ETV Bharat / state

ସୁନା ଦୋକାନ ଲୁଟ୍ ଉଦ୍ୟମ, ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳିମାଡ଼

author img

By ETV Bharat Odisha Team

Published : Feb 16, 2024, 4:46 PM IST

Updated : Feb 16, 2024, 11:06 PM IST

Firing In Sambalpur: ପୁଣି ସମ୍ବଲପୁରରେ ଗୁଳିକାଣ୍ଡ । ଗୋବିନ୍ଦତୋଳା ସ୍ଥିତ ନିୟୁ ପାୟଲ ଜୁଏଲାରୀ ଦୋକାନର ମାଲିକଙ୍କୁ ଗୁଳିମାଡ଼ । ଅଧିକ ପଢନ୍ତୁ

ସୁନା ଦୋକାନ ଲୁଟ୍ ଉଦ୍ୟମ , ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳିମାଡ଼
ସୁନା ଦୋକାନ ଲୁଟ୍ ଉଦ୍ୟମ , ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ସୁନା ଦୋକାନ ଲୁଟ୍ ଉଦ୍ୟମ, ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ସମ୍ବଲପୁର: ପୁଣି ଅଶାନ୍ତ ସମ୍ବଲପୁର । ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ । ଏମିତି ଘଟଣା ଘଟିଛି ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳା ସ୍ଥିତ ନିୟୁ ପାୟଲ ଜୁଏଲାରୀ ଦୋକାନରେ । ଏଥିରେ ଦୋକାନର ମାଲିକ ସୁଜିତ ସ୍ବର୍ଣ୍ଣକାରଙ୍କ ପେଟରେ ବାଜିଛି ଗୁଳି । ଆହତ ବ୍ୟବସାୟୀଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଆଜି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍ ସମୟରେ ୨ଟି ବାଇକରେ ୬ଜଣ ଦୁର୍ବୃତ୍ତ ସୁଜିତଙ୍କ ସୁନା ଦୋକାନକୁ ଆସିଥିଲେ । ଦୋକାନୀଙ୍କୁ ସୁନା ଚେନ ଦେଖାଇବ ପାଇଁ କହିଥିଲେ । ଏହି ସମୟରେ ଦୋକାନୀଙ୍କ ହାତରୁ ସୁନା ଚେନକୁ ଛଡ଼ାଇବାକୁ ଜଣେ ଯୁବକ ଚେଷ୍ଟା କରୁଥିଲେ । ଦୋକାନରରେ କାର୍ଯ୍ୟରତ ଜଣେ ଯୁବକ ଲୁଟେରାଙ୍କ ପ୍ରତିରୋଧ କରିଥିଲେ । ଏହି ସମୟରେ ଦୋକାନୀ ଓ଼ ଲୁଟେରା ମାନଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ଏହାରି ଭିତରେ ଜଣେ ଲୁଟେରା ଦୋକାନୀ ସୁଜିତ ସ୍ବର୍ଣ୍ଣକାରଙ୍କ ଉପରକୁ ଗୁଳିମାଡ କରିଥିଲା । ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଏବଂ ପରେ ବୁର୍ଲା ଭୀମସାର ମେଡିକାଲକୁ ନିଆ ଯାଇଥିଲା । ସେଠାରେ ସେ ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ।

ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର କହିଛନ୍ତି ,"ପ୍ରଥମେ ଜଣେ ବ୍ୟକ୍ତି ଗହଣ ଦୋକାନକୁ ଆସି ସୁନା ଚେନ ଦେଖାଇବା ପାଇଁ କହିଥିଲେ । ଏହାପରେ ଦୋକାନୀଙ୍କ ଅନ୍ୟ ଜଣେ ଭାଇ ଆସି ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ଅନ୍ୟ ପାଞ୍ଚ ଜଣ ଦୁର୍ବୃତ୍ତ ଆସି ଘଟଣା ସ୍ଥଳରେ ପହପଞ୍ଚି ଦୋକାନୀ ମାଲିକଙ୍କୁ ଗୁଳିମାଡ଼ କରିଥିଲେ । ବର୍ତ୍ତମାନ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୋକାନରୁ କୌଣସି ଲୁଟପାଟ ହୋଇନାହିଁ । ଏହି ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି ।"


ଏହା ମଧ୍ୟ ପଢନ୍ତୁ....ପୁଞ୍ଚରେ ଆତଙ୍କୀ ଆକ୍ରମଣ, ସେନା ମୁଖ୍ୟ ପ୍ରଶାସକଙ୍କ ଗାଡ଼ିକୁ ଗୁଳିମାଡ଼

ଏହା ମଧ୍ୟ ପଢନ୍ତୁ ....ଧରାପଡ଼ିଗଲା ପରକୀୟା ପ୍ରୀତି, ସ୍ବାମୀକୁ ହତ୍ୟା କରି ଘରେ ପୋତି ଦେଲା ସ୍ତ୍ରୀ

ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଛି ପୋଲିସ । ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରିବା ପାଇଁ ଚେଷ୍ଟା କରୁଛି ପୋଲିସ । ସହରର ବିଭିନ୍ନ ଛକରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର । ସେପଟେ ସମ୍ବଲପୁର ଏକ ଶାନ୍ତିପ୍ରିୟ ସ୍ଥାନ ହୋଇଥିବାବେଳେ ଦିନକୁ ଦିନ ଅପରାଧୀକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ......ଇନଷ୍ଟାଗ୍ରାମରୁ ପ୍ରେମ: ପ୍ରେମିକ ସାଜିଲା ସୈତାନ, ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ କଲା ଗଣଦୁଷ୍କର୍ମ


ଇଟିଭି ଭାରତ, ସମ୍ବଲପୁର

Last Updated : Feb 16, 2024, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.