ETV Bharat / state

ରାସ୍ତା ଦୁଃଖ ବୁଝିଲେନି ନେତା, ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଲୋକେ - Boycott Election

author img

By ETV Bharat Odisha Team

Published : Apr 20, 2024, 8:02 PM IST

ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ
ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ

Boycott Election: ଗାଁକୁ ପକ୍କା ରାସ୍ତା ନିର୍ମାଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାର ସମାଧାନ ନହେବାରୁ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବରର ଅନନ୍ତପୁର ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ

ବାଲେଶ୍ବର: ଭୋଟ ବର୍ଜନ କରିବେ ଅନନ୍ତପୁର ଗ୍ରାମବାସୀ । 'ଗାଁ ସମସ୍ୟା କଥା ଯଦି କେହି ନବୁଝିବେ ତେବେ ନେତା ବାଛିବାର ଲାଭ ବା କଣ । ଗାଁର ସମସ୍ୟା ନସୁଧୁରିଲେ ଏଥର ଭୋଟ ବର୍ଜନ କରିବୁ।' ଏମିତି ଚେତାବନୀ ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ଅନନ୍ତପୁର ପଞ୍ଚାୟତର ଅଇଁରି ଗ୍ରାମବାସୀ । ସ୍ବାଧୀନତା ପରେ ମଧ୍ୟ ଗାଁକୁ ରାସ୍ତା ନଥିବା ବେଳେ ମୌଳିକ ସମସ୍ୟାରୁ ବଞ୍ଚିତ ଗ୍ରାମବାସୀଙ୍କ ସମସ୍ୟା କଥା କେହି ବୁଝୁ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଚଳିତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ, ଅନନ୍ତପୁର ପଞ୍ଚାୟତର ଅଇଁରିକୁ ଏବେ ସୁଦ୍ଧା ଏକ ଭଲ ରାସ୍ତା ନାହିଁ । ସେଥିପାଇଁ ଗାଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ଷା ଦିନେ ଉକ୍ତ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମିବା ସହିତ ବଡ଼ ବଡ଼ ଖାଲ ହୋଇଯାଉଛି । ଯେଉଁଥି ପାଇଁ ଜରୁରୀ କାଳୀନ ସେବା ଗାଁ ଲୋକଙ୍କ ପାଇଁ ଅପହଞ୍ଚ ହୋଇରହିଛି । ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରୁ ନଥିବା ବେଳେ କାହାର ଦେହ ଖରାପ ହେଲେ ଖଟିଆ ହିଁ ଏକମାତ୍ର ଭରସା ପାଲଟିଛି । ଏବେ ମଧ୍ୟ ସେହି ଗାଁରୁ ରୋଗୀ ଓ ଗର୍ଭବତୀ ମହିଳା ଖଟିଆରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି । ଅନ୍ୟପଟେ ପାଖାପାଖି 500ରୁ ଅଧିକ ପରିବାର ଥିବା ଏହି ଗ୍ରାମରେ ପାନୀୟ ଜଳ ପାଇଁ ମଧ୍ୟ ସୁବିଧା ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ପୂର୍ବରୁ ବିଧାୟକ, ନେତା ଓ ସ୍ଥାନୀୟ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ପଞ୍ଚାୟତରେ ଫେଲ ମାରିଛି ବସୁଧା, ଗୋଟିଏ ନଳକୂପ ଭରସାରେ ଅସହାୟ ଜନତା - DRINKING WATER PROBLEM

ନେତା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏଠାରେ କେବଳ ପାଣିର ଗାର ପାଲଟିଛି । ସେଥିପାଇଁ କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ ପାଖରେ ସେମାନେ ବିଭିନ୍ନ ସମସ୍ୟା ନେଇ ଫେରାଦ ଦେଇଥିଲେ । ଫଳରେ ଜିଲ୍ଲାପାଳ ଆଜି ଗାଁଲୋକ ମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ । କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ନିର୍ବାଚନ ପାଇଁ ପ୍ରଶାସନିକ ବୈଠକରେ ବ୍ୟସ୍ତ ଥିବାରୁ ଗାଁଲୋକ ତାଙ୍କୁ ନଭେଟି ଫେରି ଯାଇଥିଲେ । ଏଥିପାଇଁ ସେହି ଅଞ୍ଚଳର ସମସ୍ତ ଲୋକ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଉକ୍ତ ଅଞ୍ଚଳର 500 ଭୋଟର ରହିଥିବା ବେଳେ ସମସ୍ତେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ଭିତରକୁ କୌଣସି ନେତାଙ୍କୁ ପଶାଇ ଦିଆଯିବ ନାହିଁ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.