ETV Bharat / state

ରାସ୍ତା ନିର୍ମାଣକୁ ନେଇ ତାତିଲେ ଗ୍ରାମବାସୀ, ଉପଜିଲ୍ଲାପାଳ ଓ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

author img

By ETV Bharat Odisha Team

Published : Feb 19, 2024, 8:17 PM IST

Tribal Villagers Gherao Sub Collector And DFO Office : ଗ୍ରାମ ରାସ୍ତା ନିର୍ମାଣ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଥିଲେ ୩ଟି ଗ୍ରାମ ଯଥା ଜଗନ୍ନାଥପୁର, ବର୍ଗିଡିହି, କଣ୍ଟାଶୋଲାର ଗ୍ରାମବାସୀ । ଫେବୃଆରୀ ମାସ ୨୯ ତାରିଖ ସୁଦ୍ଧା କାମ ଆରମ୍ଭ ନହେଲେ ରାଜରାସ୍ତାକୁ ଓହ୍ଲାଇବା ସହ ଭୋଟ ବର୍ଜନର ଧମକ ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ରାସ୍ତା ନିର୍ମାଣକୁ ନେଇ ତାତିଲେ ଗ୍ରାମବାସୀ, ଉପଜିଲ୍ଲାପାଳ ଓ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ
ରାସ୍ତା ନିର୍ମାଣକୁ ନେଇ ତାତିଲେ ଗ୍ରାମବାସୀ, ଉପଜିଲ୍ଲାପାଳ ଓ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

ରାସ୍ତା ନିର୍ମାଣକୁ ନେଇ ତାତିଲେ ଗ୍ରାମବାସୀ, ଉପଜିଲ୍ଲାପାଳ ଓ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

ରାଇରଙ୍ଗପୁର: ରାସ୍ତା ନିର୍ମାଣକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ । ଉପଯୁକ୍ତ ରାସ୍ତା ନଥିବାରୁ ଲୋକ ହେଉଥିଲେ ହନ୍ତସନ୍ତ । ସୂଚନା ଅନୁସାରେ ଗ୍ରାମ ରାସ୍ତା ନିର୍ମାଣ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଥିଲେ ୩ଟି ଗ୍ରାମ ଯଥା ଜଗନ୍ନାଥପୁର, ବର୍ଗିଡିହି, କଣ୍ଟାଶୋଲାର ଗ୍ରାମବାସୀ । ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ରାସ୍ତା ନିର୍ମାଣକୁ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଜଗନ୍ନାଥପୁର ଗ୍ରାମରୁ ପ୍ରାୟ ୩ କିଲୋମିଟର ରାସ୍ତା ରିଜର୍ଭ ଫରେଷ୍ଟ ଦେଇ ଗହ୍ମାରିଆ ରାସ୍ତାକୁ ସଂଯୋଗ କରୁଅଛି । ଉକ୍ତ ରାସ୍ତାଟି ମାଟି ମୋରମ ରାସ୍ତା ହୋଇଥିବାରୁ ବର୍ଷା ଦିନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ଜନସାଧାରଣଙ୍କ ଯାତାୟାତ ପାଇଁ ଅସୁବିଧା ସୃଷ୍ଟି ହୋଇଥାଏ । ସେହି ରାସ୍ତା ଉପରେ ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ଲୋକେ ନିର୍ଭର କରିଥାନ୍ତି ।

ଏଥି ସହିତ କଣ୍ଟାଶୋଲା ଗ୍ରାମରେ ଥିବା ରାଇସ ମିଲକୁ ଦୈନିକ ବହୁ ସଂଖ୍ୟାରେ ଗାଡ଼ି ମଟର ଚଳାଚଳ କରୁଥିବା ହେତୁ ମାଟି ମୁରୁମ ରାସ୍ତାଟି ବଡ଼ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଏ । ଫଳରେ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ଯାଇ ଯାତାୟାତରେ ସମସ୍ୟା ହୋଇଥାଏ । ସେହି ଏକ ମାତ୍ର ରାସ୍ତା ଦେଇ ଲୋକେ ରାଇରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ, ଥାନା, ବ୍ଲକ କାର୍ଯ୍ୟାଳୟ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ହାଟ, ବଜାର ଆଦି ସ୍ଥାନକୁ ଯାଇଥାନ୍ତି । ଚଳିତ ୨୦୨୩-୨୪ ବର୍ଷରେ ଉକ୍ତ ରାସ୍ତା MMSY ଯୋଜନାରୁ ଅର୍ଥ ରାଶି ସ୍ବୀକୃତ ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମାତ୍ର ଜଙ୍ଗଲ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥି ସହିତ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଯଦି ଆଗାମୀ ଫେବୃଆରୀ ମାସ ୨୯ ତାରିଖ ସୁଦ୍ଧା ଆରମ୍ଭ କରା ନ ଯାଏ ତେବେ ଗ୍ରାମବାସୀ ମାର୍ଚ୍ଚ ମାସ ୧ ତାରିଖଠାରୁ ରାଜରାସ୍ତାକୁ ଓହ୍ଲାଇବା ସହିତ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ.... 29ରେ ଆସୁଛନ୍ତି ରାଷ୍ଟ୍ରପତି, ଖିଚିଂ କୀଚକେଶ୍ବରୀ ମନ୍ଦିର କରିବେ ପରିଦର୍ଶନ

ସେପଟେ ଏ ସମ୍ପର୍କରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ପଚାରିବାରୁ, ବିଭାଗୀୟ ଅଧିକାରୀଙ୍କ ସହିତ ଡିଏଫଓଙ୍କ ସହ ଏ ବାବଦରେ କଥାବାର୍ତ୍ତା ହୋଇଛନ୍ତି, ଯେହେତୁ ସେଠାରେ ଜଙ୍ଗଲ ଜମି ଚିହ୍ନଟ ହୋଇଛି ସେ ନେଇ ରାସ୍ତା ନିର୍ମାଣ କାର୍ଯ୍ୟ ଅଟକି ରହିଥିଲା । ତେବେ ସେଠାରେ ଯଥାଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ରାଇରଙ୍ଗପୁର ଉପଜିଲ୍ଲାପାଳ । ଏଥି ସହିତ ରାଇରଙ୍ଗପୁର ଡିଏଫଓ ଶିବ ପ୍ରସାଦ ରଥ ଗ୍ରାମବାସୀଙ୍କ ସହିତ ରାସ୍ତା ସମ୍ପର୍କରେ ଆଲୋଚନା କରିଥିଲେ । ଯେହେତୁ ଉକ୍ତ ରାସ୍ତା ଦେଇ ଜଙ୍ଗଲ ଜମି ରହିଛି ତେଣୁ ବିଭାଗୀୟ ଅଧିକାରୀଙ୍କ ପାଖରୁ କୌଣସି ଜରୁରୀ କାଗଜପତ୍ର ତାଙ୍କ ଅଫିସକୁ ପହଞ୍ଚି ନଥିବାରୁ ରାସ୍ତା କାର୍ଯ୍ୟ ବନବିଭାଗ ପକ୍ଷରୁ ଅଟକାଇ ଦିଆଯାଇଥିଲା । ସେ ସମସ୍ତ ପ୍ରକ୍ରିୟା ଶେଷ ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.