ETV Bharat / state

ସମ୍ବଲପୁର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, 2 ଡକାୟତ ଗିରଫ

author img

By ETV Bharat Odisha Team

Published : Feb 29, 2024, 5:11 PM IST

Sambalpur Firing Case: ଧନୁପାଲିରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ । ଆଠ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଗିରଫ । ବିଫୁଳ ସୁନା ଗହଣା ସହ ବନ୍ଧୁକ ଏବଂ ଜୀବନ୍ତ ଗୁଳି ଜବତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ସମ୍ବଲପୁର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, 2 ଡକାୟତ ଗିରଫ
ସମ୍ବଲପୁର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, 2 ଡକାୟତ ଗିରଫ

ସମ୍ବଲପୁର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, 2 ଡକାୟତ ଗିରଫ

ସମ୍ବଲପୁର: ଧନୁପାଲି ଗୁଳିକାଣ୍ଡର ପର୍ଦ୍ଦାଫାସ । ଗତ 16 ତାରିଖରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳା ଅଞ୍ଚଳରେ ଥିବା ପାୟଲ ଗହଣା ଦୋକାନରୁ ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଡକାୟତି ଉଦ୍ୟମ ଏବଂ ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣ ଉପରୁ ଉଠିଲା ପରଦା । ଘଟଣାର ମାଷ୍ଟର ମାଇଣ୍ଡ ସହ ଜଣେ ସହଯୋଗୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ସେମାନଙ୍କ ଠାରୁ 3ଟି ଦେଶୀ ବନ୍ଧୁକ,7ଟି ଅଫୁଟା ଗୁଳି, 2ଟି ବାଇକ ଓ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରାଯାଇଛି ।ଏନେଇ ଆଜି ସମ୍ବଲପୁର ଏସପି ମୁକେଶ ଭାମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହି ଘଟଣାର ଗିରଫ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ୍ ଜଣକ ହେଲେ ସଞ୍ଜୟ ସାହା । ତାଙ୍କ ଘର ବିହାରର ସମସ୍ତିପୁର ଅଞ୍ଚଳ ବୋଲି ଜଣା ପଡ଼ିଛି । ଅନ୍ୟ ଜଣେ ହେଲେ ଟିକେଶ୍ବର ସାହୁ । ତାଙ୍କ ଘର ବଲାଙ୍ଗୀର ହୋଇଥିବା ବେଳେ ସେ ସମ୍ବଲପୁରରେ ଭଡ଼ା ଘରେ ରହି ଆସୁଥିଲେ । ପୂର୍ବରୁ ଟିକେଶ୍ବର ନାଁରେ ଡକାୟତି ଏବଂ ଚୋରି ମାମଲା ରହିଥିବା ଏସପି କହିଛନ୍ତି । ତେବେ ଏହି ଡକାୟତି ଗ୍ୟାଙ୍ଗରେ 8 ଜଣ ସାମିଲ ଥିବାବେଳେ ଅନ୍ୟ 6 ଜଣ ବିହାର ରାଜ୍ୟର ଅଟନ୍ତି ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । ଏହି ଗ୍ୟାଙ୍ଗ ନାଁରେ ସମ୍ବଲପୁର ଜିଲ୍ଲାରେ 5ଟି ବରଗଡ଼ ଜିଲ୍ଲାରେ 3ଟି ମାମଲା ରହିଛି ।

ସୂଚନାଯୋଗ୍ୟ ଯେ, ଗତ 16 ତାରିଖରେ ଏହି ଡ଼କାୟତ ଗ୍ୟାଙ୍ଗ ସମ୍ବଲପୁର ଗୋବିନ୍ଦତୋଲାର ପାୟଲ ଜ୍ୱେଲେରୀର ମାଲିକ ସୁଜିତ ସ୍ବର୍ଣ୍ଣକାରଙ୍କୁ ଗୁଳି କରିଥିଲେ । ଏଥିରେ ସୁଜିତଙ୍କ ପେଟରେ ଗୁଳି ବାଜିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ । ବର୍ତ୍ତମାନ ସେ ଭୁବନେଶ୍ବର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ .......ସୁନା ଦୋକାନ ଲୁଟ୍ ଉଦ୍ୟମ, ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ସେହିପରି ଅନ୍ୟ ଏକ ସୁନା ଲୁଟର ପର୍ଦ୍ଦାଫାସ କରିଛି ପୋଲିସ । ଗତ 26 ତାରିଖର ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ସ୍ଥିତ ଏକ ସୁନା ଦୋକାନରୁ ସୁନା ଚେନ୍ ଲୁଟ କରି ଫେରାର ହୋଇଥିବା ଜଣେ ଲୁଟେରାକୁ ଗିରଫ କରା ଯାଇଛି । ଗିରଫ ଲୁଟେରା ଜଣକ ହେଲେ ଛତିଶଗଡ଼ ରାୟପୁର ଅଞ୍ଚଳର ମନୀଷ କୁମାର ତୋଡ଼ାକ । ସୁନା ଚେନ କିଣିବା ବାହାନାରେ ବୁଢାରଜାର ଏକ ସୁନା ଦୋକାନରୁ 2ଲକ୍ଷ ଟଙ୍କାର 2ଟି ସୁନା ଚେନ୍ ଧରି ଦୋକାନରୁ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ ।ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ 2ଟି ସୁନା ଚେନ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.