ETV Bharat / state

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ; ଗୋଟିଏ ପରିବାରର 3 ଜଣଙ୍କ ସନ୍ଦେହଜନକ ମୃତ୍ୟୁ

author img

By ETV Bharat Odisha Team

Published : Mar 3, 2024, 1:19 PM IST

Updated : Mar 3, 2024, 2:29 PM IST

ଗୋଟିଏ ପରିବାରର 3ଜଣଙ୍କ ସନ୍ଦେହଜନକ ମୃତ୍ୟୁ
ଗୋଟିଏ ପରିବାରର 3ଜଣଙ୍କ ସନ୍ଦେହଜନକ ମୃତ୍ୟୁ

Suspicious Death In Kendrapara:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ସାମୁଦ୍ରିକ ଥାନ ରାଜେନ୍ଦ୍ର ନଗର ଗାଁରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ

କେନ୍ଦ୍ରାପଡ଼ା: ଜିଲ୍ଲାରେ ଚାଞ୍ଚଲ୍ୟ । ଜିଲ୍ଲାର ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ରାଜେନ୍ଦ୍ର ନଗର ଗାଁରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବାପା, ମାଆ ଓ ପୁଅର ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ର ନଗର ଗାଁରେ ଗୋଟିଏ ପରିବାରର ବାପ, ମାଆ ଓ ପୁଅଙ୍କ ମୃତଦେହ ମିଳିଛି । ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ (୫୩), ମାଆ ଜୟନ୍ତୀ (୪୫) ଓ ପୁଅ ପରୀକ୍ଷିତ(୨୭) । ବାପା ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଘର ବାହାରେ ଓହଳିଥିବା ନେଇ ଗ୍ରାମବାସୀ ଦେଖିବା ପରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ସେପଟେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିବା ସହ ଶ୍ରୀଦାମଙ୍କ ମୃତଦେହ ଘରର ଛାତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ବନ୍ଦ ଘର ଭିତରୁ କବାଟ ଭାଙ୍ଗି ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଆ ଜୟନ୍ତୀ ମଣ୍ଡଳ ଓ ପୁଅ ପରିକ୍ଷିତ ମଣ୍ଡଳଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ପତ୍ତି ପାଇଁ ବନ୍ଧୁର ପରିବାର ନିପାତ କରିଦେଲା ବନ୍ଧୁ: ସପ୍ତାହକ ମଧ୍ୟରେ 6 ଜଣଙ୍କୁ ହତ୍ୟା

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ପରିବାରର ତିନିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଲା ସେନେଇ ପୋଲିସ ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଥିବା ବେଳେ ଏହି ଟ୍ରିପଲ ମୃତ୍ୟୁକୁ ନେଇ ସସପେନ୍ସ ବଢିଛି । ସେପଟେ ପୋଲିସ ସ୍ଥାନୀୟ ଲୋକଙ୍କୁ ଏନେଇ ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଇଛି । ଏହି ପରିବାରର ସଦସ୍ୟମାନେ ନିଜେ ନିଜେ ଜୀବନ ହାରିଥିବା ନେଇ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ପଛର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଏନେଇ ଖୋଲତାଡ ଆରମ୍ଭ କରିଛି ପୋଲିସ । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବ୍ୟବଚ୍ଛେଦର ରିପୋର୍ଟ ଓ ସାଇଣ୍ଟିଫିକ୍‌ ଟିମର ତଦନ୍ତ ପରେ ମୃତ୍ୟୁ ପ୍ରକୃତ କାରଣ ସାମ୍ନାକୁ ଆସିବ । ତେବେ ଏଭଳି ଏକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Mar 3, 2024, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.