ETV Bharat / state

5T ଅଧ୍ୟକ୍ଷଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟକୁ ମିଛ କହିଲେ ସିପି, ୩ ଜଣଙ୍କ ନାଁରେ ମାମଲା ରୁଜୁ - VK Pandian security info leak case

author img

By ETV Bharat Odisha Team

Published : Apr 4, 2024, 12:17 PM IST

Etv Bharat
Etv Bharat

VK Pandian security info leak case: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଘଟ ଘଟଣା । ଏହି ତଥ୍ୟକୁ ମିଛ ବୋଲି କହିଲେ ପୋଲିସ କମିଶନର । ଅଧିକ ପଢନ୍ତୁ

୩ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ସମ୍ପର୍କିତ ଆରଟିଆଇ ତଥ୍ୟ ପ୍ରଘଟ ଘଟଣା । ଏହି ତଥ୍ୟକୁ ଭୁଲ୍ ବୋଲି କହିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ପୋଲିସ ପକ୍ଷରୁ ସେଭଳି କୌଣସି ତଥ୍ୟ ଦିଆଯାଇନଥିବା କମିଶନର ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଏଥିସହ ଏହି ମିଛ ତଥ୍ୟ ପ୍ରଘଟ କରିଥିବା ୩ ଜଣ ସୂଚନା ଅଧିକାର କର୍ମୀଙ୍କ ନାଁରେ ସହିଦନଗର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ।

ପୋଲିସ କମିଶନର କହିଛନ୍ତି ଯେ, ପ୍ରଘଟ କରାଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ । କେହି ମିଥ୍ୟ ତଥ୍ୟ ଦେଇଛନ୍ତି । ପୋଲିସ ଦ୍ବାରା ସେଭଳି ତଥ୍ୟ ଦିଆଯାଇନାହିଁ । ଯେଉଁମାନେ ଏହି ମିଛ ତଥ୍ୟ ପ୍ରଘଟ କରିଛନ୍ତି ସେମାନଙ୍କ ନାଁରେ ସହିଦନଗର ଥାନରେ ମାମଲା ରୁଜୁ ହୋଇଛି । ତିନି ଜଣଙ୍କ ନାଁରେ ଠକେଇ, ଫର୍ଜରୀ ଓ ଆଇଟି ଆକ୍ଟରେ କେସ୍ କରାଯାଇଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ବଦଳିଲା ବିଜେଡିର ଷ୍ଟ୍ରାଟେଜି: ପୋଷ୍ଟରରୁ ପାଣ୍ଡିଆନ ଗାଏବ, ବିଜୁଙ୍କ ରି-ଏଣ୍ଟ୍ରି - Biju Babu In And Pandian Out

ସୂଚନା ମୁତାବକ, ସମ୍ପୃକ୍ତ ତିନି ଜଣ ସୂଚନା ଅଧିକାର କର୍ମୀ ଭୁବନେଶ୍ଵର ରିଜର୍ଭର ଚିଠି ଦର୍ଶାଇ ଫାଇଭ-ଟି ଅଧ୍ୟକ୍ଷଙ୍କ ସୁରକ୍ଷାରେ ନିୟୋଜିତ ଫୋର୍ସ ସମ୍ପର୍କିତ ତଥ୍ୟ ପ୍ରଘଟ କରିଥିଲେ । ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସେମାନେ କହିଥିଲେ ଏବଂ ଏହି ତଥ୍ୟ କମିଶନରେଟ ପୋଲିସର ରିଜର୍ଭ ପୋଲିସ ଅଫିସରୁ ମିଳିଥିବା ଦର୍ଶାଇଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏଭଳି ତଥ୍ୟ କେମିତି ପ୍ରଘଟ ହେଲା ଏବଂ କେଉଁ ଆଧାରରେ ଏହି ତଥ୍ୟ ଗଣମାଧ୍ୟମରେ ରଖାଯାଇଥିଲା, ସେନେଇ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା । ତେବେ ପୋଲିସ ପକ୍ଷରୁ ସେଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇ ନାହିଁ ବୋଲି ସିପି ସ୍ପଷ୍ଟ କରିଛନ୍ତି ।

ଏଥିସହ ଏହି ତଥ୍ୟ ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ହାଜର ହେବାକୁ ନୋଟିସ ଜାରି କରିଛି ପୋଲିସ । ସେପଟେ ସିପିଙ୍କ ଏହି ସୂଚନା ପରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ଉକ୍ତ ଚିଠିଟି ନକଲି କି ନାହିଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉ ଓ ସେହି ଚିଠିକୁ ଫରେନସିକ ଲ୍ୟାବ ପଠାଯାଉ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.