ETV Bharat / state

ଆଗାମୀ ନିର୍ବାଚନକୁ ନେଇ ଜିଲ୍ଲା ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ - Election Preparations

author img

By ETV Bharat Odisha Team

Published : Mar 22, 2024, 8:15 PM IST

Preparation for General Election: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଘୋଷଣା ହୋଇ ସାରିଛି ତାରିଖ । ବାଲେଶ୍ବରରେ ସାଧାରଣ ନିର୍ବାଚନ କେମିତି ସ୍ଵଚ୍ଛ ଏବଂ ନିର୍ମଳ ଭାବେ କରାଯାଇ ପାରିବ ସେନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢ଼ନ୍ତୁ,

ସାଧାରଣ ନିର୍ବାଚନ
ସାଧାରଣ ନିର୍ବାଚନ

ସାଧାରଣ ନିର୍ବାଚନ

ବାଲେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଘୋଷଣା ହୋଇ ସାରିଛି ତାରିଖ । ଯାହା ପାଇଁ ବାଲେଶ୍ବର ଜିଲ୍ଲା ପୋଲିସ ପ୍ରଶାସନ ବେସ ତତ୍ପର ହୋଇଯାଇଛି। ସାଧାରଣ ନିର୍ବାଚନ କେମିତି ସ୍ଵଚ୍ଛ ଏବଂ ନିର୍ମଳ ଭାବେ କରାଯାଇ ପାରିବ ସେନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ କରି ପୋଲିସ ଅପରାଧିକ କାର୍ଯ୍ୟକଳାପ ଏବଂ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ। ଯାହାର ସୂଚନା ବାଲେଶ୍ବର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଦ୍ବାରା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ପୋଲିସ ବିଭିନ୍ନ ନାକା ପଏଣ୍ଟ ଗୁଡିକ ଉପରେ ଯିବା ଆସିବା ଉପରେ ତୀକ୍ଷ୍ଣ ନଜର ରଖିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଟଙ୍କା କାରବାର ଏବଂ ମଦ କାରବାର ଉପରେ ବିଶେଷ ଭାବେ ଦୃଷ୍ଟିରେ ରଖାଯାଇ ନିୟମିତ ଭାବେ ଚଢ଼ାଉ ଜାରି ରହିଛି। ଏହାସହ ଗୋଇନ୍ଦା ବିଭାଗର ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ବିଗତ ଦିନରେ ବାଲେଶ୍ବର ସହରର ପୁରୁଣାବାଲେଶ୍ବର, ସୋର, ବାଲିଆପାଳ, କଶାଫଳ, ନୀଳଗିରି ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା୧୧ଟି ବର୍ଡର ଚେକପୋଷ୍ଟ ଚେଙ୍କି କରାଯାଉଥିବା ବେଳେ ମୟୂରଭଞ୍ଜ ଏବଂ ଭଦ୍ରକ ସୀମାରେ ୬ଟି ଚେକପୋଷ୍ଟ ରହିଛି । ଯେଉଁଠାରେ ୨୪ଘଣ୍ଟା ଚେକିଂ କରାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ.... କୋରାପୁଟ ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା - Review Of Election Preparations

ଏହାସହ ବାଲେଶ୍ବର ସହର ସମେତ ଜଳେଶ୍ବର, ସୋର ଉପରେ ମଧ୍ୟ ଷ୍ଟାଟିକ ଚେକପୋଷ୍ଟ ରଖାଯାଇଛି । ଯାହାକି ୨୪ ଘଣ୍ଟା କାର୍ଯ୍ୟ କରୁଛି ବୋଲି ଏସପି କହିଛନ୍ତି। ଚଳିତ ନିର୍ବାଚନକୁ ସଠିକ ଭାବେ ପରିଚାଳନା କରିବା ପାଇଁ ଚେଷ୍ଟା ଜାରି ରହିଛି। ଅନ୍ୟପଟେ ଗୋଟିଏ ସ୍ବତନ୍ତ୍ର ସାଇବର ମିଡିଆ ଟିମ ଗଠନ କରାଯାଇଛି। ଯାହା ଦ୍ବାରା ସୋସିଆଲ ମିଡିଆ ହେଉ କିମ୍ବା ଅନ୍ୟାନ୍ୟ ମିଡିଆରେ ହେଉ କୌଣସି ତଥ୍ୟ ଆସିଲେ ତାହାକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ସୁଦ୍ଧା ସୋସିଆଲ ମିଡିଆରେ କିଛି ଫେକ ପ୍ରୋଫାଇଲ ଚିହ୍ନଟ କରାଯାଇ ଡିଲିଟ କରାଯାଇଥିବା ଜଣାପଡ଼ିଛି। ସେପଟେ ରାଜ୍ୟର ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରାଯାଇଛି । ଜିଲ୍ଲାଗୁଡ଼ିକରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଅନେକ ସ୍ଥାନରେ ଜିଲ୍ଲାପାଳମାନେ ମଧ୍ୟ ଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଉଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.