ETV Bharat / state

ଜଳୁଛି ଭୁବନେଶ୍ୱର: ଦେଶରେ ଦ୍ବିତୀୟ ଉତ୍ତପ୍ତ ସହର, ଏସିଆରେ ଷଷ୍ଠ - HEAT WAVE IN BHUBANESWAR

author img

By ETV Bharat Odisha Team

Published : Apr 5, 2024, 8:28 PM IST

Updated : Apr 6, 2024, 9:42 AM IST

Heat Wave Alert
Heat Wave Alert

Heat Wave Alert in Bhubaneswar: ରାଜଧାନୀ ଭୁବନେଶ୍ୱରରେ ଅଗ୍ନିବର୍ଷା । ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହା ଚଳିତ ସିଜିନର ସର୍ବୋଚ୍ଚ ତାପମାତ୍ରା । ଭୁବନେଶ୍ବର, ଦେଶରେ ଦ୍ବିତୀୟ ଏବଂ ଏସିଆ ମହାଦେଶରେ ଷଷ୍ଠ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଅଧିକ ପଢନ୍ତୁ

Heat Wave Alert

ଭୁବନେଶ୍ବର: ଭୁବନେଶ୍ୱର ପାଲଟିଲା ସବଠୁ ଉତ୍ତପ୍ତ ସହର । ରାଜଧାନୀରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହିପରି ସ୍ଥିତି ଆହୁରି ୨ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ତ୍ତମାନସୁଦ୍ଧା ଏହା ଚଳିତ ସିଜିନର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତାକାଲି(ଶନିବାର) ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଅସହ୍ୟ ଖରା ହେବାର ପୂର୍ବାନୁମାନ କରିଛି ବିଭାଗ ।ଶୁଷ୍କ ଓ ଗରମ ବାୟୁ ରାଜ୍ୟରେ ପ୍ରବାହିତ ହେଉଥିବାରୁ ରାଜ୍ୟରେ ପ୍ରବଳ ଖରା ଓ ଗରମ ହେଉଥିବା ନେଇ ବିଭାଗ ପକ୍ଷରୁ କୁହାଯାଉଛି । ଉପକୂଳ ଓ ତତସଂଲଗ୍ନ ଜିଲ୍ଲାଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଗ୍ରୀଷ୍ମ ପ୍ରବାହକୁ ନେଇ ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଝାରସୁଗୁଡାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଜି(ଶୁକ୍ରବାର) ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର । ୧୦ ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ଭୁବନେଶ୍ୱର। ୪୩.୫ ଡିଗ୍ରୀ ସହ ଷଷ୍ଠ ସ୍ଥାନରେ ଭୁବନେଶ୍ୱର ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା।ଏହାସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ଏବଂ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ସେହିପରି ୨୫ ସହରରେ 40°C କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି ।10ସହର ରେ 42°C କିମ୍ଵା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି ।


ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୨୬ରୁ ଅଧିକ ତାପମାତ୍ରା ରହୁଥିବାବେଳେ ଉଷ୍ମ ରାତ୍ରି ସ୍ଥିତି ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଏହାକୁ ନେଇ ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ମାଲକାନଗିରି, ନୟାଗଡ଼, ବୌଦ୍ଧ ଏହି ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆର୍ଦ୍ରତା ୪୫ ଡିଗ୍ରୀ ରହୁଥିବାବେଳେ ଅନୁଭୂତ ତାପମାତ୍ରା ୫୦ରୁ ୬୦ ଡିଗ୍ରୀ ସେଲସିୟସ ରହୁଛି। ଆହୁରି ଦୁଇ ଦିନ ରାଜ୍ୟରେ ଟାଣ ଖରା ସହ ତାତିରୁ ନିସ୍ତାର ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ତାରିଖପରଠାରୁ ବଦଳିବ ପାଗ। ପଶ୍ଚିମା ଝଡ଼ ପ୍ରଭାବରେ ନିମ୍ନ ଚାପରେଖା ଓ ଗୁରୁଚାପ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି ।

ପୂର୍ବରୁ ଭୁବନେଶ୍ୱର ର ଅପ୍ରେଲ ମାସର ସର୍ବୋଚ୍ଚ ତାପମାତ୍ରା ହେଉଛି _:
11 ଅପ୍ରେଲ 2016: 45.8°C
28 ଅପ୍ରେଲ 2016: 45.1°C
23 ଅପ୍ରେଲ 1985: 45°C
1 ଅପ୍ରେଲ 2021: 44.2°C
10 ଅପ୍ରେଲ 2021: 44.1°C
30 ଅପ୍ରେଲ 1991: 43.9°C
16 ଅପ୍ରେଲ 2019: 43.7°C
10 ଅପ୍ରେଲ 2010: 43.6°C
29 ଅପ୍ରେଲ 2016: 43.5°C
25 ଅପ୍ରେଲ 2022: 43.3°C

ଏହା ମଧ୍ୟ ପଢନ୍ତୁ...ରାସ୍ତା ପ୍ରଶସ୍ତିକରଣରେ ନାଁରେ କଟାଗଲା ଗଛ, ମୁଣ୍ଡଫଟା ଖରାରେ ଡହଳ ବିକଳ ଲୋକେ - HEAT WAVE IN DHENKANAL

ସେହିପରି ୭ ଏବଂ ୮ରେ ବର୍ଷା ସହ ତାତିରୁ ମିଳିବ ଆଶ୍ଵସ୍ତି । ବିଜୁଳି ଘଡ଼ଘଡି଼ ବର୍ଷା ସହ ଭାରି ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ଅଧିକ ସମ୍ଭାବନା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼ରେ ଉଷ୍ମ ରାତ୍ରି ସ୍ଥିତି ଅନୁଭବ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ୧୧ ସହରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ମାଲକାନଗିରି ଓ ବୌଦ୍ଧରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଗୁଡଭେଲରେ ୧୮.୨ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 6, 2024, 9:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.