ETV Bharat / state

ରୋଜଗାର ମେଳା; ଭୁବନେଶ୍ବରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Feb 12, 2024, 8:12 PM IST

ରୋଜଗାର ମେଳା; ଭୁବନେଶ୍ବରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରୋଜଗାର ମେଳା; ଭୁବନେଶ୍ବରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Rozgar Mela: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶରେ ବର୍ତ୍ତମାନର ଅର୍ଥନୈତିକ ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ଦ୍ଵାରା ବିଭିନ୍ନ ସରକାରୀ ଓ ବେସରକାରୀ ନିଯୁକ୍ତି ଦିଆଯାଉଛି। ବିଶେଷ କରି ଉଦ୍ୟମିତା ଭାରତରେ ଜନ ଆନ୍ଦୋଳନ ସୃଷ୍ଟି କରିଛି। ୨୦୧୪ ରେ ଦେଶରେ ସାଢ଼େ ତିନିଶ ଷ୍ଟାର୍ଟପ ଥିଲା । ଅଧିକ ପଢନ୍ତୁ

ରୋଜଗାର ମେଳା; ଭୁବନେଶ୍ବରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ମୋଦି ସରକାରଙ୍କ ୧୦ ଲକ୍ଷ ରୋଜଗାର ପ୍ରତିଶୃତି ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ 2022 ମସିହାରେ ନିଯୁକ୍ତି ମେଳା ଆରମ୍ଭ ହୋଇଥିବା ବେଳେ ଆଜି ଏହାର ୧୨ ତମ ପ୍ରକ୍ରିୟାରେ ନବ ନିଯୁକ୍ତିକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେଇଥିଲେ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବେ ତାହା ଆଜି ପୂରଣ ହୋଇଛି। ଆଜି ଗୋଟିଏ ଦିନ ରେ ଲକ୍ଷେ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି । ଦେଶର ୪୭ ଟି ସ୍ଥାନରେ ବିଭିନ୍ନ ବର୍ଗର ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଭୁବନେଶ୍ବର ଆଇଆଇଏମଟି ଠାରେ ଆଜି ୩୮୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶରେ ବର୍ତ୍ତମାନର ଅର୍ଥନୈତିକ ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ଦ୍ଵାରା ବିଭିନ୍ନ ସରକାରୀ ଓ ବେସରକାରୀ ନିଯୁକ୍ତି ଦିଆଯାଉଛି । ବିଶେଷ କରି ଉଦ୍ୟମିତା ଭାରତରେ ଜନ ଆନ୍ଦୋଳନ ସୃଷ୍ଟି କରିଛି । ୨୦୧୪ରେ ଦେଶରେ ସାଢ଼େ ତିନିଶ ଷ୍ଟାର୍ଟଅପ ଥିଲା । ବର୍ତ୍ତମାନ ତାହା ବଢ଼ି ଲକ୍ଷେ କୋଡ଼ିଏ ହଜାର ହେଲାଣି । ବିଶ୍ବର ସବୁଠୁ ଅଧିକ ଯୁବପିଢି ଭାରତରେ ଅଛନ୍ତି । ଯୁବ ପିଢ଼ିକୁ ଆତ୍ମନିର୍ଭରଶୀଳ କରିବା ସ୍ଵୟଂ ସମ୍ପୂର୍ଣ୍ଣ ହେବା ଆମ ସରକାରର ଅନ୍ୟତମ ଉଦ୍ଦେଶ୍ୟ ଏଥିରେ ଆଜି ଆମେ ଗୋଟେ ପାଦ ଆଗକୁ ବଢ଼ିଲୁ । ଏଥିସହ ନିଯୁକ୍ତି ପାଇଥିବା ଯୁବପିଢ଼ି ମାନେ ମଧ୍ୟ ବେଶ ଉତ୍ସାହିତ ଥିବା କହିଛନ୍ତି । ମିଳିଥିବା ଦାୟିତ୍ବକୁ ସଠିକ ଭାବେ ତୁଲାଇବା ପାଇଁ ଶପଥ ଗ୍ରହଣ କରିଛୁ ଓ ଆଗକୁ ଯାଇ ଏହାକୁ ପରିପାଳନ କରିବୁ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ- 1 ଲକ୍ଷଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି, କହିଲେ ଆମ ସରକାରରେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧ ଲକ୍ଷରୁ ଅଧିକ ନବନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ନୂଆଦିଲ୍ଲୀରେ ସମନ୍ବିତ କମ୍ପ୍ଲେକ୍ସ "କର୍ମଯୋଗୀ ଭବନ"ର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିଥିଲେ । ଏହି କମ୍ପ୍ଲେକ୍ସ ମିଶନ କର୍ମଯୋଗୀର ବିଭିନ୍ନ ସ୍ତମ୍ଭ ମଧ୍ୟରେ ସହଯୋଗ ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବ । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧ ଲକ୍ଷରୁ ଅଧିକ ନିଯୁକ୍ତି ପ୍ରାପ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଛି । ଏହି ଅବସରରେ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ । ଭାରତ ସରକାରରେ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଅଭିଯାନ ଜୋରସୋରରେ ଚାଲିଛି ବୋଲି ସେ କହିଥିଲେ ।

ଚାକିରି ବିଜ୍ଞପ୍ତି ଏବଂ ନିଯୁକ୍ତି ପତ୍ର ପ୍ରଦାନ ମଧ୍ୟରେ ଦୀର୍ଘ ସମୟ ଲାଗିବା ଦ୍ବାରା ଦୁର୍ନୀତି ବୃଦ୍ଧି ହେବାର ସମ୍ଭାବନା ରହିଛି ତେଣୁ ବର୍ତ୍ତମାନର ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ସ୍ବଚ୍ଛ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ଦ୍ବାରା ପ୍ରତ୍ୟେକ ଯୁବକ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ସମାନ ସୁଯୋଗ ସୃଷ୍ଟି ହୋଇଛି । ଆଜି ପ୍ରତ୍ୟେକ ଯୁବକ ବିଶ୍ୱାସ କରନ୍ତି ଯେ ସେମାନେ କଠିନ ପରିଶ୍ରମ ଏବଂ ଦକ୍ଷତା ଦ୍ବାରା ସେମାନଙ୍କ ଚାକିରି ସ୍ଥିତି ସୁଦୃଢ଼ କରିପାରିବେ । ସରକାର ଯୁବଗୋଷ୍ଠୀଙ୍କୁ ଦେଶର ବିକାଶରେ ଅଂଶୀଦାର କରିବାକୁ ଚେଷ୍ଟା କରୁଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ବର୍ତ୍ତମାନର ସରକାର ଯୁବକମାନଙ୍କୁ ପୂର୍ବ ସରକାର ତୁଳନାରେ ଦେଢ଼ ଗୁଣ ଅଧିକ ଚାକିରି ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ସରକାରଙ୍କ ପ୍ରୟାସ ଯୋଗୁଁ ନୂତନ କ୍ଷେତ୍ର ଖୋଲିବା ଏବଂ ଯୁବକମାନଙ୍କ ପାଇଁ ରୋଜଗାର ଏବଂ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବଜେଟରେ ୧ କୋଟି ରୁଫ ଟପ ସୋଲାର ପ୍ଲାଣ୍ଟ ବିଷୟରେ ଉଲ୍ଲେଖ କରିଥିଲେ । ଯାହା ପରିବାରର ବିଦ୍ୟୁତ ବିଲ କୁ ହ୍ରାସ କରିବ ଏବଂ ସେମାନେ ଗ୍ରିଡ୍ କୁ ବିଦ୍ୟୁତ ଯୋଗାଣ କରି ଅର୍ଥ ରୋଜଗାର କରିବାରେ ସକ୍ଷମ ହେବେ । ଏହି ଯୋଜନାରେ ଲକ୍ଷ ଲକ୍ଷ ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ ବୋଲି ସେ କହିଛନ୍ତି । ପ୍ରାୟ ୧.୨୫ ଲକ୍ଷ ଷ୍ଟାର୍ଟଅପ ସହ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ ଇକୋସିଷ୍ଟମ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଥିଲେ ଯେ ଏହି ଷ୍ଟାର୍ଟଅପ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଟିୟର ୨ କିମ୍ବା ଟିୟର ୩ ସହରର ଅଟନ୍ତି । ଏହି ଷ୍ଟାର୍ଟଅପ ଗୁଡ଼ିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାବେଳେ ସଦ୍ୟତମ ବଜେଟରେ ଷ୍ଟାର୍ଟଅପ ଗୁଡ଼ିକ ପାଇଁ ଟିକସ ରିହାତି ଜାରି ରଖିବାକୁ ଘୋଷଣା କରାଯାଇଛି। ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ପାଇଁ ବଜେଟରେ ଘୋଷଣା କରାଯାଇଥିବା ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟଯେ ଆଜି ସାରା ଦେଶରେ ୪୭ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ବିବିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ସରକାରଙ୍କ ସହ ଯୋଗଦେବେ । ଯେଉଁଥିରେ ରାଜସ୍ବ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ଆଣବିକ ଶକ୍ତି ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ ବିଭିନ୍ନ ପଦବୀ ସାମିଲ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.