ETV Bharat / state

ଇଡି ସ୍କାନରରେ ରାଉରକେଲା ବ୍ୟବସାୟୀ; ଘର, ଅଫିସ ସହ ୫ ଠିକଣାରେ ରେଡ୍

author img

By ETV Bharat Odisha Team

Published : Mar 1, 2024, 12:16 PM IST

Updated : Mar 1, 2024, 2:17 PM IST

ED raid in Rourkela: ରାଉରକେଲାର ପ୍ରମୁଖ ବ୍ୟବସାୟୀ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲାଙ୍କ ଘରେ ରେଡ୍ । ଘର ଓ ଅଫିସ ସମେତ ୫ଟି ଠିକଣାରେ ଏକକାଳୀନ ଚଢାଉ । ଅଧିକ ପଢନ୍ତୁ

Etv Bharat
Etv Bharat

ଇଡି ସ୍କାନରରେ ରାଉରକେଲା ବ୍ୟବସାୟୀ

ରାଉରକେଲା: ରାଉରକେଲାରେ ଇଡି ରେଡ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି ସହରର ଜଣେ ପ୍ରମୁଖ ବ୍ୟବସାୟୀ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲାଙ୍କ ଘରେ ରେଡ୍ କରିଛି । ତାଙ୍କର ରାଉରକେଲା ସ୍ଥିତ ବାସଭବନ, ଅଫିସ ଓ ଭୁବନେଶ୍ବରରେ ଥିବା ଠିକଣା ସମେତ ମୋଟ ୫ଟି ସ୍ଥାନରେ ଚଢାଉ ହେଉଛି । ଏହି ଚଢାଉରେ ୨୦ରୁ ଅଧିକ ଇଡି ଅଧିକାରୀ ସାମିଲ ଅଛନ୍ତି ।

ସୂଚନା ଯେ, ରାଉରକେଲାର କଚେରୀ ରୋଡରେ କମ୍ପାନୀର କାର୍ଯ୍ୟାଳୟ ଥିବାବେଳେ ଖଣି କାରବାର ସହ ଜଡିତ ରହିଛି । ଠକେଇ ଅଭିଯୋଗ ନେଇ ହଠାତ୍ ଇଡି ଅଧିକାରୀମାନେ କଦମାୱାଲାଙ୍କ ଅଫିସ, ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଛନ୍ତି । ରାଉରକେଲା ସହରର କଚେରି ରୋଡରେ ଥିବା ତାଙ୍କର ଦୁଇଟି କାର୍ଯ୍ୟାଳୟ, ବିଶ୍ରା ଡାହାରରେ ଥିବା ଘର, ବଡବିଲ ସହ ଭୁବନେଶ୍ୱର ଠିକଣାରେ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢନ୍ତୁ: ଆଠ ଘଣ୍ଟା ଜେରା ପରେ ବାହାରିଲେ ପ୍ରଫୁଲ ସାମଲ

ଏହା ମଧ୍ୟ ପଢନ୍ତୁ: ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନୀରେ ପଶିଲା ଇଡି, ଓଡ଼ିଶାର ୧୫ ସ୍ଥାନରେ ରେଡ୍

ଏହି ଚଢାଉରେ ୨୦ରୁ ଅଧିକ ଇଡି ଅଧିକାରୀ ସାମିଲ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି CRPF ମୁତୟନ କରାଯାଇଛି । ତେବେ କେତେ ଟଙ୍କାର ଦୁର୍ନୀତି ହୋଇ ସେନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି । ଇଡି ରେଡ୍‌କୁ ଦେଖି କିଛି ବଡ ଧରଣର ଘୋଟାଲା ହୋଇଥିବା ଅନୁମାନ କରାଯାଉଛି । ଏବେ ବି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ପାଞ୍ଚଟି ଠିକଣାରେ ତନାଘନା ଜାରି ରହିଛି ।

ଉଲିବୁର ଖଣି ଦୁର୍ନୀତି ମାମଲାରେ ଆଜି ବିଭିନ୍ନ ସ୍ଥାନରେ ଛାପା ମାରିଛି ଇଡି । ଭୁବନେଶ୍ୱର ସମେତ ଯୋଡ଼ା,ବଡ଼ବିଲ, ରାଉରକେଲାରେ ରେଡ ଜାରି ରହିଛି । ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ବିକେ ମହାନ୍ତିଙ୍କ ଘରେ ରେଡ ଜାରି ରହିଛି । ବିକେ ମହାନ୍ତି ଘର ସମେତ ଏହାର DSPLର କାର୍ଯାଳୟ ଓ ଏହାର ଲିଜ ଧାରିଙ୍କ ଘରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ସିଆରପିଏଫ ଯବାନ ଘର ବାହାରେ ମୁତୟନ ସହ ଘର ଭିତରେ ଇଡି ଅଧିକାରୀମାନେ ବିଭିନ୍ନ ବ୍ୟାଙ୍କ ଜମା,କ୍ୟାସ ଓ ଗହଣା ଓ ଘରର ଦାମି କାଗଜ ପତ୍ର ଆଦି ସବୁ ଯାଞ୍ଚ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated :Mar 1, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.