ETV Bharat / state

ଗାଁକୁ ନାହିଁ ପକ୍କା ରାସ୍ତା, ମୌଳିକ ସୁବିଧାରୁ ବଞ୍ଚିତ ସାତକାଳିଆ ଗ୍ରାମବାସୀ

author img

By ETV Bharat Odisha Team

Published : Mar 9, 2024, 10:13 PM IST

ଗାଁକୁ ନାହିଁ ପକ୍କା ରାସ୍ତା
ଗାଁକୁ ନାହିଁ ପକ୍କା ରାସ୍ତା

Satakalika Panchayat Deprived from Basic Facility: ସ୍ୱାଧୀନତାର 76 ବର୍ଷ ପରେ ମଧ୍ୟ ଗ୍ରାମକୁ ନାହିଁ ପକ୍କା ରାସ୍ତା, ସ୍ବାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଯୋଗାଣ । ଅଧିକ ପଢ଼ନ୍ତୁ

ଗାଁକୁ ନାହିଁ ପକ୍କା ରାସ୍ତା

ନିମାପଡା: ସ୍ୱାଧୀନତାର 76 ବର୍ଷ ପରେ ମଧ୍ୟ ଗ୍ରାମକୁ ନାହିଁ ପକ୍କା ରାସ୍ତା, ସ୍ବାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଯୋଗାଣ । ତେବେ ଏ କୌଣସି ଉପାନ୍ତ ଅଞ୍ଚଳ ଘଟଣା ନୁହେଁ, ରାଜଧାନୀ ଠାରୁ କିଛି ଦୂରରେ ଥିବା ପୁରୀ ଜିଲ୍ଲାର ସାତକାଳିଆ ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଦୃଶ୍ୟ । ସେଠାରେ ଲୋକଙ୍କ ପାଖରେ ସାଧାରଣ ସୁବିଧା ମଧ୍ୟ ପହଞ୍ଚି ପାରିନାହିଁ । ସରକାରୀ ବ୍ୟବସ୍ଥା ସତେ ଯେମିତି ଏଠାରେ ଫେଲ ମାରିଛି । ତେବେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି ସଫଳ ମିଳିପାରିନାହିଁ ।

ପୁରୀ ଜିଲ୍ଲା ନିମାପଡା ବ୍ଲକ ଠାରୁ ମାତ୍ର 5 କିଲୋମିଟର ଦୂରରେ ଅବସ୍ଥିତ ସାତକାଳିଆ ଗ୍ରାମ । ଗ୍ରାମକୁ ଦେଖିଲେ ମନେ ହୁଏ ଯେମିତି କେଉଁ ଏକ ଉପାନ୍ତ ଅଞ୍ଚଳ । ଗାଁକୁ ଯିବା ପାଇଁ ଏଠି ଭଲ ରାସ୍ତା ନଥିବା ବେଳେ ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ ଅଛନ୍ତି ଏଠାକାର ଅଞ୍ଚଳବାସୀ । ଖାଲ ଖମାରରେ ଭର୍ତ୍ତି ହେବା ସହ ରାସ୍ତା ଫାଟି ଆଁ କରିଛି । ଫଳରେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ନିଜର କାମ ପାଇଁ ଏହି ରାସ୍ତାରେ ଯାତାୟତ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ରାସ୍ତାର ଉନ୍ନତିକରଣ ପାଇଁ ବହୁବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ । ଅନ୍ୟପଟେ ପ୍ରକଳ୍ପ ସଂଯୋଜକ ହୋଇ ନଥିବାରୁ ପିଇବା ପାଣି ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି। ବାରମ୍ବାର ଗ୍ରାମବାସୀ ପ୍ରଶାସନକୁ ସମସ୍ୟା ଦୂର ପାଇଁ ଦାବି କଲେ ମଧ୍ୟ ପ୍ରଶାସନ କିମ୍ବା ନେତା ଗ୍ରାମବାସୀଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେଉନାହାନ୍ତି ।

ଏହା ମଧ୍ୟ ପଡ଼ନ୍ତୁ.... ମ୍ୟୁନିସିପାଲଟି ଅଧିକାରୀଙ୍କୁ ଘେରିଲେ ଲୋକ, ନିମ୍ନମାନର ରାସ୍ତା କାମ ଅଭିଯୋଗ

ଅନ୍ୟପଟରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବହିରା ପଞ୍ଚାୟତରେ ଖରାଦିନ ଆରମ୍ଭରୁ ଜଳ ସମସ୍ୟା ଦେଖାଦେଲାଣି । ମହାନଦୀ କୂଳରେ ଅବସ୍ଥିତ ବହିରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ପାନୀୟଜଳ ଓ ଜଳସେଚନର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହୁଛି । ତେବେ କେବଳ ଜଳ ସମସ୍ୟା ନୁହେଁ ବରଂ ଅନ୍ୟାନ ସମସ୍ୟା ଯେମିତିକି, ରାସ୍ତା ଘାଟ, ଆବାସ ଏବଂ ରାସନ କାର୍ଡ ଆଦିର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହୁଥିବା ସମସ୍ୟାର ସମାଧାନ ଦିଗରେ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବହିରା ଛକ ଠାରୁ ପୁରୁଣା ବହିରା ଓ ତେନ୍ତୁଳି ପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ହେଲା ଉକ୍ତ ରାସ୍ତାରେ ମାଟି ମୁଠାଏ ପଡିନଥିବା ବେଳେ ଏହି ରାସ୍ତାର ଦୂରାବସ୍ଥା ଯୋଗୁଁ ପ୍ରାୟ ସମୟରେ ସଡକ ଦୁର୍ଘଟଣା ଘଟୁଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.