ETV Bharat / state

ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ, ରୋହିତଙ୍କ ଟାର୍ଗେଟରେ ଜୟ ନାରାୟଣ

author img

By ETV Bharat Odisha Team

Published : Jan 11, 2024, 10:03 PM IST

Rohit Pujari targets Jay Narayan Mishra
Rohit Pujari targets Jay Narayan Mishra

Rohit Pujari targets Jay Narayan Mishra: ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇବା ପରେ ଜୟ ନାରାୟଣ ମିଶ୍ରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ରୋହିତ ପୂଜାରୀ । ଅଧିକ ପଢନ୍ତୁ

ରୋହିତଙ୍କ ଟାର୍ଗେଟରେ ଜୟ ନାରାୟଣ

ସମ୍ବଲପୁର: ରାଜ୍ୟରେ ଖଣି ଦୁର୍ନୀତି ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ ଆଣିବା ପରେ ତାଙ୍କୁ ଆଜି ଟାର୍ଗେଟ କରିଛନ୍ତି ରେଢାଖୋଲ ବିଧାୟକ ରୋହିତ ପୂଜାରୀ । ସମ୍ବଲପୁରରୁ ବିଜେପି ଆଉ ଜୟନାରାୟଣଙ୍କୁ ଟିକେଟ ନଦେବା କଥା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବାରୁ ଏହି ମାଇନିଂ କଥା କହି ଜୟନାରାୟଣ ନିଜକୁ ଦଳ ଭିତରେ ହିରୋ କରିବାକୁ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ରୋହିତ ।

ଏନେଇ ଜବାବ ରଖି ବିଜେଡି ବିଧାୟକ ରୋହିତ କହିଛନ୍ତି, "ସମ୍ବଲପୁରରୁ ବିଧାୟକ ପ୍ରାର୍ଥୀ ହେବାର ମୋହ ଛାଡ଼ି ଆଗ ନିଜ ସ୍ବାସ୍ଥ୍ୟ କଥା ଚିନ୍ତା କରନ୍ତୁ ଜୟ ନାରାୟଣ । ଏଥିସହ ସମ୍ବଲପୁରରେ ବିଧାୟକ ଓ ସାଂସଦ ଗତ ସାଢେ ଚାରି ବର୍ଷ ହେବ ଦେଖା ଦେଇନଥିବା ବେଳେ ଲୋକଙ୍କ ଆଉ ତାଙ୍କ ଉପରେ ବିଶ୍ଵାସ ନାହିଁ । ଏଣୁ ଏହାକୁ ଭରଣା କରିବାକୁ ବାହାର ଜିଲ୍ଲାର ଭଡାଟିଆ ନେତା କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ସମ୍ବଲପୁରକୁ ଆଣିବାକୁ ଚେଷ୍ଟା କରୁଛନ୍ତି । "

ଏହା ବି ପଢନ୍ତୁ- ବିଜେଡିକୁ ନାଉରୀ ନାୟକଙ୍କ ନିଶାନା, "ସାହସ ଥିଲେ କୁହନ୍ତୁ, ରାଜ୍ୟରେ ହୋଇନି ଖଣି ଦୁର୍ନୀତି"

ଅନ୍ୟପକ୍ଷରେ ରେଢ଼ାଖୋଲ ବିଧାୟକ ରୋହିତଙ୍କୁ କଡା ଜବାବ ଦେଇଛନ୍ତି ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ । ସେ କହିଛନ୍ତି, "ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁ ସମୟରେ ହିରୋ ଅଟନ୍ତି । ଏଥିରେ କାହାରି ଦୁଇ ମତ ନାହିଁ । କିଛି ଦିନ ତଳେ ଜୟନାରାୟଣ ମିଶ୍ର ନିଜ ପ୍ରତିକିୟ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କୁ କିଭଲି ହୁଲସ୍ତୁଲ କରିଛନ୍ତି ତାହା ସମସ୍ତଙ୍କୁ ଜଣା । କେନ୍ଦ୍ରମନ୍ତ୍ରୀ ଆଜି ନୁହେଁ ଯୁବକ ଥିବା ସମୟରୁ ଏବିଭିପିରେ ଥିବା ସମୟରୁ ସମ୍ବଲପୁର ଗସ୍ତ କରୁଛନ୍ତି । ଜାତୀୟ ରାଜପଥର ଉନ୍ନତିକରଣ, ଦେବ୍ରିଗଡ ଅଭୟାରଣ୍ୟ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ଖିଣ୍ତାକୁ ସ୍ବଦେଶ ଯୋଜନାରେ ସାମିଲ କରିବା ଆଦି ବିକାଶ କାମ କରିଥିବାରୁ ବିଜେଡି ସହ୍ୟ କରିପାରୁନି । ବିଜେଡି ଯେଉଁ ବିକାଶ କରୁନି ତାହା କେନ୍ଦ୍ରମନ୍ତ୍ରୀ କରୁଛନ୍ତି । ସମ୍ବଲପୁର ବିଧାୟକ ବହୁତ କାମ କରିଛନ୍ତି ତେବେ ବର୍ତ୍ତମାନ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ବାହାରୁ ନାହାନ୍ତି ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି 9 ଲକ୍ଷ କୋଟିର ଖଣି ଦୁର୍ନୀତି: ଜୟନାରାୟଣ ମିଶ୍ର

ସେପଟେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମଧ୍ୟ ରୋହିତଙ୍କୁ ଏନେଇ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ ଯେ ବିଜେଡି ବିଧାୟକ ପ୍ରସଙ୍ଗକୁ ଯାଉନାହାନ୍ତି । ଯଦି ତାଙ୍କର ସାହସ ଅଛି କରୁନାହାନ୍ତି ଯେ ରାଜ୍ୟରେ ଖଣି ଦୁର୍ନୀତି ହୋଇନାହିଁ । ଖାଲି ବିଧାୟକ ନିଜେ ଚର୍ଚ୍ଚାରେ ରହିବା ପାଇଁ ଏପରି କରୁଛନ୍ତି । ସମ୍ବଲପୁର ଜିଲ୍ଲାର ଲୋକେ ଜାଣିଛନ୍ତି ଯେ କିଏ ବାଚାଳାମି ହେଉଛି । ଯେତେବେଳେ ମନ୍ତ୍ରୀ ମଣ୍ଡଳରୁ ତାଙ୍କୁ ବାହାର କରାଗଲା କାରଣ ତାଙ୍କର ଦକ୍ଷତା ନାହିଁ । ଏହା ଓଡ଼ିଶାର ପ୍ରଥମ ଘଟଣା ଯେ ଜଣେ ମନ୍ତ୍ରୀଙ୍କର ଦକ୍ଷତା ନାହିଁ ବୋଲି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଗଲା । ଏଇଟା ତ ବଡ଼ ବାଚାଳାମି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.