ଗଣତନ୍ତ୍ର ଦିବସ ପ୍ରସ୍ତୁତି: କର୍ତ୍ତବ୍ୟ ପଥରେ ଭାରତୀୟ ତଟରକ୍ଷୀ ବାହିନୀ, ନେତୃତ୍ୱ ନେଲେ ମହିଳା କ୍ରିୟୁ ମେମ୍ବର

By ETV Bharat Odisha Team

Published : Jan 17, 2024, 10:17 PM IST

thumbnail

Indian Coast Guard: ନୂଆଦିଲ୍ଲୀ: ଭାରତ ମାତା କି ଜୟ ନାରାରେ କମ୍ପୁଛି ଦିଲ୍ଲୀର କର୍ତ୍ତବ୍ୟ ପଥ । ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହେଉଛି ଲାଲକିଲ୍ଲା । ଜାନୁୟାରୀ ୨୬ରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସ୍ଥଳ ସେନା ,ବାୟୁ ସେନା ଏବଂ ଜଳ ସେନା ତରଫରୁ ଚାଲିଛି ଜୋରଦାର ପ୍ୟାରେଡ ଅଭ୍ୟାସ । ପାଦକୁ ପାଦ ମିଶାଇ ବିରୋତ୍ବର କଥା କହିବେ ଦେଶର ଯବାନ ।ଏହାରି ଭିତରେ କର୍ତ୍ତବ୍ୟ ପଥରେ ଭାରତୀୟ ତଟରକ୍ଷୀ ବାହିନୀର ଅଫିସର ମାନେ ପ୍ୟାରେଡ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ବଡ଼କଥା ହେଲା ଏହାର ନେତୃତ୍ବ ନେଉଛନ୍ତି ମହିଳା କ୍ରିୟୁ ମେମ୍ବର । ଏହାସହ ପ୍ରତ୍ୟେକ ରାଜ୍ୟର ଏନସିସି ଏବଂ ଏନଏସଏସ କ୍ୟାଡେଡର ମଧ୍ୟ ନିଜ ନିଜ ଅଭ୍ୟାସ ଶିବିରରେ ସାମିଲ ହୋଇଛନ୍ତି । 

ଅନ୍ୟପଟେ ଚଳିତ ବର୍ଷ ଚୟନ କମିଟି ଦ୍ୱାରା ଏକାଧିକ ପର୍ଯ୍ୟାୟର ସମୀକ୍ଷା ପରେ ମାତ୍ର 15ରୁ 16 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢକୁ ଚୂଡ଼ାନ୍ତ କରିଛନ୍ତି । ଏହି ପ୍ରଜ୍ଞାପନ ମେଢଗୁଡ଼କ ପରେଡରେ ଅଂଶଗ୍ରହଣ କରିବେ, ଏଥିରେ ଓଡିଶାର ପ୍ରଙ୍ଗାପନ ମେଢ ମଧ୍ୟ ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.