ETV Bharat / state

ରାଜ୍ୟରେ ବଦଳିବ ପାଗର ମିଜାଜ: କାଲିଠୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ - Odisha Weather

author img

By ETV Bharat Odisha Team

Published : May 5, 2024, 6:46 PM IST

Odisha Weather Update: ଆସନ୍ତାକାଲି ଠାରୁ କାଳବୈଶାଖୀ ବର୍ଷା ସମ୍ଭାବନା । 7 ତାରିଖରୁ ତାପମାତ୍ରା 4ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଅଧିକ ପଢ଼ନ୍ତୁ

ରାଜ୍ୟରେ ବଦଳିବ ପାଗ; କାଲିଠୁ କାଳବୈଶାଖୀ, ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ରାଜ୍ୟରେ ବଦଳିବ ପାଗ; କାଲିଠୁ କାଳବୈଶାଖୀ, ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା (Etv Bharat Odisha)

ରାଜ୍ୟରେ ବଦଳିବ ପାଗ; କାଲିଠୁ କାଳବୈଶାଖୀ, ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା (Etv Bharat Odisha)

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ବସ୍ତି । ଆସନ୍ତାକାଲି ଠାରୁ ହେବା କାଳବୈଶାଖୀ ବର୍ଷା । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । କିନ୍ତୁ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ । ସେହିପରି 7 ତାରିଖରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ । ଫଳରେ ତାପମାତ୍ରା 4ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ବଦଳିବ ପାଗ; କାଲିଠୁ କାଳବୈଶାଖୀ
ରାଜ୍ୟରେ ବଦଳିବ ପାଗ; କାଲିଠୁ କାଳବୈଶାଖୀ (Etv Bharat Odisha)

ଆସନ୍ତାକାଲି ଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ ଝ଼ଡତୋଫାନ ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ସମୟରେ 30ରୁ 40 କିମି ବେଗରେ ପବନ ବହିବ । ମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସମ୍ଭାବନା ରହିଛି । ସେହିପରି 7 ତାରିଖରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବାକୁ ଥିବାବେଳେ ତାପମାତ୍ରା 4ରୁ 6 ଡିଗ୍ରୀ ପର୍ଯ୍ୟନ୍ତ କମିବ । ସେହିପରି 7, 8, ଓ 9 ତାରିଖରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ 7 ଓ 8 ତାରିଖରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ଟ୍ଵିନସିଟି କଟକ ଓ ଭୁବନେଶ୍ବରରେ ମଧ୍ୟ ୭-୯ ତାରିଖ ଯାଏଁ କାଳବୈଶାଖ ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ବଦଳିବ ପାଗ; କାଲିଠୁ କାଳବୈଶାଖୀ
ରାଜ୍ୟରେ ବଦଳିବ ପାଗ; କାଲିଠୁ କାଳବୈଶାଖୀ (Etv Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...7 ଓ 8ରେ ରାଜ୍ୟରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା, ଜାରି ହେଲା ଆଲର୍ଟ - Thunderstorm Alert

ଅନ୍ୟପଟେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୬ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୬ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ଆଜି ୭ ଜିଲ୍ଲା ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ ଅନୁଗୋଳରେ ହିଟୱେଭ ସ୍ଥିତି ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.