ETV Bharat / state

ପିଲା ଚୋର ସନ୍ଦେହରେ 2ଜଣଙ୍କୁ ଅଟକ ରଖିଲେ, ପୋଲିସ ଗାଡ଼ି ଭାଙ୍ଗିଲେ

author img

By ETV Bharat Odisha Team

Published : Mar 18, 2024, 4:59 PM IST

Child Theft in Rayagada
Child Theft in Rayagada

Child Theft in Rayagada: ରାୟଗଡ଼ା ଜିଲ୍ଲା ସଦର ବ୍ଲକ ବାଇପାସ ରୋଡ ତାଡମା ପଞ୍ଚାୟତର ସଦର ମହକୁମାରେ ପିଲା ଚୋର ସନ୍ଦେହରେ 2 ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । 5 ଘଣ୍ଚା ବୁଝାସୁଝା ପରେ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

Child Theft in Rayagada

ରାୟଗଡା: ପିଲା ଚୋର ସନ୍ଦେହରେ 2 ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲା ସଦର ବ୍ଲକ ବାଇପାସ ରୋଡ଼ ତାଡମା ପଞ୍ଚାୟତର ସଦର ମହକୁମାରେ ଘଟିଛି ଏଭଳି ଘଟଣା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ 5 ଘଣ୍ଟାର ବୁଝାସୁଝା ପରେ ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ, ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଭାଙ୍ଗି ଦେଇଥିବା ଜଣାପଡିଛି । ପିଲା ଚୋର ସନ୍ଦେହରେ ଗତ ରାତିରେ 2 ଜଣକୁ ଉତ୍ୟକ୍ତ ଗ୍ରାମବାସୀ ଅଟକ ରଖିଥିଲେ ।

ସୂଚନା ଅନୁଯାୟୀ, ଗତକାଲି(ରବିବାର) ରାତିରେ କୋଟଲାଗୁଡା, ପିତାମହଲ ଦେଇ ଯାଇଥିବା ବାଇପାସ ରୋଡରେ ଏକ ବୋଲେରୋ ଦ୍ରୁତ ଗତିରେ ଆସି ଏକ ବାଇକ ସହ କିଛି ଲୋକଙ୍କୁ ଧକ୍କା ଦେଇଥିଲା । ଏହାପରେ ଉକ୍ତ ସ୍ଥାନ ଛାଡି ଚାଲିଯିବା ପାଇଁ ଚେଷ୍ଟା କରିଥିଲା । ତେବେ ସ୍ଥାନୀୟ ଲୋକେ ଉକ୍ତ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଗାଡି ଅଟକି ନଥିଲା । ଏହାପରେ ଗ୍ରାମବାସୀମାନେ ବାଇପାସ ରାସ୍ତାରେ ରହିଥିବା ଅନ୍ୟ ଗାଁକୁ ଖବର ଦେବାରୁ ଗାଁ ଲୋକେ ରାସ୍ତା ଆବରୋଧ କରି ଗାଡି ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ଗାଡି ଚାଳକ ଜଣକ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ବୋଲେରୋଟି ଓଲଟି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ପିଲା ଚୋର ସନ୍ଦେହରେ ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଏହାପରେ ଗାଡ଼ି ଭିତରୁ ଜଣେ ମହିଳା ଓ ପୁରୁଷଙ୍କୁ ଗାଁ ଲୋକେ ଅଟକ ରଖିଥିଲେ । ତେବେ ଗ୍ରାମବାସୀମାନେ ପିଲାଚୋର ସନ୍ଦେହରେ ଗାଡିକୁ ଅଟକାଇ ରଖିଥିଲେ । ସେମାନେ ତିନୋଟି ଗାଡିରେ ଆସିଥିଲେ ଏବଂ ଗାଡିରୁ ପିଲା କାନ୍ଦ ସ୍ବର ଶୁଭୁଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ଗାଡିଟି ଦ୍ରୁତ ଗତିରେ ଚାଲିଯିବା କାରଣରୁ ଗ୍ରାମବାସୀ ପିଲାଚୋର ବୋଲି ସନ୍ଦେହ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ 2ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ ଗ୍ରାମବାସୀ ।

ଖବର ପାଇ ରାୟଗଡ ଏସଡିପିଏ ରଶ୍ମି ରଞ୍ଜନ ସେନାପତି, ଥାନା ଅଧିକାରୀଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ସମୟରେ ସାଧାରଣ ଜନତା ପୋଲିସ୍‌କୁ ମଧ୍ୟ ଛାଡି ନଥିଲେ । ଦୀର୍ଘ 5 ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ । ଗ୍ରାମବାସୀଙ୍କୁ ବହୁ ବୁଝା ସୁଝା ପରେ ଦୁଇ ଜଣକୁ ପୋଲିସ ଉଦ୍ଧାର କରି ଥାନାରେ ଅଟକ ରଖିଛି । ତେବେ ସେମାନେ ପ୍ରକୃତରେ ପିଲା ଚୋର ନା ଅନ୍ୟ କେହି ସେନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିପାରି ନାହିଁ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.