ETV Bharat / state

ନିର୍ବାଚନ ଉପରେ ନକ୍ସଲବାଦର କୌଣସି ପ୍ରଭାବ ପଡିବନାହିଁ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - ELECTION REVIEW MEETING

author img

By ETV Bharat Odisha Team

Published : Mar 23, 2024, 9:59 AM IST

CEO Koraput visit
CEO Koraput visit

CEO Koraput visits: ସାଧାରଣ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବାକୁ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନକ୍ସଲବାଦଠୁ ନେଇ କୋଟିଆରେ ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

CEO Koraput visit

କୋରାପୁଟ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଜୋରଦାର ରହିଛି । ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କୋରାପୁଟ ଗସ୍ତ କରିଛନ୍ତି । ତେବେ ଚଳିତ ନିର୍ବାଚନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ 30 କମ୍ପାନୀ ସିଆରପିଏଫ ମୁତୟନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି l କୋଟିଆରେ ବିଗତ ଦିନରେ ଏକା ଦିନରେ ଓ ସମାନ୍ତରାଳ ଭାବେ ଓଡିଶା ଓ ଆନ୍ଧ୍ରପ୍ରଦେଶ ଦ୍ୱାରା ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ଯୋଗୁଁ ଚଳିତ ନିର୍ବାଚନରେ ମଧ୍ୟ କୋଟିଆକୁ ନେଇ କୌଣସି ସମସ୍ୟା ଦେଖାଯିବ ନାହିଁ ବୋଲି ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ।


ସୀମାନ୍ତ ଅଞ୍ଚଳରେ ଭୋଟ ଗ୍ରହଣକୁ ସୁଚାରୁ ରୂପେ ସମାପନ କରାଯିବା ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବା ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ କରାଯାଇଛି । ତେବେ ପ୍ରସ୍ତୁତିର ସମୀକ୍ଷା କରିବାକୁ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଏହାମଧ୍ୟ ପଢନ୍ତୁ.. ଆଗାମୀ ନିର୍ବାଚନକୁ ନେଇ ଜିଲ୍ଲା ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ - Election Preparations

ଜିଲ୍ଲାର ସଦଭାବନା ସଭାଗୃହ ଠାରେ 4ଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସ୍ଥିତିନେଇ ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜିଲ୍ଲାପାଳଙ୍କ ସହ 14ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣଂ ଅଧିକାରୀଙ୍କୁ ନେଇ ବୈଠକ କରିଥିଲେ l ପରେ ଅତିରିକ୍ତ ଡିଜି ସଂଜୟ କୁମାର ,ଡିଆଇଜି ଚରଣ ସିଂ ମୀନାଙ୍କ ଉପସ୍ଥିତିରେ 4 ଟି ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଥିଲେ ।

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ମାଲକାନଗିରି ଜିଲ୍ଲାରେ 16 କମ୍ପାନୀ ,କୋରାପୁଟ ଜିଲ୍ଲାରେ 8 କମ୍ପାନୀ, ନବରଙ୍ଗପୁର ଜିଲ୍ଲାର 3 କମ୍ପାନୀ ଓ ରାୟଗଡା ଜିଲ୍ଲାରେ 3 କମ୍ପାନି ସିଆରପିଏଫ ମୁତୟନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଆଉମଧ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଇଓ । ଆଉ ମଧ୍ୟ କୋରାପୁଟରେ ନିର୍ବାଚନ ଉପରେ ନକ୍ସଲବାଦର କୌଣସି ପ୍ରଭାବ ପଡିବନାହିଁ ବୋଲି କହିଛନ୍ତି ସିଇଓ । ଅନ୍ୟପଟେ କୋରାପୁଟ ସରକାରୀ ମହାବିଦ୍ୟାଳୟକୁ ଗସ୍ତ କରି କୋରାପୁଟ ଜିଲ୍ଲାର 3ଟି ବିଧାନସଭା ଆସନର ହେବାକୁ ଥିବା ଭୋଟ ଗଣତି କେନ୍ଦ୍ର ଅନୁଧ୍ୟାନ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.