ETV Bharat / state

ସମସ୍ତ ପାଠ୍ୟକ୍ରମରେ ଓଡ଼ିଆ ଭାଷା ବାଧ୍ୟତାମୂଳକ ପାଇଁ ଦାବି

author img

By ETV Bharat Odisha Team

Published : Feb 3, 2024, 7:52 PM IST

ଓଡ଼ିଆ ଭାଷା
ଓଡ଼ିଆ ଭାଷା

Protest held in Khordha : ରାଜ୍ୟରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ମୁଣ୍ଡ ଟେକିଛନ୍ତି ଖୋର୍ଦ୍ଧା ଜିଲ୍ଲାର ସ୍ବଚ୍ଛାସେବୀ ସଂଘ । ସେନେଇ ସମସ୍ତ ପାଠ୍ୟକ୍ରମରେ ଓଡ଼ିଆ ଭାଷା ବାଧ୍ୟତାମୂଳକ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଡ଼ନ୍ତୁ,

ଓଡ଼ିଆ ଭାଷା

ଖୋର୍ଦ୍ଧା : ପ୍ରଥମ ଥର ପାଇଁ ବିଶ୍ବ ସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଛି । ସେଥିପାଇଁ ଗର୍ବିତ ପ୍ରତିଟି ଓଡ଼ିଆ । ଏହି ଭାଷା ସମ୍ମିଳନୀ ପାଇଁ ଓଡ଼ିଶା ତଥା ବିଶ୍ଵର କୋଣ ଅନୁକୋଣରେ ଥିବା ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଉତ୍ସାହିତ ଅଛନ୍ତି । ଆଜିର ଦିନଟିକୁ ଭୁବନେଶ୍ବରରୁ ଆରମ୍ଭ କରି ଓଡ଼ିଆ ରହୁଥିବା ବିଶ୍ଵର ସମଗ୍ର କୋଣରେ ଧୁମଧାମର ସହିତ ପାଳନ କରାଯାଉଛି । ସେହିପରି ବିଶ୍ଵରେ ଅଧିକାଂଶ ଦେଶରେ ଓଡ଼ିଆ ସଂଗଠନ ମାନ ଗଢ଼ି ଉଠୁଛି । ହେଲେ ଏଠି ଦୀପ ତଳ ଅନ୍ଧାର । ରାଜ୍ୟରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ମୁଣ୍ଡ ଟେକିଛନ୍ତି ଖୋର୍ଦ୍ଧା ଜିଲ୍ଲାର ସ୍ବଚ୍ଛାସେବୀ ସଂଘ । ସେନେଇ ସମସ୍ତ ପାଠ୍ୟକ୍ରମରେ ଓଡ଼ିଆ ଭାଷା ବାଧ୍ୟତାମୂଳକ କରିବା ପାଇଁ ଦାବି କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ଜିଲ୍ଲାର ନ୍ୟୁ ଥିଙ୍କିଙ୍ଗ ଫୋରମର କର୍ମକର୍ତ୍ତା ।

ଓଡ଼ିଆର ଜ୍ଞାନ, ଗାରିମା ଓ ବୁଦ୍ଧିମତ୍ତାର ଏତେ ଚାହିଦା ରହିଛି ଯେ, ବିଶ୍ୱର ବଡ଼ ବଡ଼ ଅଗ୍ରଣୀ ଦେଶରେ ଓଡ଼ିଆ ଡ଼ାକ୍ତର , ବୈଜ୍ଞାନିକ, ଇଞ୍ଜିନିୟରମାନେ ଅଜିକା ସମୟରେ ପ୍ରାଧାନ୍ୟ ବିସ୍ତାର କରିପାରିଛନ୍ତି । ସେହିଭଳି ଓଡ଼ିଆ ଭାଷାର ଉତରୋତ୍ତର ଉନ୍ନତି ପାଇଁ ଓଡ଼ିଆ ଭାଷା ପଢ଼ିବା ପାଇଁ ବାଧ୍ୟତାମୂଳକ କରାଯିବା ପାଇଁ ଦାବି କରାଯାଉଛି । ସେନେଇ ଖୋର୍ଦ୍ଧା ଜିଲ୍ଲାର ସ୍ବଚ୍ଛାସେବୀ ସଂଘ ନ୍ୟୁ ଥିଙ୍କିଙ୍ଗ ଫୋରମର କର୍ମକର୍ତ୍ତା ଆନ୍ଦୋଳନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ । ଇଞ୍ଜିନିୟର, କମ୍ପ୍ୟୁଟର, ଡାକ୍ତରୀ ଓ ଆଇନ ଛାତ୍ରମାନଙ୍କ ପାଇଁ ୧୦୦ ମାର୍କର ଓଡ଼ିଆ ଭାଷା ପଢ଼ିବା ପାଇଁ ବାଧ୍ୟତାମୂଳକ କରିବା ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଡ଼ନ୍ତୁ.... ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମେଧାବୀ ଓଡ଼ିଆ ଛାତ୍ରଛାତ୍ରୀ ମାନେ ଜାତୀୟ ଓ ଆନ୍ତଃର୍ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେଇ ଆମ ଭାଷା ସାହିତ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଉଛନ୍ତି । ସେହିପରି ରାଜ୍ୟ ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ସଭା ସମିତିରେ ବକ୍ତବ୍ୟ ରଖୁଛନ୍ତି ଯେ ସମସ୍ତ ଡାକ୍ତରୀ, ଇଞ୍ଜିନିୟରିଂ, କମ୍ପ୍ୟୁଟର, ଅଇନ ବିଭାଗରେ ଓଡ଼ିଆ ମାଧ୍ୟମରେ ପଠପଢ଼ା ହେବ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ସମସ୍ତ ବୈଷୟିକ, ସ୍ଵାସ୍ଥ୍ୟ ଓ ଆଇନ ବିଭାଗର ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମରେ ପାଠ ପଢ଼ନ୍ତି । ତେଣୁ ଓଡ଼ିଆ ଭାଷାର ଅଭିବୃଦ୍ଧି ପାଇଁ ସେମାନଙ୍କର ପାଠ୍ୟକ୍ରମ ସହିତ ୧୦୦ ମାର୍କର ଓଡ଼ିଆ ବିଷୟ ପଢ଼ାଯିବା ପାଇଁ ସରକାର ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ଏଥିସହିତ ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାଧ୍ୟତା ମୂଳକ ୧୦୦ ମାର୍କର ଓଡ଼ିଆ ବିଷୟ ରଖାଯାଉ । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଫୋରମର କର୍ମକର୍ତ୍ତା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.