଭିସୁଟ ଛାତ୍ରଛାତ୍ରୀ, ଆସିଲା କୂଳପତିଙ୍କ ନୋଟିସ୍‌

ସୂଚନାଯୋଗ୍ୟ ଯେ, ପୂର୍ବରୁ ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟକି ବିଶ୍ବବିଦ୍ୟାଳୟ (VSSUT)ର ଛାତ୍ରଛାତ୍ରୀମାନଙ୍କ ପାଇଁ ବାଇକ ଅଥବା 4 ଚକିଆ ଯାନର ବ୍ୟବହାର ଉପରେ ରୋକ ଲଗା ଯାଇଥିଲା l ଛାତ୍ର ଛାତ୍ରୀ ହଷ୍ଟେଲରୁ ଚାଲି ଚାଲି କିମ୍ବା ସାଇକେଲରେ କ୍ୟାମ୍ପସକୁ ଆସିବାକୁ ନିର୍ଦ୍ଦେଶନାମା ଜାରି ହୋଇସାରିଛି । ପୂର୍ବରୁ ଭିସୁଟରେ ଛାତ୍ରଛାତ୍ରୀଙ୍କୁ ବାଇକ କିମ୍ବା ଚାରି ଚକିଆ ଯାନ ରଖିବା ଲାଗି ବାରଣ କରାଯାଇଛି । ବିଶ୍ବବିଦ୍ୟାଳୟ ନିକଟରେ ଦୁର୍ଘଟଣା ଘଟି କିଛି ଛାତ୍ରଛାତ୍ରୀଙ୍କ ପ୍ରାଣହାନି ଘଟିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ନୋଟିସ୍‌ ମଧ୍ୟ ଜାରି କରିଥିଲେ ।

ଭିସୁଟରେ ସବୁ ହଷ୍ଟେଲରେ ଦୂରତା ଶିକ୍ଷା ଅନୁଷ୍ଠାନଠାରୁ ମାତ୍ର 1 କିଲୋମିଟର ଦୂରତାରେ ରହିଛି । ତେଣୁ ଛାତ୍ରଛାତ୍ରୀ ଆରାମରେ ଚାଲି ଚାଲି ଅଥବା ସାଇକେଲରେ ଆସି ପାରିବେ । ଏହାଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଭଲ ରହିବ । ଏହାଦ୍ବାରା ଭିସୁଟ କ୍ୟାମ୍ପସ ପ୍ରଦୂଷଣ ମୁକ୍ତ ହେବ । ଅନ୍ୟପଟେ ଅଧିକ ସଂଖ୍ୟକ ବାଇକ ଅଥବା କାର ଭିସୁଟ କ୍ୟାମ୍ପସକୁ ଆସିଲେ ପାର୍କିଂରେ ସମସ୍ୟା ହେଉଥିଲା । ବାଇକ ବ୍ୟବହାର କାରଣରୁ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟୁଥିଲା । ଏହାକୁ ରୋକିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଥିବା କୂଳପତି ପୂର୍ବରୁ ସୂଚନା ଦେଇଥିଲେ l


ଇଟିଭି ଭାରତ, ସମ୍ବଲପୁର

Last Updated :Mar 21, 2024, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.