ETV Bharat / state

ଚୋରାଚାଲାଣ ବେଳେ ୩୦ ଲକ୍ଷର ଗଞ୍ଜେଇ ଜବତ, ମୟୂରଭଞ୍ଜ ପୋଲିସକୁ ସଫଳତା

author img

By ETV Bharat Odisha Team

Published : Feb 11, 2024, 9:46 PM IST

ଚୋରାଚାଲାଣ ବେଳେ ୩୦ ଲକ୍ଷର ଗଞ୍ଜେଇ ଜବତ, ମୟୂରଭଞ୍ଜ ପୋଲିସକୁ ବଡ ସଫଳତା
ଚୋରାଚାଲାଣ ବେଳେ ୩୦ ଲକ୍ଷର ଗଞ୍ଜେଇ ଜବତ, ମୟୂରଭଞ୍ଜ ପୋଲିସକୁ ବଡ ସଫଳତା

Police seized ganja: ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ମୟୂରଭଞ୍ଜ ପୋଲିସ । ଗଞ୍ଜେଇ ଭର୍ତ୍ତି ଟୋୟୋଟା ଫର୍ଚ୍ୟୁନର କାରରେ ରହିଛି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ । ଅଧିକ ପଢନ୍ତୁ

ଚୋରାଚାଲାଣ ବେଳେ ୩୦ ଲକ୍ଷର ଗଞ୍ଜେଇ ଜବତ, ମୟୂରଭଞ୍ଜ ପୋଲିସକୁ ବଡ ସଫଳତା

ରାଇରଙ୍ଗପୁର: ପୁଣି ଥରେ ମୟୂରଭଞ୍ଜ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଧରା ପଡିଛି ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ । ସପ୍ତାହ ପୂର୍ବରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରି ୨ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଉ ଆଜି ଏକ ଗଞ୍ଜେଇ ଭର୍ତ୍ତି ଟୋୟୋଟା ଫର୍ଚ୍ୟୁନର କାର ଧରିବାରେ ସଫଳ ହୋଇଛି ଯଶିପୁର ଥାନା ପୋଲିସ । ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ଟଙ୍ଗାବିଲା ନିକଟ ୨୨୦ ନଂ ଜାତୀୟ ରାଜପଥରେ ଯଶୀପୁର ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କେନ୍ଦୁଝର ପଟୁ ଦୃତ ଗତିରେ OR02BD0151 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଏକ ଟୋୟୋଟା ଫର୍ଚ୍ୟୁନର କାର୍ ଆସୁଥିଲା ।

ପୋଲିସ୍ ହାତ ଦେଖାଇ ଛିଡ଼ା କରିବାକୁ ସଂକେତ ଦେବାରୁ କାର ଚାଳକ ଛିଡ଼ା କରି ନଥିଲେ । ଫଳରେ ପୋଲିସ ସନ୍ଦେହ କରି ଗାଡ଼ିକୁ ପିଛା କରୁଥିବା ବେଳେ ଟଙ୍ଗାବିଲା ଜଙ୍ଗଲ ନିକଟରେ ଗାଡ଼ି ଛାଡି ୩ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲେ । ପୋଲିସ୍ ଗାଡ଼ି ନିକଟରେ ପହଞ୍ଚି ଗାଡ଼ି ଭର୍ତ୍ତି ଗଞ୍ଜେଇ ଦେଖି ତୁରନ୍ତ ଗାଡ଼ିକୁ ଜବତ୍ କରି ଥାନାକୁ ଆଣିଥିଲେ । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ସବୁ ଜବତ କରା ଯାଇଥିଲା । ତେବେ ଜବତ ଗଞ୍ଜେଇର ପରିମାଣ ୩୨୫ କେଜି ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଯଶିପୁର ଥାନା ପୋଲିସ ନିଜ ପଟୁ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ ... ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଚାଲିଥିଲା ଗଞ୍ଜେଇ ଚାଲାଣ, ମୟୂରଭଞ୍ଜରେ ମାଡି ବସିଲା ପୋଲିସ

ଏଇ ସପ୍ତାହେ ମଧ୍ୟରେ ଗୋଟିଏ କାରରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ମାଡ଼ି ବସି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଯଶିପୁର ଥାନା ଅନ୍ତର୍ଗତ ଯଶିପୁର ବଜାର ଠାରେ ବାରିପଦା ଅଭିମୁଖେ ଯାଉଥିବା WB 26K 3643 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଏକ କାରକୁ ଅଟକାଇ ଥିଲା ଯଶିପୁର ଥାନା ପୋଲିସ । ତେବେ କାର ଯାଞ୍ଚ କରିବାରୁ କାରର ଡିକିରେ ବହୁତ ଗୁଡ଼ାଏ ବ୍ୟାଗରେ ଗଞ୍ଜେଇ ଭର୍ତ୍ତି ଥିବାର ଦେଖିବାକୁ ପାଇଥିଲେ । ତେବେ କାରରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ସହ କାରକୁ ଥାନାକୁ ଅଣାଯାଇଥିଲା ।

ଗିରଫ ଦୁଇ ଜଣ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଦୟାଲ ବିଶ୍ବାସ ଓ ବନଗାଉଁ ଥାନା ଅଞ୍ଚଳର ଆସିଫୁଲ ମଣ୍ଡଳ ବୋଲି ଜଣାପଡିଥିଲା । ପ୍ରାୟ ୧୨୦ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଥିଲା । ତେବେ ପୋଲିସ ର ପଚରାଉଚରା ପରେ ସମ୍ବଲପୁରରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଯାଉଥିବା ସ୍ବୀକାର କରିଥିଲେ ଗଞ୍ଜେଇ ମାଫିଆ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.