ETV Bharat / state

ବିଜେଡିକୁ ନାଉରୀ ନାୟକଙ୍କ ନିଶାନା, "ସାହସ ଥିଲେ କୁହନ୍ତୁ, ରାଜ୍ୟରେ ହୋଇନି ଖଣି ଦୁର୍ନୀତି"

author img

By ETV Bharat Odisha Team

Published : Jan 11, 2024, 7:43 PM IST

Updated : Jan 11, 2024, 9:34 PM IST

Nauri Nayak on Mining Scam issue: ବିଜେଡି ବିଧାୟକ ରୋହିତ ପୂଜାରୀଙ୍କୁ ବିଧାୟକ ନାଉରୀଙ୍କ ଖୋଲା ଚ୍ୟାଲେଞ୍ଜ । ଯଦି ସତସାହସ ଅଛି କୁହନ୍ତୁ ରାଜ୍ୟରେ ହୋଇନି ଖଣି ଦୁର୍ନୀତି । ଅଧିକ ପଢନ୍ତୁ

Nauri Nayak on Mining Scam issue
Nauri Nayak on Mining Scam issue

ବିଜେଡିକୁ ନାଉରୀ ନାୟକଙ୍କ ନିଶାନା, "ସାହସ ଥିଲେ କୁହନ୍ତୁ, ରାଜ୍ୟରେ ହୋଇନି ଖଣି ଦୁର୍ନୀତି"

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ବୁଧବାର ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଜୟ ନାରାୟଣଙ୍କ ଅଭିଯୋଗ ପରେ ଆଜି (ଗୁରୁବାର) ତାଙ୍କୁ କାଉଣ୍ଟର କରିଛନ୍ତି ରେଢାଖୋଲ ବିଧାୟକ ରୋହିତ ପୂଜାରୀ । ଦଳରେ ହାଇଲାଇଟ ହେବା ଲାଗି ଜୟ ନାରାୟଣ ଏପରି ଅଭିଯୋଗ ଆଣିଥିବା ସେ କହିଥିଲେ । ଏହା ପରେ ପ୍ରତିକ୍ରିୟା ରଖି ରୋହିତଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ଯଦି ବିଜେଡିର ସତସାହସ ଅଛି ତେବେ କୁହନ୍ତୁ ରାଜ୍ୟରେ ହୋଇନାହିଁ ଖଣି ଦୁର୍ନୀତି ।

ଆଜି ବିଜେଡି ବିଧାୟକ ରୋହିତ ପୂଜାରୀ କହିଥିଲେ, " ଜୟନାରାୟଣ ମିଶ୍ର ଆଉ ଜିତିବେ ନାହିଁ । ସ୍ବାସ୍ଥ୍ୟଗତ ସମସ୍ୟା ରହିଛି ତାଙ୍କର । ଏକଥା ବିଜେପି ଦଳର ଲୋକ କୁହାକୁହି ହେଲେଣି । ଜୟନାରାୟଣ ମିଶ୍ରଙ୍କର ବୟସ ହେଲାଣି, ସେ ନିଜ ସ୍ବାସ୍ଥ୍ୟକୁ ଜଗନ୍ତୁ । ଆଉ ବିଧାୟକ ହେବକୁ ମନ ବଳାନ୍ତୁ ନାହିଁ । ଖାଲି ଦଳରେ ହାଇ ଲାଇଟ୍ ହୋଇ ରହିବା ପାଇଁ ଖଣି କଥା ଉଠାଇଛନ୍ତି।"

ଏହାପରେ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, " ବିଜେଡି ବିଧାୟକ ପ୍ରସଙ୍ଗକୁ ଯାଉନାହାନ୍ତି । ଯଦି ତାଙ୍କର ସାହସ ଅଛି କରୁନାହାନ୍ତି ଯେ ରାଜ୍ୟରେ ଖଣି ଦୁର୍ନୀତି ହୋଇନାହିଁ । ଖାଲି ବିଧାୟକ ନିଜେ ଚର୍ଚ୍ଚାରେ ରହିବା ପାଇଁ ଏପରି କରୁଛନ୍ତି । ସମ୍ବଲପୁର ଜିଲ୍ଲାର ଲୋକେ ଜାଣିଛନ୍ତି ଯେ କିଏ ବାଚାଳାମି ହେଉଛି । ଯେତେବେଳେ ମନ୍ତ୍ରୀ ମଣ୍ଡଳରୁ ତାଙ୍କୁ ବାହାର କରାଗଲା କାରଣ ତାଙ୍କର ଦକ୍ଷତା ନାହିଁ । ଏହା ଓଡ଼ିଶାର ପ୍ରଥମ ଘଟଣା ଯେ ଜଣେ ମନ୍ତ୍ରୀଙ୍କର ଦକ୍ଷତା ନାହିଁ ବୋଲି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଗଲା । ଏଇଟା ତ ବଡ଼ ବାଚାଳାମି । ସେ କଣ ବିରୋଧୀ ଦଳ ନେତାଙ୍କୁ ଟିପ୍ପଣୀ ଦେବେ। ସମ୍ବଲପୁରବାସୀ ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀ ଲୋକମାନେ ସବୁ ଜାଣିଛନ୍ତି ।"

ଏହା ବି ପଢନ୍ତୁ- ମିଛ ଅଭିଯୋଗ ଆଣି ଲୋକମତ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ: ବିଜେଡି

ଗତକାଲି ଜୟନାରାୟଣ ମିଶ୍ର ଅଭିଯୋଗ ଆଣି କହିଥିଲେ, "ଏହାର ସିବିଆଇ ତଦନ୍ତ ହେଉ । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି 9 ଲକ୍ଷ କୋଟିର ଖଣି ଦୁର୍ନୀତି । ଏହାସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଏନେଇ ସ୍ମାରକ ପତ୍ର ଦେଇଛି ବିଜେପି । ୧୪ ବର୍ଷରେ ୮ ଲକ୍ଷ ୯୭ ୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ରାଜ୍ୟରେ ୧୯୨ ଖଣି ବେଆଇନ ଭାବେ ଚଳାଇଥିଲା । ସେଥିରୁ ୧୭୬ ଜଙ୍ଗଲ ଓ ୯୪ଟି ପରିବେଶ ମଞ୍ଜୁରୀ ନାହିଁ । ୭୫ଟି ଲୁହା ପଥର ମାଙ୍ଗାନିଜ ଖଣିରୁ ଅଧିକ ଉତ୍ତୋଳନ କରାଯାଇଛି । ୯୫ଟି ଖଣି ନଦୀ ନାଳ ପ୍ରଭାବିତ କରିଛି। ଏହି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସିଧାସଳଖ ସମ୍ପୃକ୍ତ । ଦେଖିଲେ ରାଜ୍ୟର ବିକାଶ କିନ୍ତୁ ବହୁ ପଛରେ ପଡିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 11, 2024, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.