ETV Bharat / state

ଟିଟିଲାଗଡ ପାଲଟିଲା ତତଲାଗଡ, 45 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର - WEATHER UPDATE

author img

By ETV Bharat Odisha Team

Published : May 5, 2024, 9:45 PM IST

୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲିଠୁ ବଦଳିବ ପାଗ
୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲିଠୁ ବଦଳିବ ପାଗ (ETV BHARAT ODISHA)

WEATHER NEWS: ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତାକାଲିଠୁ ବଦଳିବ ପାଗ । ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମନା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ଥିବାବେଳେ ଆଜି ୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର । ଆଜି ରାଜ୍ୟରେ ୨୬ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । ୧୨ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ୨୧ ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ୧୫ ଅପ୍ରେଲରୁ ଆରମ୍ଭ ହୋଇ ଆଜି ୫ ମଇ ୨୦୨୪, ଅର୍ଥାତ ଗତ ୨୧ ଦିନ ଧରି ରାଜ୍ୟରେ ଲଗାତାର ଭାବେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି ।

୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲିଠୁ ବଦଳିବ ପାଗ
୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲିଠୁ ବଦଳିବ ପାଗ (ETV BHARAT ODISHA)

ଆସନ୍ତା ୨୪ ଘଣ୍ଟା ପାଇଁ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ଥିବାବେଳେ ଆଜି ବଲାଙ୍ଗୀର, ନୟାଗଡ, ନୂଆପଡା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଏବଂ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଆଜି ଓ ଆସନ୍ତାକାଲି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ପରବର୍ତ୍ତୀ ସମୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ବର୍ତ୍ତମାନ ରାଜ୍ୟରେ ସମୁଦ୍ର ଆଡୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ବାୟୁ ଅଧିକ ଶକ୍ତିଶାଳୀ ହୋଇ ପ୍ରବେଶ କରୁଛି । ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ସହ ୭ ୮ ଓ ୯ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ହେବ ଓ କାଳବୈଶାଖୀ ଅଧିକ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ସହ ପବନର ବେଗ ୪୦ରୁ ୫୦କିମି ରହିବ ।

୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲିଠୁ ବଦଳିବ ପାଗ
୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର, ଆସନ୍ତାକାଲିଠୁ ବଦଳିବ ପାଗ (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ .....ରାଜ୍ୟରେ ବଦଳିବ ପାଗର ମିଜାଜ: କାଲିଠୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ - Odisha Weather

ଏହା ମଧ୍ୟ ପଢନ୍ତୁ.....ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା - ALERT FOR FISHERMEN


ଅନ୍ୟପଟେ ମତ୍ସ୍ୟଜୀବୀମାନଙ୍କ ପାଇଁ ଚେତାବନୀ ଜାରି କରିଛି ବିଭାଗ । ଆଗାମୀ ମଇ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବା ସହ ସମୁଦ୍ର ମଧ୍ୟରେ ମଧ୍ୟ ପବନର ବେଗ ୪୦ ରୁ ୫୦ କିମି ବହିବାର ର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.