ETV Bharat / state

ରାତି ପାହିଲେ ସାଧାରଣତନ୍ତ୍ର ଦିବସ, ବାରବାଟୀରେ ସରିଲା ରିହର୍ସଲ

author img

By ETV Bharat Odisha Team

Published : Jan 25, 2024, 7:24 AM IST

ପରେଡ଼ ଅଭ୍ୟାସରେ କମ୍ପୁଛି ବାରବାଟୀ , ୨୬ରେ ଯୋଗଦେବେ ରାଜସ୍ବମନ୍ତ୍ରୀ
ପରେଡ଼ ଅଭ୍ୟାସରେ କମ୍ପୁଛି ବାରବାଟୀ , ୨୬ରେ ଯୋଗଦେବେ ରାଜସ୍ବମନ୍ତ୍ରୀ

Preparation For Republic Day: ଜାନୁଆରୀ ୨୬ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଚାଲିଛି ପରେଡ଼ ଅଭ୍ୟାସ । ଚଳିତ ବର୍ଷ ୫୦ଟି ଟ୍ରୁପ ଭାଗ ନେଉଥିବାବେଳେ ରାଜସ୍ବ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥିଭାବେ ଯୋଗଦେବେ । ଅଧିକ ପଢନ୍ତୁ

ପରେଡ଼ ଅଭ୍ୟାସରେ କମ୍ପୁଛି ବାରବାଟୀ , ୨୬ରେ ଯୋଗଦେବେ ରାଜସ୍ବମନ୍ତ୍ରୀ

କଟକ: ସାଧାରଣତନ୍ତ୍ର ଦିବସ ପାଇଁ କଟକ ହେଉଛି ପ୍ରସ୍ତୁତ । ଏହି ଦିବସ ପାଇଁ ବାରବାଟୀ ଷ୍ଟାଡିୟମରେ ଜୋରସୋରରେ ଚାଲିଛି ପରେଡ ଅଭ୍ୟାସ । ସମ୍ମିଳିତ ପ୍ୟାରେଡରେ କମିଶନରେଟ ପୋଲିସ, ବାଟାଲିୟନ, ସିନିୟର ଓ ଜୁନିୟର ଏନସିସି, ସ୍କାଉଟ ଏବଂ ଗାଇଡ୍ସ ଓ ସ୍କୁଲ କଲେଜର ସିଭିଲିଆନ ଟିମକୁ ମିଶାଇ ମୋଟ 50 ଟ୍ରୁପ ସାମିଲ ହୋଇ ଅଭ୍ୟାସ କରିଛନ୍ତି । ଅଭ୍ୟାସ ଶେଷ ହେବା ପରେ ଆସନ୍ତା 26 ତାରିଖ ପୂର୍ବାହ୍ନରେ ସମସ୍ତ ପରେଡ ଟ୍ରୁପ ବାରବାଟୀ ଷ୍ଟାଡିୟମରେ ଏକତ୍ରିତ ହୋଇ ଶ୍ରେଷ୍ଠ ପ୍ରଦର୍ଶନ କରିବେ ।

ତେବେ ଚଳିତ ବର୍ଷ କଟକ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ରାଜସ୍ବ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏଥି ସହିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । ବାରବାଟୀ ଷ୍ଟାଡିଅମରେ ସାଧାରଣତନ୍ତ୍ର ଦିବସରେ ଗ୍ୟାଲେରୀରେ ଦର୍ଶକ ବସି ଏହି ପରେଡକୁ ଦେଖି ପାରିବେ ।

ତେବେ ଚଳିତ ବର୍ଷ କୋରୋନା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ବାରବାଟୀ ଷ୍ଟାଡିଅମରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପରେଡ଼ରେ ମୋଟ ୪୦ ଟ୍ରୁପ ଯୋଗଦେଇଥିଲେ । ଏଥିମଧ୍ୟରୁ ପୋଲିସ ବ୍ୟାଣ୍ଡ ମିଶାଇ ୪ ଟି ଟ୍ରୁପ ପୋଲିସ ପକ୍ଷରୁ ମଧ୍ୟ ପରେଡ଼ ପଦର୍ଶନରେ ଭାଗ ନେଇଥିଲେ । ଏହି ଦିବସ ଉପଲକ୍ଷେ କଟକର ମେଧାବୀ ଛାତ୍ରଛାତ୍ରୀ, ସମାଜସେବୀ, ପୋଲିସ ଅଧିକାରୀ, ସମ୍ବାଦିକ ମାନଙ୍କୁ ପୁରସ୍କୃତ କରଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ....ଗଣତନ୍ତ୍ର ଦିବସ ପ୍ରସ୍ତୁତି: କର୍ତ୍ତବ୍ୟ ପଥରେ ଭାରତୀୟ ତଟରକ୍ଷୀ ବାହିନୀ, ନେତୃତ୍ୱ ନେଲେ ମହିଳା କ୍ରିୟୁ ମେମ୍ବର

ଏହା ମଧ୍ୟ ପଢନ୍ତୁ ...ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ, ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ଅନ୍ୟପଟେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଟକରେ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଜାନୁଆରୀ ୨୬ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସମସ୍ତ ବରିଷ୍ଠ ପୋଲିସ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଦେଥିବାକୁ ମିଳିଛି । ଚଳିତ ବର୍ଷ ପ୍ରର୍ଦଶନୀ ପଡିଆରେ ଭବ୍ୟ ଆୟୋଜନ କରାଯାଇଛି ।ଏଥିରେ ଅବିଭିବାଦନ ଗ୍ରହଣ କରିବେ ନୂତନ ମହାମହିମ ରଜ୍ୟପାଳ ରଘୁବର ଦାସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.