ETV Bharat / state

ଆଠ ଘଣ୍ଟା ଜେରା ପରେ ବାହାରିଲେ ପ୍ରଫୁଲ ସାମଲ

author img

By ETV Bharat Odisha Team

Published : Feb 28, 2024, 10:23 PM IST

MLA Prafulla Samal walks out of ED office after 8 hours of grilling: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପରେ ବହାରିଲେ ବିଜେଡ଼ି ବିଧାୟକ ପ୍ରଫୁଲ ସାମଲ । ଗତ 17 ତାରିଖରେ ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନିତି ମାମଲାରେ ହାଜର ହେବା ପାଇଁ ଇଡି ନୋଟିସ କରିଥିଲା । ଅଧିକ ପଢନ୍ତୁ

ଆଠଘଣ୍ଟା ଜେରା ପରେ ବାହାରିଲେ ପ୍ରଫୁଲ ସାମଲ
ଆଠଘଣ୍ଟା ଜେରା ପରେ ବାହାରିଲେ ପ୍ରଫୁଲ ସାମଲ

ଆଠଘଣ୍ଟା ଜେରା ପରେ ବାହାରିଲେ ପ୍ରଫୁଲ ସାମଲ

ଭୁବନେଶ୍ବର: ଆଠଘଣ୍ଟା ଜେରା ପରେ ବାହାରିଲେ ବିଧାୟକ ପ୍ରଫୁଲ ସାମଲ । କହିଲେ ଯାହା ଇଡ଼ି ତଥ୍ୟ ମାଗିଥିଲେ ସେନେଇ ତଥ୍ୟ ରଖିଛି । ହେଲେ ବରପଦା ଦୁର୍ନିତି ନେଇ ପଦୁଟିଏ ମୁହଁ ଖୋଲିଲେ ନାହିଁ ।ଏହା ପଛର ରାଜନୀତି ଷଡ଼ଯନ୍ତ୍ର କି ସେନେଇ ମଧ୍ୟ କିଛି କହିଲେ ନାହିଁ । ଇଡ଼ିରେ ହାଜର ହେଲେ ଭଣ୍ଡାରିପୋଖରୀ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲ । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ପ୍ରଫୁଲ୍ଲ । ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ଇଡ଼ି ଅଫିସରେ ତଥ୍ୟ ଆଧାରରେ ହାଜର ହୋଇଛନ୍ତି ପ୍ରଫୁଲ୍ଲ ।

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ହାଜର ହେବା ପାଇଁ ଗତ 17 ତାରିଖରେ ଇଡି ପ୍ରଫୁଲ୍ଲଙ୍କୁ ନୋଟିସ କରିଥିଲା । ୧୫ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ସମନରେ ଉଲ୍ଲେଖ ରହିଥିଲା । ପରେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଇଡିରେ ହାଜର ହେବା ପାଇଁ ଓକିଲଙ୍କ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ଆଜି ପ୍ରଫୁଲ୍ଲ ଇଡିରେ ହାଜର ହୋଇଥିଲେ । ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି 30 କୋଟି ଟଙ୍କା ଅର୍ଥ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

  • " class="align-text-top noRightClick twitterSection" data="">

ଏନେଇ ଇଞ୍ଜିନିୟରିଂ କଲେଜର କମର୍ଚାରୀମାନେ ଏକାଧିକ ବାର ପ୍ରତିବାଦ କରିଥିଲେ । ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । ସେପଟେ କଲେଜ କର୍ମଚାରୀମାନେ ଦରମା ପାଉ ନଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ବିଜେଡି ବିଧାୟକଙ୍କ ଘରୁ ଦାମି କାର ସିଜ୍, ED ସ୍କାନରରେ ପ୍ରଫୁଲ୍ଲ ସାମଲଙ୍କ ଆର୍ଥିକ ଲିଙ୍କ

ଏହାପରେ ଇଡ଼ି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ଗତ ୧୫ ତାରିଖରେ ଇଡ଼ି ପକ୍ଷରୁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ବାସଭବନ ଏବଂ ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ।ଭୁବନେଶ୍ୱର ସହ ଭଦ୍ରକର ୬ଟି ସ୍ଥାନ ସାଙ୍ଗକୁ ୪ଟି ସ୍ଥାନରେ ଏକକାଳୀନ ଭାବେ ଇଡ଼ି ରେଡ୍ କରିଥିଲା । ଇଡି ଅଧିକାରୀଙ୍କ ସୂଚନା ଅନୁସାରେ ଚଢାଉ ବେଳେ ୧୦ ଲକ୍ଷ ଟଙ୍କା ମଧ୍ୟ ମିଳିଥିଲା । ଏହାସହ ଅନେକ କାଗଜପତ୍ର ଓ ତଥ୍ୟ ପାଇଥିଲା ଇଡ଼ି ।

ଇଟିଭଇ ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.