ETV Bharat / state

ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଆଦିବାସୀ

author img

By ETV Bharat Odisha Team

Published : Feb 21, 2024, 12:31 PM IST

Khadiala DFO Office Gherao: ୬ ଦଫା ଦାବି ପୂରଣ ନେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ହଜାର ହଜାର ଆଦିବାସୀ ଓ ବନବାସୀ ଡଙ୍ଗରିଆ । ଅଧିକ ପଢ଼ନ୍ତୁ

ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ
ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ

ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ

ନୂଆପଡା: ଜିଲ୍ଲା ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ପକ୍ଷରୁ ହଜାର ହଜାର ଆଦିବାସୀ, ବନବାସୀ ଡଙ୍ଗରିଆ ଏକତ୍ରିତ ହୋଇ ୬ ଦଫା ଦାବି ପୂରଣ ନେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଆନ୍ଦୋଳନକାରୀମାନେ ପ୍ରଥମେ ଖଡ଼ିଆଳ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପାରମ୍ପରିକ ନୃତ୍ୟର ତାଳେ ତାଳେ ସହର ପରିକ୍ରମା କରିଥିଲେ । ଏହାପରେ ଦୀର୍ଘ ସମୟ ଧରି ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ନୂଆପଡ଼ା ଜିଲ୍ଲା ବ୍ଲକର ହଜାର ହଜାର ଆଦିବାସୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରି ସରକାର ଏବଂ ସରକାରୀ ବାବୁମାନଙ୍କୁ କଟାକ୍ଷ କରିଛନ୍ତି । ବିଶେଷକରି ବନ ବିଭାଗର ମନମୁଖୀ କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଦିବାସୀ ସମୂହ । ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ୬ ଦଫା ଦାବି ଉପସ୍ଥାପନ କରିଛନ୍ତି । ସେମାନଙ୍କ ଦାବି ଗୁଡିକ ହେଉଛି, ଜଙ୍ଗଲ ଜମି ଅଧିକାର ନିୟମ ଅନୁସାରେ, ବନ ବିଭାଗ କାମ କରୁନାହିଁ । ଜିଲ୍ଲାର ପାହାଡ଼ ଜଙ୍ଗଲ ମଧ୍ୟରେ ଶହ ଶହ ବର୍ଷ ଧରି ବସବାସ କରୁଥିବା ଆଦିବାସୀ ସହିତ ଡଙ୍ଗରିଆ ଅଣ ଆଦିବାସୀମାନଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରନ୍ତୁ । ଅଣ ରାଜସ୍ୱ ଗ୍ରାମଗୁଡିକୁ ତୁରନ୍ତ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯାଉ ।

ଏହା ମଧ୍ୟ ପଢ଼ନ୍ତୁ...ଅନୁଗୋଳରେ ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା

ଏହାସହ ଗୋଷ୍ଠୀ ସମ୍ବଳ ଗାଁକୁ ତୁରନ୍ତ ସ୍ୱତନ୍ତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ । ଜଙ୍ଗଲରେ ବସବାସ କରୁଥିବା ପହରିଆ ସମ୍ପ୍ରଦାୟର ଲୋକମାନଙ୍କୁ ତୁରନ୍ତ ଆଦିବାସୀ ମାନ୍ୟତା ଦିଆଯାଉ । ବୋଡେନ ବ୍ଲକ ଭାଇଶାଦାନୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବନ ବିଭାଗ ପକ୍ଷରୁ କାମ କରିଥିବା ଶ୍ରମିକଙ୍କୁ ତୁରନ୍ତ ମଜୁରୀ ଟଙ୍କା ପ୍ରଦାନ କରାଯାଉ । ଏଭଳି ୬ ଦଫା ଦାବି ପୂରଣ ପାଇଁ ଆଦିବାସୀ ସମୂହ ରଣହୁଙ୍କାର ଦେଇଛନ୍ତି ।

ତୁରନ୍ତ ସେମାନଙ୍କ ଦାବିଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ । ସେପଟେ ତଦନ୍ତ କରି ଖୁବଶୀଘ୍ର ସରକାରୀ ଆଇନ ଅନୁସାରେ ଆଦିବାସୀଙ୍କ ୬ ଦଫା ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିମ ଖାଁନ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.