ETV Bharat / state

ଭାଇକୁ ବଞ୍ଚାଇବାକୁ ଯାଇ ଖରସ୍ରୋତାରେ ବୁଡି ଗଲା ଭାଇ, ମିଳୁନି 2 ଜଣଙ୍କ ପତ୍ତା - KHARASROTA River

author img

By ETV Bharat Odisha Team

Published : Apr 18, 2024, 7:22 PM IST

Two Brothers Drown In Kharasrota River: ଯାଜପୁର ଜିଲ୍ଲାର ଯୋକଡିଆ ଗାଁରେ ନଦୀରେ ବୁଡି ଦୁଇ ଭାଇ ନିଖୋଜ । ବଡଭାଇ ଶାଶ୍ବତକୁ ବଞ୍ଚାଇବାକୁ ଯାଇ ସାନଭାଇ ସ୍ବସ୍ତିକ ନଦୀ ମଧ୍ୟରେ ନିଖୋଜ । ଅଧିକ ପଢନ୍ତୁ

ନଦୀରେ ଗାଧୋଇବା ବେଳେ ୨ ଭାଇ ନିଖୋଜ, ମିଳୁନି ସନ୍ଧାନ
ନଦୀରେ ଗାଧୋଇବା ବେଳେ ୨ ଭାଇ ନିଖୋଜ, ମିଳୁନି ସନ୍ଧାନ

Two Brothers drown While bathing In Kharasrota River In Jajpur

ଯାଜପୁର: ନଦୀକୁ ଗାଧୋଇବାକୁ ଯାଇ ୨ ଯୁବକ ନିଖୋଜ । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲାର ଯୋକଡିଆ ଗାଁରେ । ସୂଚନା ଅନୁସାରେ ଆଜି ଅପରାହ୍ନରେ ଯୋକଡ଼ିଆ ଗାଁ ନିକଟ ଖରସ୍ରୋତା ନଦୀର ଶାଖା ପାଟିଆ ନଦୀରେ ବୁଡି ଯାଇ ୨ ଜଣ ନିଖୋଜ ହୋଇଯାଇଛନ୍ତି । ଉଭୟ ସମ୍ପର୍କରେ ଭାଇ ବୋଲି ଜଣାପଡିଛି । ସେମାନେ ହେଲେ ଯାଜପୁର ରୋଡ ଥାନା ସାପଗଡ଼ିଆ ଅଞ୍ଚଳର ବଡ଼ଭାଇ ଶାଶ୍ବତ ରଞ୍ଜନ ସ୍ବାଇଁ ଓ ସାନଭାଇ ସ୍ବସ୍ତିକ ରଞ୍ଜନ ସ୍ବାଇଁ ବୋଲି ଜଣାପଡିଛି ।

ପ୍ରବଳ ତାତିରୁ ଆଶ୍ବସ୍ତି ନେବାକୁ ଯାଇ ଯାଜପୁର ରୋଡ ଥାନା ସାପଗଡ଼ିଆ ଅଞ୍ଚଳର କିଛି ଯୁବକ ଯୋକଡ଼ିଆ ଗାଁ ସ୍ଥିତ ଖରସ୍ରୋତା ଶାଖା ପାଟିଆ ନଦୀକୁ ଗାଧୋଇବାକୁ ଯାଇଥିଲେ l ଏହି ଯୁବକ ମାନେ ଗାଧେଇବା ସମୟରେ ହଠାତ୍ ବଡଭାଇ ଶାଶ୍ବତର ପାଦ ଖସିଯାଇଥିବାରୁ ସେ ନଦୀ ଭିତରକୁ ପଳାଇଥିଲେ । ତାଙ୍କୁ ରକ୍ଷା କରିବାକୁ ଯାଇ ସାନଭାଇ ସ୍ବସ୍ତିକ ନଦୀ ମଧ୍ୟରେ ଫସିଯାଇଥିଲେ ଏବଂ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବାକୁ ଯିବା ବେଳେ ସେମାନେ ନଦୀ ମଧ୍ୟରେ ନିଖୋଜ ହୋଇଯାଇଥିଲେ । ଲୋକ ମାନେ ଅଗ୍ନିଶମ ବିଭାଗ ଓ ପୋଲିସକୁ ସୂଚନା ଦେଇଥିଲେ । ନଦୀ ମଧ୍ୟରେ ଯାଞ୍ଚ କରିବା ପରେ ମଧ୍ୟ ଉଭୟଙ୍କର କୌଣସି ସନ୍ଧାନ ମିଳିନଥିଲା ।

ଏହା ମଧ୍ୟ ପଢନ୍ତୁ ... ବ୍ରାହ୍ମଣୀ ନଦୀରେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ଘଟଣା, ମିଳିଲା ମୃତଦେହ

ସେହିପରି ଗତ ମାସ ୧୬ ତାରିଖରେ ଯାଜପୁର ଜିଲ୍ଲାର ବାଳୁଙ୍ଗାବନ୍ଦୀ ଗାଁରେ ପୋଖରୀରେ ବୁଡି ଦୁଇଜଣ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିଲା । ଉଭୟ ଶିଶୁ ଖେଳିବା ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ଦୀର୍ଘ ସମୟ ଧରି ପରିବାର ଲୋକେ ଖୋଜାଖୋଜି କରିବା ପରେ ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇଜଣ ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିଭଳି ଢେଙ୍କାନାଳରେ ଗତ ମାସ ୧୫ ତାରିଖର ଅପରାହ୍ନରେ ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଜ ସାଙ୍ଗ ସହ ପଢୁଥିବା GIT କଲେଜ ପଛ ପାଖ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଅସାବଧାନତା ବଶତଃ ସେ ନଦୀରେ ଭାସି ଯାଇଥିବା ତାଙ୍କ ସାଙ୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏହା ଜାଣିବା ପରେ କଲେଜ କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ କର୍ମଚାରୀ ନଦୀରେ ବହୁ ଖୋଜାଖୋଜି ଜାରି ରଖିଥିଲେ । ରାତି ହେବାରୁ ସର୍ଚ୍ଚ ଅପରେସନ ବନ୍ଦ ରହିଥିଲା । ତେବେ ପରବର୍ତ୍ତୀ ଦିନର ସକାଳୁ ସରାଙ୍ଗ ବ୍ରିଜ ନିକଟରୁ ଛାତ୍ର ଜଣକ ମୃତଦେହ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.