ETV Bharat / state

ଜୋର ଧରିଲା ରାସ୍ତା ନିର୍ମାଣ ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ 3 ଗାଁର ପ୍ରତିନିଧୀ ଦଳ

author img

By ETV Bharat Odisha Team

Published : Feb 28, 2024, 10:38 AM IST

Road problem in Gajapati
Road problem in Gajapati

Road problem in Gajapati: ଗଜପତି ଜିଲ୍ଲାର ୩ଟି ଗ୍ରାମର ପ୍ରତିନିଧୀ ଦଳ ଜିଲ୍ଲାପାଳଙ୍କୁ ଭେଟି ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

Road problem in Gajapati

ଗଜପତି: ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି । ଗଜପତି ଜିଲ୍ଲାର ୩ଟି ଗ୍ରାମର ଏକ ପ୍ରତିନିଧୀ ଦଳ ଗତକାଲି(ମଙ୍ଗଳବାର) ଜିଲ୍ଲାପାଳଙ୍କୁ ଭେଟି ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଏହି କାମ ନ ହେଲେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି ।

ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ପକ୍କା ରାସ୍ତାଟିଏ ନ ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପାଇଁ କିମ୍ବା ପ୍ରାଥମିକ ସ୍ବାସ୍ଥ୍ୟସେବା ପାଇଁ ଏହି ତିନି ଗାଁର ଲୋକଙ୍କୁ ପ୍ରାୟ ୭କିମି ରାସ୍ତା ଚାଲିବାକୁ ପଡୁଛି । ଏହା ମାଟି ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ କାଦୁଅ ଯୋଗୁଁ ଲୋକେ ଗାଁରୁ ବାହାରିବା ମୁସ୍କିଲ ହୋଇପଡୁଛି । ତେଣୁ ଏହି ରାସ୍ତା ନିର୍ମାଣ ପାଇଁ ଏହି ୩ଟି ଗାଁର ଲୋକେ ଗତ ୨୦୧୦ ମସିହାରୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଏନେଇ ଗତ ୧୩ ତାରିଖରେ ମଧ୍ୟ ତୁବୁରୁସିଙ୍ଗି, ବାଲିଗୁମ୍ମା ଓ ବେନୁସାହି ଆଦି ୩ ଗ୍ରାମର ଶତାଧିକ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ କୌଣସି ସମାଧାନ ନ ହେବାରୁ ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ପ୍ରତିନିଧୀ ଦଳ । ତେବେ ତୁରନ୍ତ ଏହି ରାସ୍ତା ନିର୍ମାଣ ନ ହେଲେ ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ - ରାସ୍ତା ନିର୍ମାଣକୁ ନେଇ ତାତିଲେ ଗ୍ରାମବାସୀ, ଉପଜିଲ୍ଲାପାଳ ଓ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

ପ୍ରକାଶ ଥାଉକି, ତିନିଖଣ୍ଡ ଗ୍ରାମର ଜନସଂଖ୍ୟା ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ । ପରସ୍ପର ମଧ୍ୟରେ ଏହି ଗ୍ରାମ ୧କିମି ଦୂରତ୍ବରେ ଅବସ୍ଥିତ । ମାଟିରାସ୍ତା ଯୋଗୁଁ ଯାତାୟତରେ ଘୋର ଅସୁବିଧା ହେଉଛନ୍ତି ଗ୍ରାମବାସୀ । ଗର୍ଭବତୀ ମାଆ ଠାରୁ ନେଇ ରୋଗୀମାନଙ୍କୁ ଆମ୍ବୁଲାନ୍ସ୍ ଯୋଗେ କିମ୍ବା ଅନ୍ୟଯାନରେ ଡ଼ାକ୍ତରଖାନାକୁ ନିଆଯାଉଛି । ଏନେଇ ଗ୍ରାମବାସୀ ୨୦୧୦ ମସିହାରେ ତତ୍‌କାଳୀନ ଜିଲ୍ଲାପାଳ ଠାରୁ ବିଧାୟକ, ସାଂସଦକୁ ଦରଖାସ୍ତ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତିନିଖଣ୍ଡ ଗ୍ରାମ ଯେମିତିକୁ ସେମିତି ଅଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.