ETV Bharat / state

ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡି ରେଡ୍; ପୁଳା ପୁଳା ଟଙ୍କା-ସୁନା ଜବତ

author img

By ETV Bharat Odisha Team

Published : Mar 10, 2024, 11:00 AM IST

Etv Bharat
Etv Bharat

Uliburu Mining Scam: ଉଲିବୁର ଖଣି ଦୁର୍ନୀତି ମାମଲାରେ ଚଢାଉ କରି କୋଟି କେଟି ଟଙ୍କା ସହ ସୁନା ଓ ଗାଡି ଜବତ କଲା ଇଡି । ମାର୍ଚ୍ଚ ୧ରେ ୧୨ଟି ସ୍ଥାନରେ ରେଡ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ଭୁବନେଶ୍ୱର: କେନ୍ଦୁଝର ଉଲିବୁର ଖଣି ଦୁର୍ନୀତି ମାମଲା । ଇଡି ଚଢ଼ାଉ ବେଳେ ଜବତ ହୋଇଛି କୋଟି କୋଟି ଟଙ୍କା ସହ ସୁନା । ଏକ କୋଟି ୨୪ ଲକ୍ଷ ନଗଦ ସହ ୨କେଜିର ସୁନା, ଏକ ଭୋଲବୋ କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ରାଜ୍ୟର ୪ଟି ଜିଲ୍ଲାର ୧୨ଟି ସ୍ଥାନରେ ଗତ ୧ ତାରିଖରେ ରେଡ କରିଥିଲା ଇଡି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି ।


ପ୍ରେସ ରିଲିଜରେ ଦର୍ଶାଯାଇଛି ଯେ, ମାର୍ଚ୍ଚ ୧ ତାରିଖରେ ଦୀପକ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଓ ସ୍ନେହପୁରୁଷ ମାର୍କେଟିଂ ସଂସ୍ଥାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର, ଯୋଡ଼ା, ବଡ଼ବିଲ ଓ ରାଉରକେଲା ସମେତ ୧୨ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ ହୋଇଥିଲା । ଚଢ଼ାଉ ବେଳେ କେବଳ ୧ କୋଟି ୨୪ ଲକ୍ଷର ନଗଦ‌ ଟଙ୍କା, ୨ କେଜିର ସୁନା, କାର ଓ ଅନ୍ୟାନ୍ୟ ଡିଜିଟାଲ ଏଭିଡେନ୍ସ ଏବଂ କାଗଜପତ୍ର ଜବତ କରାଯାଇଥିଲା । ''

ଏହା ମଧ୍ୟ ପଢନ୍ତୁ-ଉଲିବୁରୁ ଖଣି ଦୁର୍ନୀତିର ଛାନଭିନ୍, ଭୁବନେଶ୍ୱର ଓ ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ED ରେଡ୍


୧୮୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଇଡିର ତଦନ୍ତ ସମସ୍ତଙ୍କୁ ଚକିତ କରିଛି । କାରଣ ୨୦୧୩ ମସିହାରେ ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା । ସେତେବେଳେ ଏହି ଘଟଣାରେ ଦୀପକ ଷ୍ଟିଲ ଆଣ୍ଡ ପାଓ୍ବାର DSPLର ମୁଖ୍ୟ ଦୀପକ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା । ପରେ ଏହି ମାମଲାରେ ଏକାଧିକ ଲୋକ ଯୋଡ଼ି ହୋଇଥିଲେ । ଖଣି ନିର୍ଦ୍ଦେଶାଳୟର କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିବାରୁ ସେମାନଙ୍କ ସହ କିଛି ଲିଜଧାରୀ ଓ ଅନ୍ୟାନ୍ୟ କର୍ମଚାରୀ ଏହି ମାମଲାରେ ଯୋଡ଼ି ହୋଇଥିଲେ । ବର୍ତ୍ତମାନ ଏହି ମାମଲା ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ବିଚାରାଧିନ ରହିଛି । ତିନି ବର୍ଷ ତଳେ ଏହି ମାମଲାରେ ଜାମିନ ପାଇଥିଲେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା । ଏପରିକି ୭ ବର୍ଷ ଧରି ଜେଲରେ ରହିବା ପରେ ତାଙ୍କୁ ବେଲ ମିଳିଥିଲା ।

ସେତେବେଳେ 2015 ଜୁଲାଇ ମାସରେ 6 ଜଣଙ୍କ ନାଁରେ NBW ଜାରି କରାଯାଇଥିଲା । ହରି ଚରଣ ଗୁପ୍ତା, କାନ୍ଦଣା ଦେବୀ ଗୁପ୍ତା, ନିତୁ ଗୁପ୍ତା, ଚମ୍ପକ ଗୁପ୍ତା, ରାଉତରାୟ ମୁର୍ମୁ, ଜଗଦିଶ ମିଶ୍ରାଙ୍କ ନାଁରେ ଜାମିନ ବିହିନ ଗିରଫ ପରୱାନା ଜାରି କରାଯାଇଥିଲା । ତେବେ ଏମାନଙ୍କୁ କାହିଁକି ପଳାତକ ଘୋଷଣା କରାଯାଉନାହିଁ ଓ ଗିରଫ କରାଯାଉନାହିଁ ବୋଲି ଏହାର ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏପରିକି ଏହି ମାମଲାରେ‌ ବିଚାର ପ୍ରକ୍ରିୟା ପ୍ରଭାବିତ ଯୋଗୁଁ ତିନି ବର୍ଷ ତଳେ ଏକ ରିଟ ପିଟିସନ ମଧ୍ୟ ଧନଞ୍ଜୟ କୁମାର ଡଗରାଙ୍କ ଦ୍ଵାରା ହାଇକୋର୍ଟରେ ଦାଖଲ କରାଯାଇଥିଲା । ପୂର୍ବରୁ ଉଲିବୁର ଖଣି ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରୁଥିଲା । ପରେ କେନ୍ଦ୍ରୀୟ ଏଜେନ୍ସି ଇଡି ଏହି ମାମଲାରେ ତଦନ୍ତ କରି ବିଭିନ୍ନ ସ୍ଥାନରେ ରେଡ କରୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.