ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି 9 ଲକ୍ଷ କୋଟିର ଖଣି ଦୁର୍ନୀତି: ଜୟନାରାୟଣ ମିଶ୍ର

author img

By ETV Bharat Odisha Team

Published : Jan 10, 2024, 9:18 PM IST

Corruption in Mining: ଖଣି ଦୁର୍ନୀତି ପ୍ରସଙ୍ଗ ଦୋହରାଇ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି 9 ଲକ୍ଷ କୋଟିର ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଦଳ । ଅଧିକ ପଢନ୍ତୁ

corruption in mining
ଖଣି ଦୁର୍ନୀତି ପ୍ରସଙ୍ଗ

ଖଣି ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପୁଣି ବିଜେପି ଉଠାଇଲା ଖଣି ଦୁର୍ନୀତି ପ୍ରସଙ୍ଗ । ଖଣି ଦୁର୍ନୀତି ପ୍ରସଙ୍ଗ ଦୋହରାଇ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏହା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛି ଦଳ । ଓଡିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏହି ଦାବି ବିଷୟରେ ଜଣାଇଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି,"ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି 9 ଲକ୍ଷ କୋଟିର ଖଣି ଦୁର୍ନୀତି । ୧୪ ବର୍ଷରେ ୮ ଲକ୍ଷ ୯୭ ୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି । ରାଜ୍ୟରେ ୧୯୨ ଖଣି ବେଆଇନ ଭାବେ ଚଳାଇଥିଲା । ସେଥିରୁ ୧୭୬ ଜଙ୍ଗଲ ଓ ୯୪ଟି ପରିବେଶ ମଞ୍ଜୁରୀ ନାହିଁ । ୭୫ଟି ଲୁହା ପଥର ମାଙ୍ଗାନିଜ ଖଣିରୁ ଅଧିକ ଉତ୍ତୋଳନ କରାଯାଇଛି । ୯୫ଟି ଖଣି ନଦୀ ନାଳ ପ୍ରଭାବିତ କରିଛି । ଆଦିବାସୀ, ଜୀବଜନ୍ତୁ, ବନ୍ୟପ୍ରାଣୀ ସବୁ ପ୍ରଭାବିତ ହୋଇଛନ୍ତି । ଖଣି ମାଲିକଙ୍କ ଦିଆଯାଇଥିବା ଡିମାଣ୍ଡ ନୋଟିସ୍ ଏଷ୍ଟିମେଟ୍ ଠାରୁ କମ୍।"

"ଏହି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସିଧାସଳଖ ସମ୍ପୃକ୍ତ । ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ରାଜ୍ୟରେ ଏ ସରକାର ଖଣି ଖାଦାନକୁ ଲୁଟ କରୁଛି ଏବଂ ମାଟି ତଳେ ଥିବା ସମ୍ପତ୍ତିର ମନଇଚ୍ଛା ଖୋଳା ଚାଲିଛି । ରାଜ୍ୟ ସରକାର ଖଣିଜ ଖନନ ପରିମାଣ ଉପରେ କୌଣସି ଅଙ୍କୁଶ ଲଗାଉନାହାନ୍ତି । ଅନ୍ୟପଟେ ଖଣିଜ ଖନନକୁ ଦେଖିଲେ ରାଜ୍ୟର ବିକାଶ କିନ୍ତୁ ବହୁ ପଛରେ ପଡିଛି । ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାର ପ୍ରକଳ୍ପ ହାତୀ କରିଡର ସହ ୩୧ଟି ଖଣି ସଂଲଗ୍ନ ହୋଇଛି । ଫଳରେ ହାତୀଙ୍କ ଦ୍ୱାରା ଧନଜୀବନ ହାନୀ ଓ ଫସଲ ଧ୍ୱଂସ ହେଉଛି । ସେହିପରି ଖଣି ଅଞ୍ଚଳର ଲୋକେ ମଧ୍ୟ ପ୍ରଦୂଷିତ ବାୟୁ ଯୋଗୁଁ ରୋଗକାନ୍ତ ହେଉଛନ୍ତି" ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଜୟ ନାରାୟଣ ।

ଏହା ବି ପଢନ୍ତୁ...ମିଛ ଅଭିଯୋଗ ଆଣି ଲୋକମତ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ: ବିଜେଡି


ଅନ୍ୟପଟେ "ବେଆଇନ ଭାବେ ଚାଲିଥିବା ଖଣିରୁ ଆଦାୟ କରାଯାଉଥିବା ଜରିମାନା ଟଙ୍କା ବହୁତ କମ୍ । ଏହି ଖଣିଜ ସମ୍ପଦକୁ ନିଷ୍ଠୁରତା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣି ମାଲିକମାନଙ୍କୁ ପ୍ରଶାସନିକ ଏବଂ ନ୍ୟାୟିକ ସୁରକ୍ଷା ଦେଇ ଚୋରି କରିବାରେ ସାହାଯ୍ୟ କରି ନିଜର ଅଭିଳାଶକୁ ଚରିତାର୍ଥ କରିଛନ୍ତି" କହି ବର୍ଷିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.