ETV Bharat / state

କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ - Polling Officer Suspended

author img

By ETV Bharat Odisha Team

Published : May 13, 2024, 12:42 PM IST

Updated : May 13, 2024, 1:17 PM IST

Polling Officer Suspended: କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀ ସସପେଣ୍ଡ । ସେପଟେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ କମ ରହିଛି ମତଦାନ ପ୍ରତିଶତ । ଜନସାଧାରଣଙ୍କୁ ଭୋଟ ଦେବାପାଇଁ ସିଇଓଙ୍କ ଅପିଲ । ଅଧିକ ପଢ଼ନ୍ତୁ

Polling Officer Suspended
Polling Officer Suspended (ETV Bharat Odisha)

୨ ପୋଲିଂ ଅଧିକାରୀ ନିଲମ୍ବିତ (ETV Bharat Odisha)

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା ତେଜାଂସୁ ଶାହ ସସପେଣ୍ଡ । ସେହିଭଳନି ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି । ଉଭୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ୪ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବଧାନସଭା ଆସନରେ ଜାରି ରହିଛି ମତଦାନ । ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ନିର୍ବାଚନ ଆୟୋଗ ଓ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି । ଏହାରି ମଧ୍ୟରେ ବିଭିନ୍ନ ବୁଥରେ ନିୟୋଜିତ ପୋଲିଂ ଅଧିକାରୀଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି ନିର୍ବାଚନ ଅଧିକାରୀ । କୌଣସି ପରିସ୍ଥିତିରେ ପୋଲିଂ ଅଧିକାରୀ କାର୍ଯ୍ୟରେ ଅବହେଳା କଲେ ସେମାନଙ୍କ ଉପରେ ମଧ୍ୟ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ୨ ପୋଲିଂ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ ଆୟୋଗ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ଜାରି, ଦିନ 11ଟା ସୁଦ୍ଧା 23.28% ମତଦାନ - ODISHA ELECTION 2024 FIRST PHASE

କଳାହାଣ୍ଡି ନର୍ଲାରେ ପୋଲିଂ ଅଧିକାରୀ ତେଜାଂସୁ ଶାହ ନିର୍ବାଚନ କାର୍ଯ୍ୟରେ ଅବହେଳା ଯୋଗୁଁ ସସପେଣ୍ଡ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜଣେ ପୋଲିଂ ଅଧିକାରୀ କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ ହୋଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଚିକିଟିରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା । ପରେ ଏହା ସ୍ବାଭାବିକ ହୋଇଛି । ୪୨ VVPADS ମେସିନ ପରିବର୍ତ୍ତନ କରାଯାଇଛି । ବଡ଼ ବଡ଼ ସହରରେ ଜନସାଧାରଣ ଲାଇନରେ ଛିଡ଼ା ହୋଇ ଭୋଟ ଦେବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମତଦାନ କମ ହେଉଛି । ସେଥିପାଇଁ ବ୍ରହ୍ମପୁର, ଗୋପାଳପୁର ଏବଂ ଛତ୍ରପୁରରେ ଭୋଟରମାନେ ଅଧିକ ମାତ୍ରାରେ ମତଦାନରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅପିଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 13, 2024, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.