ETV Bharat / state

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ଓଡିଶାରେ 64.23% ଭୋଟିଂ - ODISHA ELECTION 2024 FIRST PHASE

author img

By ETV Bharat Odisha Team

Published : May 13, 2024, 6:36 AM IST

Updated : May 14, 2024, 9:50 AM IST

ELECTION 2024
ELECTION 2024

09:47 May 14

ପ୍ରଥମ ପର୍ଯ୍ୟାୟରେ 73.97 ପ୍ରତିଶତ ମତଦାନ

ରାଜ୍ୟର ୪ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଆସୁଥିବା ୨୮ଟି ବିଧାନସଭା ଆସନରେ ଭୋଟିଂ ଶେଷ ହୋଇଛି । ୪ ସଂସଦୀୟ କ୍ଷେତ୍ର ଲାଗି ମୈଦାନରେ ୩୭ ପ୍ରାର୍ଥୀ ଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ପ୍ରତିଦ୍ବନ୍ଦ୍ବିତା କରିଥିଲେ ୨୪୩ ପ୍ରାର୍ଥୀ । ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ରାଜ୍ୟରେ ୪ ସଂସଦୀୟ କ୍ଷେତ୍ରରେ ମୋଟ ୬୪.୨୩ ପ୍ରତିଶତ ମତଦାନ ହୋଇଛି । ଏହାପରେ ଇଭିଏମରେ ସିଲ୍‌ ହୋଇଛି ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ । ପ୍ରଥମ ପର୍ଯ୍ୟାୟ ମତଦାନ ରାଜ୍ୟରେ 73.97 ପ୍ରତିଶତ ରହିଛି ।

20:09 May 13

ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୪.୨୩% ମତଦାନ, ଜାଣନ୍ତୁ କେଉଁଠି କେତେ ଭୋଟିଂ

FIRST PHASE VOTE
FIRST PHASE VOTE

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ରେକର୍ଡ ସୁଦ୍ଧା ମୋଟ୍ ମତଦାନ ପ୍ରତିଶତ ରହିଛି ୬୪.୨୩ । ଭବାନୀପାଟଣାରେ ୬୨.୦୨%, ଧର୍ମଗଡ଼ରେ ୭୦.୦୬%, ଜୁନାଗଡ଼ରେ ୭୦.୪୫%, ଖଡିଆଳରେ ୭୨.୫୭%, ଲାଞ୍ଜିଗଡ଼ରେ ୬୩.୩୮%, ନର୍ଲାରେ ୭୦.୪୩%, ନୂଆପଡ଼ାରେ ୬୯.୮୩% ମତଦାନ ହୋଇଛି । ସେହିପରି ଚିତ୍ରକୋଣ୍ଡାରେ ୬୫.୦୧%, ଡାବୁଗାଁରେ ୭୧.୩୦%, ଝରିଗାଁରେ ୬୯.୬୦%, କୋଟପାଡରେ ୬୫.୬୭%, ମାଲକାନଗିରିରେ ୬୬.୬୦%, ନବରଙ୍ଗପୁରରେ ୭୩.୪୪%, ଉମରକୋଟ ୬୯.୪୦% ମତଦାନ ହୋଇଛି ।

ବ୍ରହ୍ମପୁରରେ ୪୭.୯୦%, ଛତ୍ରପୁରରେ ୫୪.୬୫%, ଚିକିଟିରେ ୬୦.୦୪%, ଦିଗପହଣ୍ଡିରେ ୫୯.୨୦%, ଗୋପାଳପୁରରେ ୫୬.୬୫%, ମୋହନାରେ ୬୩.୨୫%, ପାରଳାଖେମୁଣ୍ଡିରେ ୬୪.୨୩% ଭୋଟିଂ ହୋଇଥିବା ଜଣାପଡ଼ିଛି । ବିଷମକଟକରେ ୬୭.୯୯%, ଗୁଣୁପୁରରେ ୫୭.୪୪%, ଜୟପୁରରେ ୬୬.୫୮%, କୋରାପୁଟରେ ୫୫.୩୫%, ଲକ୍ଷ୍ମୀପୁରରେ ୫୮.୬୬%, ପଟାଙ୍ଗୀରେ ୫୮.୫୦% ଏବଂ ରାୟଗଡ଼ାରେ ୬୩.୨୦% ମତଦାନ ହୋଇଛି ।

19:40 May 13

ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, ମୋଟ୍ ୬୪.୨୩ % ଭୋଟିଂ

FIRST PHASE VOTE
FIRST PHASE VOTE

ଭୁବନେଶ୍ବର: ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ । ଶେଷ ତଥ୍ୟ ସୁଦ୍ଧା ମତଦାନ ୬୪.୨୩% ମତଦାନ ହୋଇଥିବା ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ପାଇଁ ହୋଇଥିଲା ମତଦାନ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୫୮.୦୦% ମତଦାନ ହୋଇଥିବାବେଳେ କଳାହାଣ୍ଡିରେ ୬୮.୫୦% ଭୋଟିଂ ହୋଇଛି । ସେହିପରି କୋରାପୁଟରେ ୬୧.୪୩% ଓ ନବରଙ୍ଗପୁର ୬୮.୭୪% ମତଦାନ ହୋଇଛି ।

18:30 May 13

୫ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ମତଦାନ, ଜାଣନ୍ତୁ

ଭୁବନେଶ୍ବର: ୫ଟା ସୁଦ୍ଧା ବ୍ରହ୍ମପୁର ବିଧାନସଭା ଆସନରେ ୪୭.୯୦%, ଛତ୍ରପୁରରେ ୫୪.୬୫%, ଚିକିଟିରେ ୬୦.୦୪%, ଦିଗପହଣ୍ଡିରେ ୫୯.୨୦%, ଗୋପାଳପୁରରେ ୫୬.୬୫%, ମୋହନାରେ ୬୩.୨୫%, ପାରଳାଖେମୁଣ୍ଡିରେ ୬୪.୨୩% ମତଦାନ ହୋଇଛି । ଚିତ୍ରକୋଣ୍ଡାରେ ୫୭.୭୯%, ଡାବୁଗାଁରେ ୭୧.୩୦%, ଝରିଗାଁରେ ୬୯.୬୦%, କୋଟପାଡରେ ୬୫.୬୭%, ମାଲକାନଗିରିରେ ୫୭.୫୯%, ନବରଙ୍ଗପୁରରେ ୬୫.୫୦%, ଉମରକୋଟରେ ୬୯.୪୦% ମତଦାନ ହୋଇଛି । ସେହିପରି ବିଷମକଟକରେ ୬୭.୯୯%, ଗୁଣୁପୁରରେ ୫୭.୪୪%, ଜୟପୁରରେ ୬୬.୫୮%, କୋରାପୁଟରେ ୫୫.୩୫%, ଲକ୍ଷ୍ମୀପୁରରେ ୫୮.୬୬%, ପଟାଙ୍ଗୀରେ ୫୮.୫୦%, ରାୟଗଡ଼ାରେ ୬୩.୨୦% ମତଦାନ ହୋଇଛି ।

17:36 May 13

ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୯୬% ମତଦାନ

LOKSABHA ELECTION 2024
LOKSABHA ELECTION 2024

ଭୁବନେଶ୍ବର: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୯୬% ମତଦାନ ହୋଇଛି । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭.୦୭% ମତଦାନ ହୋଇଥିବାବେଳେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ୫୮.୦୦% ଭୋଟିଂ ହୋଇଛି । ସେହିପରି କୋରାପୁଟରେ ୬୧.୪୩ % ଓ ନବରଙ୍ଗପୁରରେ ୬୫.୦୭% ମତଦାନ ହୋଇଛି।

16:13 May 13

3 ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଗଞ୍ଜାମର 3 ଜଣ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଛତ୍ରପୁର 27 ଓ 163 ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ଓ ଗିରଫ କରିବାକୁ ନିର୍ଦ୍ଦେଶ । ସେହିପରି ଗୋପାଳପୁର 193 ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ନିର୍ଦ୍ଦେଶ । କାର୍ଯ୍ୟରେ ଅବହେଳା ନେଇ ୱେବ କାଷ୍ଟିଂରୁ ମିଳିଥିବା ଭିଜୁଆଲ ଅନୁସାରେ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ 2 ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେଇଥିଲେ ସିଇଓ ।

15:37 May 13

ଅପରାହ୍ନ 3ଟା ପର୍ଯ୍ୟନ୍ତ ରାଜ୍ୟରେ 52.91 ପ୍ରତିଶତ ମତଦାନ

ELECTION 2024
ELECTION 2024

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମତଦାନ । ଅପରାହ୍ନ 3ଟା ପର୍ଯ୍ୟନ୍ତ ରାଜ୍ୟରେ 52.91 ପ୍ରତିଶତ ମତଦାନ ହୋଇଛି । ଗଜପତିରେ 45.29 ପ୍ରତିଶତ, ଗଞ୍ଜାମରେ 44.39 ପ୍ରତିଶତ, କଳାହାଣ୍ଡିରେ 57.91 ପ୍ରତିଶତ, କୋରାପୁଟରେ 53.27 ପ୍ରତିଶତ, ମାଲକାନଗିରିରେ 53.64 ପ୍ରତିଶତ, ନବରଙ୍ଗପୁରରେ 56.76 ପ୍ରତିଶତ, ନୂଆପଡାରେ 58.25 ପ୍ରତିଶତ ଓ ରାୟଗଡାରେ 53.60 ପ୍ରତିଶତ ମତଦାନ ହୋଇଛି ।

15:10 May 13

ଭୋଟ ଦେଲେ ପଦ୍ମଶ୍ରୀ କମଳା ପୂଜାରୀ

@OdishaCeo
@OdishaCeo

କୋରାପୁଟ: ଭୋଟ ଦେଲେ ପଦ୍ମଶ୍ରୀ କମଳା ପୂଜାରୀ । କୋରାପୁଟର ପାତ୍ରପୁଟ ବୁଥ ନମ୍ବର 230ରେ ସେ ମତ ସାବ୍ୟସ୍ତ କରିଛନ୍ତି ।

14:32 May 13

କୋଟିଆରେ 9 ବୁଥରେ 53.3 ପ୍ରତିଶତ ମତଦାନ

କୋରାପୁଟ: କୋଟିଆରେ 9 ବୁଥରେ ହାରାହାରି 53.3 ପ୍ରତିଶତ ମତଦାନ ହୋଇଛି । ତଳକଣ୍ଟାରେ ସର୍ବାଧିକ 86 ପ୍ରତିଶତ ମତଦାନ ହୋଇଛି । ଗୁମେଲ ପଦର ବୁଥରେ 73.68 ପ୍ରତିଶତ ମତଦାନ ହୋଇଛି ।

13:59 May 13

ଦିନ 1ଟା ସୁଦ୍ଧା କଳାହାଣ୍ଡି ଲୋକସଭା ଆସନରେ ସର୍ବାଧିକ 42.67 ପ୍ରତିଶତ ମତଦାନ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: ଦିନ 1ଟା ସୁଦ୍ଧା କଳାହାଣ୍ଡି ଲୋକସଭା ଆସନରେ ସର୍ବାଧିକ 42.67 ପ୍ରତିଶତ ଓ ବ୍ରହ୍ମପୁରରେ ସର୍ବାନିମ୍ନ 34.97 ପ୍ରତିଶତ ମତଦାନ ହୋଇଛି । ସେହିପରି କୋରାପୁଟରେ 36.64 ପ୍ରତିଶତ ଓ ନବରଙ୍ଗପୁରରେ 42.64 ପ୍ରତିଶତ ମତଦାନ ହୋଇଛି ।

13:50 May 13

ଦିନ 1ଟା ସୁଦ୍ଧା କେତେ ପ୍ରତିଶତ ମତଦାନ ?

ଭୁବନେଶ୍ୱର:ଦିନ 1ଟା ସୁଦ୍ଧା ରାଜ୍ୟରେ ଏଯାବତ ମୋଟ 39.30 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

13:01 May 13

ଭୋଟ ଦେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଦାସଙ୍କ ସପରିବାର

ODISHA ELECTION
ODISHA ELECTION

ଭବାନୀପାଟଣା: ଗଣତନ୍ତ୍ର ମହାପର୍ବରେ ସାମିଲ ନେତାଠୁ ଜନତା । ବରିଷ୍ଠ କଂଗ୍ରେସ ନେତା ତଥା ନର୍ଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସ ମତଦାନ କରିଛନ୍ତି । ଭବାନୀପାଟଣା ବଡପଡାରେ ଥିବା ବାପୁଜୀ ସ୍କୁଲ ବୁଥରେ ସେ ମତଦାନ କରିଛନ୍ତି ।

13:01 May 13

ଭୋଟ ଦେଲେ ସପ୍ତଗିରି ଉଲାକା

ODISHA ELECTION
ODISHA ELECTION

ରାୟଗଡା: ଭୋଟ ଦେଲେ କୋରାପୁଟ ଲୋକସଭା ଆସନର କଂଗ୍ରେସ ପାର୍ଥୀ ସପ୍ତଗିରି ଉଲାକା । ନିଜ ପରିବାର ସହ ସ୍ଥାନୀୟ ଗାନ୍ଧୀ ନଗର ସ୍କୁଲ ଠାରେ ଭୋଟ ଦେଇଛନ୍ତି ।

13:00 May 13

ଭୋଟ ଦେଲେ ପାରଳାଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ

ODISHA ELECTION
ODISHA ELECTION

ଗଜପତି: ରାଜ୍ୟରେ ଜାରି ରହିଛି ମତଦାନ । ମତ ସାବ୍ୟସ୍ତ କଲେ ପାରଳାଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ ।

12:27 May 13

ଭୋଟ ଦେଲେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

LOK SABHA ELECTION 2024
LOK SABHA ELECTION 2024

ବ୍ରହ୍ମପୁର: ଭୋଟ ଦେଲେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ନିଜ ଗ୍ରାମ ସିନ୍ଧି ସ୍ଥିତ ବୁଥରେ ପହଞ୍ଚି ସେ ଓ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ମତଦାନ କରିଛନ୍ତି ।

12:08 May 13

ଦୁଇ ପୋଲିଂ ଅଫିସର ନିଲମ୍ବିତ

ଭୁବନେଶ୍ୱର: ବୁଥରେ ନିୟୋଜିତ ଥିବା ଦୁଇ ପୋଲିଂ ଅଫିସର ନିଲମ୍ବିତ । କଳାହାଣ୍ଡି ଜିଲ୍ଲାର ନର୍ଲାରୁ ଜଣେ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବିତ କରାଯାଇଛି ।

12:00 May 13

ଦିନ 11ଟା ସୁଦ୍ଧା କଳାହାଣ୍ଡି ଆସନରେ ସର୍ବାଧିକ ପ୍ରତିଶତ ମତଦାନ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: ଦିନ 11ଟା ସୁଦ୍ଧା କଳାହାଣ୍ଡି ଲୋକସଭା ଆସନରେ ସର୍ବାଧିକ 25.38 ପ୍ରତିଶତ ଓ ବ୍ରହ୍ମପୁରରେ ସର୍ବାନିମ୍ନ 18.99 ପ୍ରତିଶତ ମତଦାନ ହୋଇଛି । ସେହିପରି କୋରାପୁଟରେ 24.43 ପ୍ରତିଶତ ଓ ନବରଙ୍ଗପୁରରେ 24.30 ପ୍ରତିଶତ ମତଦାନ ହୋଇଛି । ନୂଆପଡାରେ 26.80 ପ୍ରତିଶତ, ଗଞ୍ଜାମରେ 17.74 ପ୍ରତିଶତ , ଗଜପତିରେ 22.02 ପ୍ରତିଶତ, କଳାହାଣ୍ଡିରେ 24.79 ପ୍ରତିଶତ, କୋରାପୁଟରେ 26.61 ପ୍ରତିଶତ, ମାଲକାନଗିରିରେ 22.43 ପ୍ରତିଶତ, ନବରଙ୍ଗପୁରରେ 24.96 ପ୍ରତିଶତ, ରାୟଗଡାରେ 21.81 ପ୍ରତିଶତ ମତଦାନ ହୋଇଛି ।

11:36 May 13

11ଟା ସୁଦ୍ଧା ରାଜ୍ୟରେ 23.28 ପ୍ରତିଶତ ମତଦାନ

ଭୁବନେଶ୍ୱର: ଦିନ 11ଟା ସୁଦ୍ଧା ରାଜ୍ୟରେ 23.28 ପ୍ରତିଶତ ମତଦାନ ।

10:57 May 13

ସକାଳ 9ଟା ସୁଦ୍ଧା ରାଜ୍ୟରେ 9.75% ମତଦାନ

ଭୁବନେଶ୍ୱର: ଓଡିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ 9ଟା ସୁଦ୍ଧା ରାଜ୍ୟରେ ମତଦାନର ହାର 9.75% ରହିଛି l ଏନେଇ ରାଜ୍ୟ ସିଇଓ ଟ୍ବିଟରରେ ସୂଚନା ଦିଆଯାଇଛି ।

10:29 May 13

4 ଲୋକସଭା ଆସନରେ 37 ପ୍ରାର୍ଥୀ ଦେଇଛନ୍ତି 12 ରାଜନୈତିକ ଦଳ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: 4 ଲୋକସଭା ଆସନରେ ମୋଟ 12 ରାଜନୈତିକ ଦଳ ପ୍ରାର୍ଥୀ ଲଢୁଥିବା ବେଳେ ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟା ରହିଛି 37 । ଏଥିମଧ୍ୟରେ 30ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ଅବଶିଷ୍ଟ 7ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । 3 ଆସନ କଳାହାଣ୍ଡି, ବ୍ରହ୍ମପୁର ଓ କୋରାପୁଟରେ ବିଭିନ୍ନ ଦଳରୁ 11 ଲେଖାଏଁ ପ୍ରାର୍ଥୀ ଥିବାବେଳେ ନବରଙ୍ଗପୁରରେ ମାତ୍ର 4 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

10:21 May 13

କୋରାପୁଟରେ ସର୍ବାଧିକ 13.14% ମତଦାନ, ଗଞ୍ଜାମରେ ସର୍ବନିମ୍ନ

ଭୁବନେଶ୍ୱର: ସକାଳ 9ଟା ସୁଦ୍ଧା କୋରାପୁଟରେ ସର୍ବାଧିକ 13.14% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ଗଞ୍ଜାମ 6.81% ମତଦାନ ହୋଇଛି । ସେହିପରି ଗଜପତିରେ 10.2%, କଳାହାଣ୍ଡିରେ 9.06%, ମାଲକାନଗିରିରେ 9.15%, ନବରଙ୍ଗପୁରରେ8.87%, ନୂଆପଡ଼ାରେ 9.98% ଓ ରାୟଗଡ଼ାରେ 7.52% ମତଦାନ ହୋଇଛି ।

09:59 May 13

ସକାଳ 9ଟା ସୁଦ୍ଧା କୋରାପୁଟ ଲୋକସଭା ଆସନରେ ସର୍ବାଧିକ ପ୍ରତିଶତ ମତଦାନ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: ସକାଳ 9ଟା ସୁଦ୍ଧା କଳାହାଣ୍ଡିରେ 9.33 ପ୍ରତିଶତ ମତଦାନ ହୋଇଛି । ସେହିପରି ବ୍ରହ୍ମପୁରରେ 7.80 ପ୍ରତିଶତ, କୋରାପୁଟରେ 10.59 ପ୍ରତିଶତ ଓ ନବରଙ୍ଗପୁରରେ 9.25 ପ୍ରତିଶତ ମତଦାନ ହୋଇଛି ।

09:47 May 13

ସକାଳ 9ଟା ସୁଦ୍ଧା 9.25 ପ୍ରତିଶତ ମତଦାନ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମତଦାନ । ସକାଳ 9ଟା ସୁଦ୍ଧା 9.75 ପ୍ରତିଶତ ମତଦାନ । ଇସିଆଇ ପକ୍ଷରୁ ସୂଚନା ।

08:23 May 13

ଭୋଟ ଦେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ନବୀନ।

08:09 May 13

ଭୋଟ ଦେବାକୁ ଓଡ଼ିଶାବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାନ ପର୍ବ । ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଓଡିଶାବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର- ଏହାକୁ ଦୃଢ଼ ଓ ସ୍ପଷ୍ଟ ଭାବେ ଉତ୍ତୋଳନ କରନ୍ତୁ ବୋଲି କହିଛନ୍ତି ମୋଦି ।

07:59 May 13

ମାଲକାନଗିରିରେ ଇଭିଏମ ଅଚଳ, ଭୋଟ ଦେଇ ନପାରି ଭୋଟରଙ୍କ ହୋହଲ୍ଲା

ମାଲକାନଗିରିରେ ଇଭିଏମ ଅଚଳ । ମାଥିଲି ବ୍ଲକ ଗୁଜାରିଗୁଡାରେ ମତଦାନ ବାଧାପ୍ରାପ୍ତ । ଭୋଟ ଦେଇ ନପାରି ଭୋଟରଙ୍କ ହୋହଲ୍ଲା ।

07:51 May 13

ଭୋଟ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ

LOK SABHA ELECTION 2024
LOK SABHA ELECTION 2024

ନବରଙ୍ଗପୁର: ଭୋଟ ଦେଲେ ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ । ଚନ୍ଦାହାଣ୍ଡି ବ୍ଲକ ଫୋଟିକି ବୁଥରେ ଦେଲେ ଭୋଟ ।

07:39 May 13

କଡା ସୁରକ୍ଷା ବ୍ୟବସ୍ଥା ମଧ୍ଯରେ ମତଦାନ ଜାରି

voting
voting

ଭୁବନେଶ୍ୱର: ବୁଥ ଗୁଡିକରେ ସୁରୁଖୁରୁରେ ଚାଲିଛି ମତଦାନ । ନିୟୋଜିତ ଆଛନ୍ତି 100 ଫ୍ଲାଇଂ ସ୍କ୍ବାର୍ଡ । 139 ଅପରେସନ ପାର୍ଟି ଓ 17 ହଜାର ପୋଲିସ ନିୟୋଜିତ ।

07:38 May 13

କଳାହାଣ୍ଡି ଓ କୋରାପୁଟ ଲୋକସଭା ପ୍ରାର୍ଥୀ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: କଳାହାଣ୍ଡି ଲୋକସଭା ଆସନରୁ ବିଜେଡିରୁ ପୁଷ୍ପେନ୍ଦ୍ର, ବିଜେପିରୁ ମାଳବିକା ସିଂହଦେଓ ଓ କଂଗ୍ରେସରୁ ଦ୍ରୌପଦୀ ମାଝି ପ୍ରାର୍ଥୀ ରହିଛନ୍ତି । କୋରାପୁଟ ଆସନରୁ କଂଗ୍ରେସରୁ ସପ୍ତଗିରି ଉଲ୍ଲାକା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ କାଳିରାମ ମାଝୀ ଓ ବିଜେଡିରୁ ଝିନ୍ନ ହିକକା ପ୍ରାର୍ଥୀ ରହିଛନ୍ତି ।

07:38 May 13

ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ରହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେହିପରି ବିଜେଡିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେରୁ ପ୍ରାର୍ଥୀ ହୋଇଛନ୍ତି ରଶ୍ମିରଞ୍ଜନ ପଟ୍ଟନାୟକ । ନବରଙ୍ଗପୁର ଆସନରୁ ବିଜେଡିରୁ ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସ ଭୁଜବଳ ମାଝୀ ପ୍ରାର୍ଥୀ ରହିଛନ୍ତି ।

07:37 May 13

2019 ଲୋକସଭା ନିର୍ବାଚନ ଫଳାଫଳ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: 2019 ନିର୍ବାଚନରେ ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନରେ ବିଜେପିର ବିଜୟ ହୋଇଥିଲା । ସେହିପରି କଳାହାଣ୍ଡିରେ ବିଜେପି ଓ କୋରାପୁଟରେ କଂଗ୍ରେସର ବିଜୟ ହୋଇଥିଲା । ଚଳିତ ନିର୍ବାଚନରେ ମତଦାତା କାହା ଉପରେ ଭରସା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

07:00 May 13

ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର: ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ 7ଟାରୁ ଆରମ୍ଭ ହେଲା ମତଦାନ । ଭୋଟ ଦେବାକୁ ବୁଥ ଗୁଡିକରେ ମତଦାତାଙ୍କ ଲମ୍ବା ଲାଇନ । ଭୋଟ ଦେବେ ୬୨,୮୭,୨୨୨ ଭୋଟର ।

06:45 May 13

ମତଦାନ ପୂର୍ବରୁ ଜାରି ରହିଛି ମକ୍‌ ପୋଲିଂ

ଭୁବନେଶ୍ୱର: ସକାଳ ସମୟ 7ଟାରୁ ଆରମ୍ଭ ହେବ ମତଦାନ । ଏହା ପୂର୍ବରୁ ମକ୍‌ ପୋଲିଂ ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର, କଳାହାଣ୍ଡି ଓ କୋରାପୁଟରେ ମକ୍‌ ପୋଲିଂ ଜାରି ।

06:25 May 13

28 ବିଧାନସଭା ଆସନରେ 7 ପ୍ରମୁଖ ପ୍ରାର୍ଥୀ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: 28 ବିଧାନସଭା ଆସନରେ 243 ପ୍ରାର୍ଥୀଙ୍କ ମଧ୍ୟରେ 7 ପ୍ରମୁଖ ପ୍ରାର୍ଥୀ ରହିଛନ୍ତି ।

06:24 May 13

4 ଲୋକସଭା ଆସନରେ ପ୍ରମୁଖ ପ୍ରାର୍ଥୀ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଜି ମତଦାନ ହେବ । ଏହି ଚାରି ଆସନରେ 4 ହେବିଓ୍ବେଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର । କଳାହାଣ୍ଡି ଆସନରୁ ବିଜେପିର ମାଳବିକା ଦେବୀ, କୋରାପୁଟରୁ କଂଗ୍ରେସର ସପ୍ତଗିରି ଶଙ୍କର, ବ୍ରହ୍ମପୁରରୁ ବିଜେପିର ପ୍ରଦୀପ କୁମାର ମାଝୀ ଓ ନବରଙ୍ଗପୁରରୁ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି।

06:15 May 13

4 ଲୋକସଭା ଓ 28 ବିଧାନସଭା ଆସନରେ ନିର୍ବାଚନ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର:ରାଜ୍ୟର 21 ଲୋକସଭା ଆସନ ମଧ୍ୟରୁ 4 ଆସନରେ ଆଜି ମତଦାନ ହେବ । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଆସନରେ ହେବ ମତଦାନ । ଏହି ସଂସଦୀୟ କ୍ଷେତ୍ରରେ ଆସୁଥିବା 28 ବିଧାନସଭା ଆସନରେ ଭୋଟିଂ ହେବ ।

06:03 May 13

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, 4 ଲୋକସଭା ଓ 28 ବିଧାନସଭା ଆସନରେ ଭୋଟ

LOK SABHA ELECTION 2024
LOK SABHA ELECTION 2024

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାନ ପର୍ବ । ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । 4 ଲୋକସଭା ଓ 28ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ଆଉ କିଛି ସମୟ ପରେ ଭୋଟିଂ ଆରମ୍ଭ ହୋଇଯିବ । ମୋଟ 280 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଲୋକସଭା ଆସନ ପାଇଁ 37 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 243 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Last Updated : May 14, 2024, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.