ETV Bharat / politics

ବଦଳିଲା ବିଜେଡିର ଷ୍ଟ୍ରାଟେଜି: ପୋଷ୍ଟରରୁ ପାଣ୍ଡିଆନ ଗାଏବ, ବିଜୁଙ୍କ ରି-ଏଣ୍ଟ୍ରି - Biju Babu In And Pandian Out

author img

By ETV Bharat Odisha Team

Published : Mar 30, 2024, 10:53 PM IST

Biju Babu In And Pandian Out: ବିଜେଡି ନେତାଙ୍କ ପୋଷ୍ଟର ଓ ବ୍ୟାନରରୁ ବାଦ ପଡ଼ିବାରେ ଲାଗିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆଉ ରି-ଏଣ୍ଟ୍ରି ମାରିଛନ୍ତି ବିଜୁ ବାବୁ । ଅଧିକ ପଢନ୍ତୁ

biju babu returns
biju babu returns

biju babu returns

ଭୁବନେଶ୍ବର: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ନିଜର ରାଜନୈତିକ ଷ୍ଟ୍ରାଟେଜି ପରିବର୍ତ୍ତନ କରିଛି । ଦଳୀୟ ନେତାଙ୍କ ପୋଷ୍ଟର ଓ ବ୍ୟାନରରୁ ବାଦ ପଡ଼ିବାରେ ଲାଗିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆଉ ଏହି ପୋଷ୍ଟର ଓ ବ୍ୟାନରେ ରି-ଏଣ୍ଟ୍ରି ମାରିଛନ୍ତି ବିଜୁ ବାବୁ । ବିରୋଧୀଙ୍କ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ କାଉଣ୍ଟର କରିବାକୁ ଯାଇ ନିଜ ଷ୍ଟ୍ରାଟେଜୀ ପରିବର୍ତ୍ତନ କରିଛି ବିଜେଡି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଚର୍ଚ୍ଚାରେ ରହି ଆସିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ରାଜନୀତିକୁ ଆସିବା ପରେ ପାଣ୍ଡିଆନଙ୍କୁ ନେଇ ପଲ୍ଲୀରୁ ଦିଲ୍ଲୀ ନାନା ଆଲୋଚନା ଜାରି ରହିଛି । କୁହାଯାଏ, ଦଳରେ ସମସ୍ତ ନିଷ୍ପତ୍ତି ପାଣ୍ଡିଆନ ହିଁ ନିଅନ୍ତି । ତେଣୁ ତାଙ୍କୁ ଖୁସି କରିବା ଲାଗି ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଛି। ବିଭିନ୍ନ ପର୍ବପର୍ବଣୀ, ଦଳୀୟ କାର୍ଯ୍ୟକ୍ରମରେ ବିଭିନ୍ନ ପୋଷ୍ଟରରେ ପାଣ୍ଡିଆନଙ୍କ ଫଟୋ ଲଗାଇ ପ୍ରଚାର ପ୍ରସାର କରାଯାଉଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପାଣ୍ଡିଆନଙ୍କ ଫଟୋ ଏହି ପୋଷ୍ଟର ଓ ବ୍ୟାନର ରହୁଥିଲା । ଧୀରେ ଧୀରେ ବିଜୁ ବାବୁଙ୍କ ଫଟୋ ସେଥିରୁ ଅନ୍ତର୍ଦ୍ଧାନ ହେବାରେ ଲାଗିଥିଲା ।

biju babu returns
biju babu returns


ବିଜୁ ବାବୁଙ୍କ ଫଟୋ କ୍ବଚିତ କିଛି ଦଳୀୟ ବ୍ୟାନରରେ ରହୁଥିଲା । ଯାହାକୁ ବିରୋଧୀ ପ୍ରସଙ୍ଗ କରିବାକୁ ଆରମ୍ଭ କରିଥିଲେ । ଏହା ସହିତ ପାଣ୍ଡିଆନଙ୍କ ଫଟୋକୁ ନେଇ ଓଡ଼ିଆ ଅସ୍ମିତା, ଅଣ ଓଡିଆଙ୍କୁ ବିଜେଡିରେ ଗୁରୁତ୍ୱ ମିଳୁଥିବା ଅଭିଯୋଗ ହେଉଥିଲା । ସେହିପରି ମେଣ୍ଟ ଚର୍ଚ୍ଚାକୁ ଦୂର କରିବାକୁ ଯାଇ ରାଜ୍ୟ ବିଜେପି ସଭାପତି ଓଡ଼ିଆ ଅସ୍ମିତା କଥା କହି ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ତୀର ମାରିଥିଲେ । ନିର୍ବାଚନରେ ଏହାକୁ ବିଜେପି ପ୍ରସଙ୍ଗ କରିବ ବୋଲି ବିଜେଡି ପୂର୍ବାନୁମାନ କରିଥିବା ଚର୍ଚ୍ଚା ହେଉଛି । ତେଣୁ ଦଳୀୟ ପ୍ରାର୍ଥୀଙ୍କ ପୋଷ୍ଟର ବ୍ୟାନରେ ପାଣ୍ଡିଆନଙ୍କ ଫଟୋ ଆଉଟ୍ ହୋଇଛି । ପୂର୍ବପରି ମୁଖ୍ୟମନ୍ତ୍ରୀଙ୍କ ସହ ବିଜୁ ବାବୁଙ୍କ ଫଟୋ ଏଣ୍ଟ୍ରି ମାରିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର କୋର୍ସ କରେକ୍ସନ କରିଥିବା କୁହାଯାଉଛି ।

biju babu returns
biju babu returns

ଏହା ମଧ୍ୟ ପଢନ୍ତୁ...ବିଜେଡି ଛାଡିଛନ୍ତି ଏହି ଚର୍ଚ୍ଚିତ ଅଭିନେତା, ଦେଖନ୍ତୁ ଫଟୋ - Ollywood Actors Left Bjd



ରାଜନୈତିକ ସମୀକ୍ଷକ କେ ରବି କହିଛନ୍ତି , "ବିଜେଡି ଷ୍ଟ୍ରାଟେଜିକାଲି ଫଟୋ-ଇନ ଓ ଆଉଟ କରିଛି । ପ୍ଲାନ ଅନୁସାରେ ଦଳ ଏହା କରିଛି । 5T ଅଧ୍ୟକ୍ଷ ନିଜେ ଏହା କରାଇଥିବେ । ବିଗତ ଦିନ ମାନଙ୍କରେ ପୋଷ୍ଟର ଓ ବ୍ୟାନରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗୁଥିଲା । ବିଜୁ ବାବୁଙ୍କ ଫଟୋ କମୁଥିଲା । ଏନେଇ ସମାଲୋଚନା ହେଉଥିଲା । ବିରୋଧୀ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଥିଲେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ମେଣ୍ଟ ପ୍ରଶ୍ନରେ ବିଜୁ ବାବୁଙ୍କ ନାଁ ଧରିଲେ । କେଉଁଠି ନା କେଉଁଠି ବିରୋଧୀଙ୍କ ସମାଲୋଚନା ବିଜୁ ବାବୁଙ୍କ ଫଟୋ ଗାଏବ ରହିବାକୁ ନେଇ ହେଉଥିଲା । ବିରୋଧୀ କାହିଁକି ମୁଦ୍ଦା କରିବେ, ତେଣୁ ପାଣ୍ଡିଆନଙ୍କ ଫଟୋ ଦଳ ବାଦ ଦେଇଛି । ଆଉ ବିଜୁ ବାବୁଙ୍କ ଫଟୋ ବ୍ୟବହାର ବଢିଛି । ନବୀନ ବାବୁ ଓ ବିଜୁ ବାବୁଙ୍କ ନାଁରେ ଭୋଟ ଅଛି । ଏହା ସମସ୍ତେ ଜାଣିଛନ୍ତି । ସେମାନେ ଅଭିଯୋଗ କରୁଛନ୍ତି ଯେ, ଦଳରେ ଗଣତନ୍ତ୍ର ନାହିଁ । ନିଷ୍ପତ୍ତି ନେଇ କାହା ସହିତ ଆଲୋଚନା ହେଉନାହିଁ । ଜଣେ ହିଁ ନିଷ୍ପତ୍ତି ନେଉଛି । ଏହାକୁ ପ୍ରତିହତ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି ।"

biju babu returns
biju babu returns



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.