ETV Bharat / state

ଛେଣ୍ଡିପଦା ଅଞ୍ଚଳରେ ହେବ ଶିକ୍ଷାର ବିକାଶ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By ETV Bharat Odisha Team

Published : Feb 27, 2024, 8:04 AM IST

Union Minister Dharmendra Pradhan
Union Minister Dharmendra Pradhan

Union Minister lays foundation stone of Kendriya Vidyalaya: ଛେଣ୍ଡିପଦା ଅଞ୍ଚଳରେ 20 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ । ସୋମବାର ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହା ଅଞ୍ଚଳର ଶିକ୍ଷାର ମାନକୁ ଆହୁରି ବୃଦ୍ଧି କରିବ । ଅଧିକ ପଢନ୍ତୁ

ଛେଣ୍ଡିପଦା ଅଞ୍ଚଳରେ ହେବ ଶିକ୍ଷାର ବିକାଶ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅନୁଗୋଳ: ପ୍ରାୟ 20 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୃହ । ସୋମବାର ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ନିର୍ମାଣ ହେବ ଏହି ବିଦ୍ୟାଳୟ । ଯାହା ଅଞ୍ଚଳର ଶିକ୍ଷାର ମାନକୁ ଆହୁରି ବୃଦ୍ଧି କରିବ ।

ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କଙ୍କରେଇ ଠାରେ ଏକ ନୂତନ ଅତ୍ୟାଧୁନିକ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏହି ବିଦ୍ୟାଳୟ ଗୃହ ନିର୍ମାଣ କରାଯିବ । ଏମସିଏଲ ଅନୁଦାନରେ ଏହା ନିର୍ମାଣ ହେବ । କଙ୍କରେଇ ଠାରେ ସୁଭଦ୍ରା କୋଇଲା ଖଣି ଖନନ ହେବାକୁ ଯାଉଛି । ସେଠାରେ ଖଣି କର୍ମଚାରୀମାନଙ୍କ ପାଇଁ କଲୋନୀ ନିର୍ମାଣ ହେବ । ତେଣୁ କଲୋନୀ ନିକଟରେ ଏହି ବିଦ୍ୟାଳୟ ନିର୍ମାଣ ହେବ । ସ୍ଥାନୀୟ ଖଣି କ୍ଷତିଗ୍ରସ୍ତମାନଙ୍କ ପିଲାମାନେ ମଧ୍ୟ ଏଠାରେ ପାଠ ପଢ଼ିବାର ସୁବିଧା ପାଇପାରିବେ ।

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ‘‘ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଙ୍କରେଇ ସ୍ଥିତ ଏମସିଏଲର ସୁଭଦ୍ରା ଅଞ୍ଚଳରେ ଏକ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ହେବ । ଏହି ସ୍କୁଲ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ । ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳରେ ଗୁଣାତ୍ମକ ଶିକ୍ଷାର ବିକାଶକୁ ପ୍ରଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ।’’

ଅଧିକ ପଢନ୍ତୁ- ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ ଭୂମିପୂଜନ, ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଏଠାରେ ପାଠ ପଢି ଏଠାକାର ପିଲାମାନେ ଆଗକୁ ବଢ଼ିବା ସହ ବଡ଼ ମଣିଷ ହୋଇପାରିବା ସହ ବିକଶିତ ଭାରତର ଯୋଦ୍ଧା ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଖଣି ଖନନ କରି ଅଧିକରୁ ଅଧିକ କୋଇଲା ଉତ୍ପାଦନ ହେଉ । ଦେଶର ବିକାଶରେ ସହାୟକ ହେବ । କିନ୍ତୁ ଖଣି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ମଧ୍ୟ ସୁବିଧା ଓ ବିକାଶ ପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଏମସିଏଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଅଧିକାରୀ ଓ ଏମସିଏଲ ସିଏମଡିଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.