ETV Bharat / state

ମ୍ୟୁନିସିପାଲଟି ଅଧିକାରୀଙ୍କୁ ଘେରିଲେ ଲୋକ, ନିମ୍ନମାନର ରାସ୍ତା କାମ ଅଭିଯୋଗ

author img

By ETV Bharat Odisha Team

Published : Mar 9, 2024, 7:45 PM IST

ମୁନିସିପାଲଟି ଅଧିକାରୀଙ୍କୁ ଘେରିଲେ ଲୋକ
ମୁନିସିପାଲଟି ଅଧିକାରୀଙ୍କୁ ଘେରିଲେ ଲୋକ

Road Problem in Malkangiri: ମ୍ୟୁନିସିପାଲଟି ଇଓ ଏବଂ ଏଇଙ୍କୁ ଘେରିଲେ ମହେଶ୍ବରୀ କଲୋନି ବାସିନ୍ଦା । ନିମ୍ନମାନର ରାସ୍ତା କାମ ହେଉଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ମୁନିସିପାଲଟି ଅଧିକାରୀଙ୍କୁ ଘେରିଲେ ଲୋକ

ମାଲକାନଗିରି: ମ୍ୟୁନିସିପାଲଟି ଇଓ ଏବଂ ଏଇଙ୍କୁ ଘେରିଲେ ମହେଶ୍ବରୀ କଲୋନୀ ବାସିନ୍ଦା । ସୂଚନା ମୁତାବକ, ମୁନିସିପାଲଟିର ରାସ୍ତା ଘାଟର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ମାଲକାନଗିରି ମ୍ୟୁନିସିପାଲଟି କାର୍ଯ୍ୟାଳୟ ସାମ୍ନାରେ ଥିବା ମହେଶ୍ବର କଲୋନୀର ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ କରାଯାଇଛି । ତେବେ ଅଭିଯୋଗ କରାଯିବା ସତ୍ତ୍ବେ ମ୍ୟୁନିସିପାଲଟି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବାରୁ ବାଧ୍ୟ ହୋଇ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରି ନିମ୍ନମାନର କାମକୁ ନେଇ ପ୍ରଶ୍ନ କରିଥିଲେ କଲୋନୀ ବାସିନ୍ଦା ।

ମାଲକାନଗିରି ମ୍ୟୁନିସିପାଲଟି ଅଧିନରେ ଥିବା ୪ ନମ୍ବର ୱାଡର ମହେଶ୍ବରୀ କୋଲୋନି ବାସିନ୍ଦାଙ୍କ କହିବା ଅନୁଯାୟୀ, ମ୍ୟୁନିସିପାଲଟି କାର୍ଯ୍ୟାଳୟ ସାମ୍ନାରେ ଥିବା ରାସ୍ତା ମହେଶ୍ବରୀ କଲୋନୀ ଦେଇ ଡେଲି ମାର୍କେଟ ରାସ୍ତା ସହ ମିଶିଛି । ଏହି ରାସ୍ତାଟି ଦିର୍ଘ ଦିନ ହେବ ଖାଲ, ଢିପ ହୋଇ ରହିବା ସହ ରାସ୍ତାଟି ଖରାପ ହୋଇ ପଡି ରହିଥିଲା । ଯାହା ଫଳରେ ବର୍ଷା ଦିନେ ପାଣି ଜମି ଯାତାୟତରେ ବାଧାସୃଷ୍ଟି ହେଉଥିଲା । ଏହାକୁ ଦେଖି ମ୍ୟୁନିସିପାଲଟି ପକ୍ଷରୁ ଏହି ରାସ୍ତାର ମରାମତି ପାଇଁ ୧୬ ଲକ୍ଷ ସହ GST ମିସାଇ ଆନୁମାନିକ ୨୦ ଲକ୍ଷ ଟଙ୍କ ମଞ୍ଜୁର ହେବାପରେ ଟେଣ୍ଡର କରି କାମ ଆରମ୍ଭ କରାଗଲା । ତେବେ ଏହି ରାସ୍ତାରେ କେବଳ କ୍ରସର ଡଷ୍ଟ ପକାଇ ସାରିବା ପରେ ବର୍ତ୍ତମାନ ଏହା ଉପରେ ପିଚୁ ପକାଯାଉଥିବା ଜାଣି ମହେଶ୍ବରୀ କଲୋନୀର କିଛି ଯୁବକ ଓ ବୈଜଷ୍ଠ ଲୋକ ଏହାର ପ୍ରତିବାଦ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଜୋର ଧରିଲା ରାସ୍ତା ନିର୍ମାଣ ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ 3 ଗାଁର ପ୍ରତିନିଧୀ ଦଳ

ଏହି ଅଭିଯୋଗ ନେଇ ମ୍ୟୁନିସିପାଲଟିର ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ । ତେବେ ଏଥିପ୍ରତି ସହକାରୀ ଯନ୍ତ୍ରୀ ଧ୍ୟାନ ଦେଇନଥିବା ଅଭିଯୋଗ କରାଯାଇଛି । ମହେଶ୍ବର କଲୋନୀର କିଛି ଲୋକଙ୍କ କହିବା ଅନୁସାରେ, ସେମାନେ ମ୍ୟୁନିସିପାଲଟି ଅଫିସରେ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ଆପଣ ମାନଙ୍କ ମଧ୍ୟରେ କିଏ ଟେକ୍ନିକାଲ ପର୍ସନ ଅଛନ୍ତି ବୋଲି ନିର୍ବାହି ଅଧିକାରୀ ପ୍ରଶ୍ନ କରିଥିଲେ । ତେବେ ସେମାନଙ୍କୁ କାମ ବିଷୟରେ ଜଣା ନଥିବା କହି ସେଠାରୁ ଫେରାଇ ଦେଇଥିଲେ । ତେବେ ତିନି ବର୍ଷ ପୂର୍ବେ ଏହି ରାସ୍ତା କାମ କରାଯାଇଥିଲା କିନ୍ତୁ ଏହି ରାସ୍ତା କାମ ଏତେ ନିମ୍ନମାନର କରାଯାଇଥିଲା ଯେ ୧୫ ଦିନ ମଧ୍ୟରେ ରାସ୍ତାରୁ ପିଚୁ ଉଠିଯାଇ ନଷ୍ଟ ହୋଇ ଯାଇଥିଲା । ଏଥିନେଇ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିବା ବେଳେ ଏଇ ଓ ଜେଇଙ୍କୁ ଇଷ୍ଟୁମେଣ୍ଟ ଦେଖି ଭଲ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଥିବା ପୋରୋକ୍ଷରେ କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.