ETV Bharat / state

ମୋଦିଙ୍କ ଗସ୍ତ ପାଇଁ ବଢିଲା ସୁରକ୍ଷା, କମିସନରଙ୍କ ସହ ଅଫିସରଙ୍କ ବୈଠକ - PM MODI ODISHA VISIT

author img

By ETV Bharat Odisha Team

Published : May 5, 2024, 6:26 PM IST

Strict Security Arrangements In Bhubaneswar: ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଥିବା ବେଳେ ଏନେଇ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକ ପଢ଼ନ୍ତୁ

ମୋଦିଙ୍କ ଗସ୍ତ ପାଇଁ ବଢିଲା ସୁରକ୍ଷା
ମୋଦିଙ୍କ ଗସ୍ତ ପାଇଁ ବଢିଲା ସୁରକ୍ଷା (Etv Bharat Odisha)

ମୋଦିଙ୍କ ଗସ୍ତ ପାଇଁ ବଢିଲା ସୁରକ୍ଷା (Etv Bharat Odisha)

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ରବିବାର) ସନ୍ଧ୍ୟାରେ ମୋଦି ଓଡ଼ିଶାରେ ପହଞ୍ଚିବାକୁ ଥିବା ବେଳେ ଏନେଇ ପ୍ରସ୍ତୁତି ଜୋରସୋର ଜାରି ରହିଛି । ମୋଦିଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁମାନେ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଏସକର୍ଟରେ ରହିବେ ସେନେଇ ଅଫିସରଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ।

ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ଲୁବୁକ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଏୟାରପୋର୍ଟ ଓ ଭୁବନେଶ୍ୱରକୁ ନୋ ଫ୍ଲାଇଙ୍ଗ ଜୋନ ଭାବେ ଘୋଷଣା କରାଯାଇଛି । ଏୟାରପୋର୍ଟ, ରାଜ ଭବନ ଓ କାରକେଡ ଯିବା ସମ୍ପୂର୍ଣ୍ଣ ରାସ୍ତାକୁ ମଧ୍ୟ ଆତଙ୍କୀ ଓ ସନ୍ଧିଗ୍ଧ ମୁକାବିଲା ଜନିତ ଚେକ୍ କଡା କରାଯାଉଛି । ଡଗ ସ୍କ୍ବାଡ ଓ ବମ ସ୍କ୍ବାଡ ଦ୍ବାରା ତନତନ୍ନ ଯାଞ୍ଚ କରାଯାଉଛି । ଏନେଇ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ଅନ୍ୟ ୫ଜଣ ଡିସିପି ଓ ୫ଜଣ ଅତିରିକ୍ତ ଡିସିପିଙ୍କ ସହ ୧୩ ଏସିପି, ୨୧ଜଣ ଇନସ୍ପେକ୍ଟର ଓ ୯୩ଜଣ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି ।

ସେପଟେ ୨୫ପ୍ଲାଟୁନ ପୋଲିସ ଓ ୧ କମ୍ପାନି ସିଆରପିଏଫ ମଧ୍ୟ ନିୟୋଜିତ ରହିବେ । କୋୖଣସି ପ୍ରକାର ଆତଙ୍କୀ ଆକ୍ରମଣକୁ ମୁକାବିଲା ଓ ପ୍ରତିହତ ପାଇଁ ୨ଟି ୟୁନିଟ STU (ସ୍ପେଶାଲ ଟାକ୍ଟିକାଲ ୟୁନିଟ) ମଧ୍ୟ ନିୟୋଜିତ କରାଯାଇଛି । ମୋଦିଙ୍କ ଗସ୍ତକୁ କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରାଯିବ ସେନେଇ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୋଦିଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହେବା ସମ୍ଭାବନା ଥିବା ବେଳେ ଏନେଇ ପୋଲିସ ଫୋର୍ସ ମୁତୟନ ଓ ସୁରକ୍ଷାରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇ 25 ପ୍ଲାଟୁନ ଫୋର୍ସ କରାଯାଇଛି । ଏହାସହ ସିଆରପିଏଫର ଗୋଟିଏ କମ୍ପାନି ମଧ୍ୟ ନିୟୋଜିତ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନବରଙ୍ଗପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - PM MODI NABARANGPUR VISIT

ମୋଦି ଏୟାରପୋର୍ଟରୁ ଓହ୍ଲାଇବା ବେଳେ ରାଜ୍ୟ ବିଜେପି ନେତୃ ମଣ୍ଡଳୀ ଓ ବରିଷ୍ଠ ଅଧିକାରୀ ସେଠାରେ ତାଙ୍କୁ ଭେଟିପାରନ୍ତି । ଯେହେତୁ ରାଜଭବନ ଭିତରେ କୌଣସି ରାଜନୈତିକ ଭେଟଘାଟ ହେବନାହିଁ, ତେଣୁ ସୀମିତ ସମୟ ମଧ୍ୟରେ କେଉଁମାନେ ଏୟାରପୋର୍ଟରେ ମୋଦିଙ୍କୁ ଭେଟିବେ କିଛି ନେତାଙ୍କ ତାଲିକା କରି ସେମାନଙ୍କୁ ପାସ ବ୍ୟବସ୍ଥା ସହ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ମଧ୍ୟ କଡାକଡ଼ି କରାଯିବ ।

ଇଟିଭି ଭାରତ, ଭବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.