ETV Bharat / state

ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍ ବ୍ୟାନ, ସ୍ବତନ୍ତ୍ର ଡ୍ରାଇଭ ସହ ଯାଞ୍ଚ ନିର୍ଦ୍ଦେଶ - UGC ON E CIGARETES

author img

By ETV Bharat Odisha Team

Published : May 8, 2024, 10:05 AM IST

ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍ ବ୍ୟାନ, ସ୍ବତନ୍ତ୍ର ଡ୍ରାଇଭ ସହ ଯାଞ୍ଚ ନିର୍ଦ୍ଦେଶ
ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍ ବ୍ୟାନ, ସ୍ବତନ୍ତ୍ର ଡ୍ରାଇଭ ସହ ଯାଞ୍ଚ ନିର୍ଦ୍ଦେଶ (ETV Bharat Odisha)

UGC on E cigaretes: କଲେଜ ପଢୁଆ ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢୁଛି ଇ-ସିଗାରେଟ୍ ବ୍ୟବହାର । ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ସ୍ବତନ୍ତ୍ର ଡ୍ରାଇଭ ଚଲାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ



ଭୁବନେଶ୍ବର: ଆଜିକାଲି ଯୁବପିଢିମାନେ ସିଗାରେଟ୍ ଛାଡି ଇ-ସିଗାରେଟ ବ୍ୟବହାର କରୁଥିବା ଦେଖାଯାଉଛି । ବିଶେଷକରି କଲେଜ ପଢୁଆ ଯୁବଗୋଷ୍ଠୀ ପ୍ରଚୁର ମାତ୍ରାରେ ଇ-ସିଗାରେଟର ବ୍ୟବହାର କରୁଛନ୍ତି । ଯଦିଓ ଏହି ଇଲେକ୍ଟ୍ରୋନିକ୍ ସିଗାରେଟ୍ ଉପରେ ପ୍ରତିବନ୍ଧକ ଲାଗିଛି, କିନ୍ତୁ ଏହା ଅନଲାଇନ୍ ଷ୍ଟୋର୍ ଏବଂ ସ୍ଥାନୀୟ ବିକ୍ରେତାଙ୍କ ମାଧ୍ୟମରେ ସହଜରେ ଉପଲବ୍ଧ ହୋଇପାରୁଛି । ଏହା ମଧ୍ୟ ଜଣାଯାଇଛି ଯେ, ଏହି ଇଲେକ୍ଟ୍ରୋନିକ ଉପକରଣ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଷ୍ଟୋରରେ ବିକ୍ରି କରାଯାଉଛି, ଯାହାଫଳରେ କଲେଜ ପଢୁଆ ପିଲାମାନେ ସହଜରେ ଏହି ନିଶା କବଳରେ ପଡୁଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ଏହା ଉପରେ ରୋକ୍ ଲଗାଇବା ନିମନ୍ତେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକରେ ଅନିୟମିତ ଭାବେ ଯାଞ୍ଚ ମାଧ୍ୟମରେ ସ୍ୱତନ୍ତ୍ର ଡ୍ରାଇଭ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC) ।

E cigaretes ban
E cigaretes ban (ETV Bharat Odisha)

ଇ-ସିଗାରେଟ ଏକ ଇଲେକ୍ଟ୍ରୋନିକ ଉପକରଣ ଯାହା ତମାଖୁ ସେବନକୁ ଅନୁକରଣ କରିଥାଏ । ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ୨୦୧୯ରେ ଇଲେକ୍ଟ୍ରୋନିକ ସିଗାରେଟ୍ ନିଷେଧ ଆଇନ ୨୦୧୯ କାର୍ଯ୍ୟକାରୀ କରିଥିଲେ । ଅନେକ ସମୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଆଇନର ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୋଧ କରିଛନ୍ତି । କିନ୍ତୁ ଉଚ୍ଚ ଶିକ୍ଷାନୁଷ୍ଠାନ ନିକଟରେ ବିଭିନ୍ନ ଷ୍ଟୋରରେ ଏହି ନିଶା ଉପକରଣ ବିକ୍ରି ହେଉଥିବାରୁ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ବ୍ୟବହାର ବଢୁଛି । ଇଲେକ୍ଟ୍ରୋନିକ୍ ସିଗାରେଟ୍ (ଇ-ସିଗାରେଟ୍) ବିଶେଷ ଭାବରେ ଯୁବପିଢିଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଜିଲ୍ଲାପାଳଙ୍କୁ ୟୁଜିସିର ଚିଠି, 'ଜିଲାସ୍ତରରେ ଗଠନ ହେବ ଆଣ୍ଟି ରାଗିଂ କମିଟି ' - Anti Ragging Committee

ଇଲେକ୍ଟ୍ରୋନିକ୍ ସିଗାରେଟ୍ ବ୍ୟବହାର ସହିତ ଏଥିରେ ଜଡିତ ଥିବା ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ତେବେ ଯୁବପିଢିଙ୍କ ମଧ୍ୟରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ହେଲେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକରେ ସ୍ୱତନ୍ତ୍ର ଡ୍ରାଇଭ୍ ଚଲାଇବା ନେଇ କୁହାଯାଇଛି । ଏ ଦିଗରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ୟୁଜିସି ।

ତେବେ ବିଦ୍ୟାର୍ଥୀଙ୍କୁ ନିଶାଠାରୁ ଦୂରରେ ରଖିବା ପାଇଁ ସରକାର ବାରମ୍ବାର ଉପଦେଶ ଦେଉଛନ୍ତି । ହେଲେ ପିଲାଙ୍କ ହାତପାଆନ୍ତାରେ ଉପଲବ୍ଧ ହେଉଥିବା ନିଶା ସାମଗ୍ରୀକୁ ନିଷିଦ୍ଧ କରିବାରେ ବିଫଳ ହେଉଛନ୍ତି । ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଉଦବେଗଜନକ ଭାବେ ବଢ଼ି ଚାଲିଛି । ଶିକ୍ଷାନୁଷ୍ଠାନ ନିକଟରେ ପାନ, ବିଡ଼ି, ଗୁଟଖା ଆଦିର ବିପଣନ ଓ ସେବନ ହୋଇପାରିବ ନାହିଁ ବୋଲି କୋଟପା ଆଇନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି । ସରକାର ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଛନ୍ତି । ହେଲେ ସବୁ କେବଳ ନିର୍ଦ୍ଦେଶ ଓ ପରାମର୍ଶ ମଧ୍ୟରେ ସୀମିତ ହୋଇ ରହିଯାଇଛି । ଫଳରେ ନିଶାମୁକ୍ତ କ୍ୟାମ୍ପସ ଏବେ ଏକ ପ୍ରହସନରେ ପରିଣତ ହୋଇଛି । ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ, ସିଗାରେଟ୍‌ ଭଳି ଚାଲିଛି ନିଶା କାରବାର। ଖୁଲମଖୁଲା ଭାବରେ ଦୋକାନୀମାନେ ଏସବୁ ସାମଗ୍ରୀ ବିକ୍ରି କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.