ETV Bharat / state

ଉଲିବୁରୁ ଖଣି ଦୁର୍ନୀତିର ଛାନଭିନ୍, ଭୁବନେଶ୍ୱର ଓ ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ED ରେଡ୍

author img

By ETV Bharat Odisha Team

Published : Mar 1, 2024, 2:36 PM IST

ଉଲିବୁରୁ ଖଣି ଦୁର୍ନୀତି
ଉଲିବୁରୁ ଖଣି ଦୁର୍ନୀତି

Uliburu Mining Scam ED Raid: କେନ୍ଦୁଝର ଉଲିବୁରୁ ଖଣି ଦୁର୍ନୀତି ମାମଲା । ବିଭିନ୍ନ ସ୍ଥାନରେ ବଡ଼ ଧରଣର ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢ଼ନ୍ତୁ

ଉଲିବୁରୁ ଖଣି ଦୁର୍ନୀତି

ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାକୁ ଆସିଛି କେନ୍ଦୁଝର ଉଲିବୁରୁ ଖଣି ଦୁର୍ନୀତି ମାମଲା । ଭିଜିଲାନ୍ସ ପରେ କେନ୍ଦ୍ରୀୟ ଏଜେନ୍ସିର ଏଣ୍ଟ୍ରି । ପ୍ରିଭେନସନ ଅଫ ମନି ଲଣ୍ଡରିଂ ମାମଲାରେ ବିଭିନ୍ନ ସ୍ଥାନରେ ବଡ଼ ଧରଣର ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସମେତ ଯୋଡ଼ା, ବଡ଼ବିଲ ଓ ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଜାରି ରହିଛି ଚଢାଉ । ତେବେ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ IRC ଭିଲେଜରେ ଥିବା N3-349ରେ ବିକେ ମହାନ୍ତିଙ୍କ ଘରେ ରେଡ ଚାଲିଛି । ବିକେ ମହାନ୍ତି ଘର ସମେତ ଏହାର DSPLର କାର୍ଯ୍ୟାଳୟ ଓ ଏହାର ଲିଜଧାରୀଙ୍କ ଘରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ।

କେନ୍ଦୁଝର ଉଲିବୁର ଖଣି ଦୁର୍ନିତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ । ଭୁବନେଶ୍ୱର ବିକେ ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ସିଆରପିଏଫ ଯବାନ ଘର ବାହାରେ ମୁତୟନ ହେବାସହ ସହ ଘର ଭିତରେ ଇଡି ଅଧିକାରୀମାନେ ବିଭିନ୍ନ ବ୍ୟାଙ୍କ ଜମା, କ୍ୟାସ, ଗହଣା ଓ ଘରର ଦାମି କାଗଜ ପତ୍ର ଯାଞ୍ଚ କରୁଛନ୍ତି । ୧୮୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଇଡିର ତଦନ୍ତ ସଭିଙ୍କୁ ଚକିତ କରିଛି । କାରଣ ୨୦୧୩ ମସିହାରେ ଭିଜିଲାନ୍ସ ଏହାର ତଦନ୍ତ ଆରମ୍ଭ କରିଥିଲା । ସେତେବେଳେ ଏହି ଘଟଣାରେ ଦୀପକ ଷ୍ଟିଲ ଆଣ୍ଡ ପାଓ୍ବାର DSPLର ମୁଖ୍ୟ ଦୀପକ ଗୁପ୍ତାଙ୍କୁ ଗିରଫ କରିଥିଲା । ପରେ ଏହି ମାମଲାରେ ଏକାଧିକ ବ୍ୟକ୍ତି ଯୋଡ଼ି ହୋଇଥିଲେ । ଖଣି ନିର୍ଦ୍ଦେଶାଳୟର କର୍ମଚାରୀଙ୍କ ସହ କିଛି ଲିଜଧାରୀ ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଏହି ମାମଲାରେ ଯୋଡ଼ି ହୋଇଥିଲେ । ବର୍ତ୍ତମାନ ଏହି ମାମଲା ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ବିଚାରାଧୀନ ରହିଥିଲା । ତିନି ବର୍ଷ ତଳେ ଏହି ମାମଲାରେ ଜାମିନ ପାଇଥିଲେ ଦୀପକ ଗୁପ୍ତା । ଏପରିକି ୭ ବର୍ଷ ଧରି ଜେଲରେ ରହିବା ପରେ ତାଙ୍କୁ ବେଲ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ, ରୋହିତଙ୍କ ଟାର୍ଗେଟରେ ଜୟ ନାରାୟଣ

2015 ଜୁଲାଇ ମାସରେ 6 ଜଣଙ୍କ ନାଁରେ NBW ଜାରି କରାଯାଇଥିଲା । ହରି ଚରଣ ଗୁପ୍ତା, କାନ୍ତାଦେବୀ ଗୁପ୍ତା, ନିତୁ ଗୁପ୍ତା, ଚମ୍ପକ ଗୁପ୍ତା, ରାଉତରାୟ ମୁର୍ମୁ, ଜଗଦିଶ ମିଶ୍ରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ତେବେ ଏମାନଙ୍କୁ କାହିଁକି ପଳାତକ ଘୋଷଣା କରାଯାଉନାହିଁ ଓ ଗିରଫ କରାଯାଉନାହିଁ ବୋଲି ଏହାର ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏହି ମାମଲାର‌ ବିଚାର ପ୍ରକ୍ରିୟାରେ ପ୍ରଭାବିତ ଯୋଗୁଁ ଏହି ମାମଲାରେ ତିନିବର୍ଷ ତଳେ ଏକ ରିଟ ପିଟିସନ ଧନଞ୍ଜୟ କୁମାର ଡଗରାଙ୍କ ଦ୍ଵାରା ହାଇକୋର୍ଟରେ କରାଯାଇଥିଲା ।

ଏହାମଧ୍ଯ ପଢ଼ନ୍ତୁ... ଇଡି ସ୍କାନରରେ ରାଉରକେଲା ବ୍ୟବସାୟୀ; ଘର, ଅଫିସ ସହ ୫ ଠିକଣାରେ ରେଡ୍

ଓଡ଼ିଶା ଭିଜିଲାନ୍ସ ଏନେଇ ପୁର୍ବରୁ ମାମଲା ରୁଜୁ କରି ତଦନ୍ତ କରୁଥିଲା । ବେଆଇନ ଖଣି ଖନନ ନେଇ ହୋଇବା ମାମଲାରେ ନିର୍ଦ୍ଦିଷ୍ଟ ଜମି ଆଲୋକେସନ ଥିବା ବେଳେ ତାଠାରୁ ଅଧିକ ଅଞ୍ଚଳରେ ଆଣି ଖନନ ହୋଇଥିବା ଘଟଣା ଅଭିଯୋଗ ରହିଥିଲା । ଏହା ପଛରେ କିଛି ଖଣି ଅଧିକାରୀ ମଧ୍ୟ ସାମିଲ ଥିଲେ । ଏନେଇ ଭିଜିଲାନ୍ସ ମାମଲାକୁ ଆଧାର ସେତେବେଳେ ୨୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ଏପରିକି ଏହାର ଚାର୍ଜସିଟ୍ ମଧ୍ୟ କୋର୍ଟରେ ଦାଖଲ ହୋଇଥିଲା । ତେବେ ଏହି କେସକୁ ଆଧାରକରି କରି ED PMLA ଆକ୍ଟରେ ଚଢ଼ାଉ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.