ETV Bharat / state

ଅନୁଗୋଳରେ ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା

author img

By ETV Bharat Odisha Team

Published : Feb 21, 2024, 10:31 AM IST

Land pattas distribution to Sikkim Ryots: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସିକିମ୍ ରୟତର ସମସ୍ୟା ବହୁ ବର୍ଷ ଧରି ରହିଆସିଥିଲା । ତେବେ ରାଜ୍ୟ ସରକାର ଭୂ-ସଂସ୍କାର ଆଇନରେ ସଂଶୋଧନ କରି ହିତାଧିକାରୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ସିକିମ୍ ସ୍ବତ୍ବଧିକାରୀଙ୍କୁ ମିଳିଲା ପଟ୍ଟା, ଉପକୃତ ହେବେ ଦୁଇ ହଜାରୁ ଉର୍ଦ୍ଧ୍ବ ହିତାଧିକାରୀ
ସିକିମ୍ ସ୍ବତ୍ବଧିକାରୀଙ୍କୁ ମିଳିଲା ପଟ୍ଟା, ଉପକୃତ ହେବେ ଦୁଇ ହଜାରୁ ଉର୍ଦ୍ଧ୍ବ ହିତାଧିକାରୀ

ସିକିମ୍ ସ୍ବତ୍ବଧିକାରୀଙ୍କୁ ମିଳିଲା ପଟ୍ଟା, ଉପକୃତ ହେବେ ଦୁଇ ହଜାରୁ ଉର୍ଦ୍ଧ୍ବ ହିତାଧିକାରୀ

ଅନୁଗୋଳ: ପୁରୁଷ ପୁରୁଷ ଧରି ମାଲିକଙ୍କୁ ଖଜଣା ଦେଇଆସୁଥିବା ସିକିମ୍ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଛି ନିଜସ୍ବ ସ୍ଥିତିବାନ ପଟ୍ଟା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ସିକିମ୍ ରୟତର ସମସ୍ୟା ବହୁ ବର୍ଷ ଧରି ରହିଆସିଥିଲା । କିନ୍ତୁ ଏହାର ସମାଧାନ ସ୍ବରୂପ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଅନୁଗୋଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଛନ୍ତି । ଯେଉଁଥିରେ ଉପକୃତ ହୋଇଛନ୍ତି ଦୁଇ ହଜାରରୁ ଅଧିକ ହିତାଧିକାରୀ । ଏହି ଅବସରରେ ସ୍ଥାନୀୟ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ବଅଁରପାଳ, ଅନୁଗୋଳ ଓ ଛେଣ୍ଡିପଦା ତହସିଲ ଅନ୍ତର୍ଗତ ୩୦୦ ଜଣ ସିକିମ୍ ରୟତଙ୍କୁ ସ୍ଥିତିବାନ ପଟ୍ଟା (ପୂର୍ଣ୍ଣ ମାଲିକାନା ଅଧିକାର) ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରାଯାଇଛି ।

ଜିଲ୍ଲାରେ ମୋଟ ୨୩୩୯ ଜଣ ସିକିମ୍ ରୟତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୨୯୦ ଜଣ ବଅଁରପାଳ, ଅନୁଗୋଳ ଓ ଛେଣ୍ଡିପଦା ତହସିଲର ଅଧିବାସୀ ଅଟନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ତାଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ସମୟରେ ଜଣେ ଚାଷୀଙ୍କ ଠାରୁ ଅଭିଯୋଗ ପାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ରାଜସ୍ବ ବିଭାଗକୁ ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଓଡିଶା ଭୂ-ସଂସ୍କାର ଆଇନ୍ ୧୯୬୦ର ଆବଶ୍ୟକୀୟ ସଂଶୋଧନ କରାଯାଇ ରାଜ୍ୟରେ ଥିବା ୨.୫୪ ଲକ୍ଷ ସିକିମ୍ ସ୍ୱତ୍ୱ ରୟତ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ପୁରୀରୁ କୋଣାର୍କ ଗଡ଼ିବ ଭିଷ୍ଟାଡୋମ ଟ୍ରେନ, 32କିମିକୁ ଖର୍ଚ୍ଚ ହେବ 492 କୋଟି

ଏବେ ଏହି ସମସ୍ୟାର ସମାଧାନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ମହମ୍ମଦ ଅଵଦ୍ଦୁଲ ଅକତର, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦା ତହସିଲଦାର, ରାଜସ୍ବ ବିଭାଗର କର୍ମଚାରୀ ଓ ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.