ETV Bharat / state

ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଚାଲିଥିଲା ଗଞ୍ଜେଇ ଚାଲାଣ, ମୟୂରଭଞ୍ଜରେ ମାଡି ବସିଲା ପୋଲିସ

author img

By ETV Bharat Odisha Team

Published : Feb 7, 2024, 5:09 PM IST

ଜବତ ହେଲା ୧୨୦ କେଜିର ଗଞ୍ଜେଇ
ଜବତ ହେଲା ୧୨୦ କେଜିର ଗଞ୍ଜେଇ

Ganja seized: ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । ଏକ କାର୍‌ରୁ ୧୨୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ,

ମୟୂରଭଞ୍ଜରେ ମାଡି ବସିଲା ପୋଲିସ

ରାଇରଙ୍ଗପୁର: ମୟୂରଭଞ୍ଜ ପୋଲିସକୁ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । ଏକ କାର୍‌ରୁ ୧୨୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ସାଙ୍ଗରେ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି । ସମ୍ବଲପୁରରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ମାଡି ବସିଲା ପୋଲିସ ।

ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲୁଛି । ଯାହା ଯୁବ ସମାଜକୁ କବଳିତ କରିବାରେ ଲାଗିଛି । କେତେବେଳେ ଧଳା ଜହର କାରବାର ହେଉଛି ତ କେତେବେଳେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହାରି ଭିତରେ ମୟୂରଭଞ୍ଜ ପୋଲିସକୁ ମିଳିଛି ସଫଳତା । ଏକ କାର୍‌ରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ । ଖବର ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ କରାଯାଇ କାର୍‌ରୁ ପ୍ରାୟ ୧୨୦ କେଜି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ସହିତ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସର ପଚରାଉଚରାରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ମାନେ ସମ୍ବଲପୁରରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଯାଉଥିଲେ । ଏନେଇ ଯଶିପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଦୁଇ ଅଭିଯୁକ୍ତଙ୍କୁ କରଞ୍ଜିଆ କୋର୍ଟକୁ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ଚୋରା ଚାଲାଣ ବେଳେ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ଯଶିପୁର ବଜାର ଠାରେ ବାରିପଦା ଅଭିମୁଖେ ଯାଉଥିଲା WB 26K 3643 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଏକ କାର୍‌ । ଯାହାକୁ ଅଟକାଇ ଥିଲା ଯଶିପୁର ଥାନା ପୋଲିସ । କାର ଚାଳକଙ୍କର ବ୍ୟବହାର ସନ୍ଦେହ ଜନକ ଲାଗିବାରୁ କାର୍‌ର ଯାଞ୍ଚ କରାଯାଇଥିଲା । ଯାଞ୍ଚ କରିବାରୁ କାର୍‌ର ଡିକିରେ ବହୁତ ଗୁଡ଼ାଏ ପ୍ୟାକେଟ ରଖାଯାଇଥିଲା । ଯେଉଁଥିଲେ ଗଞ୍ଜେଇ ଭର୍ତ୍ତି ହୋଇଥିବାର ଦେଖିବାକୁ ପାଇଥିଲେ ପୋଲିସ । କା‌ର୍‌ରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ସହ କାରକୁ ଥାନାକୁ ଅଣା ଯାଇଥିଲା ।

ଗିରଫ ଦୁଇ ଜଣ ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାଗଡାହା ଥାନା ଅଞ୍ଚଳର ଦୟାଲ ବିଶ୍ୱାସ ଓ ବନଗାଉଁ ଥାନା ଅଞ୍ଚଳର ଆସିଫୁଲ ମଣ୍ଡଳ ବୋଲି ଜଣାପଡିଛି । ସେପଟେ ପ୍ରାୟ ୧୨୦ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍‌, ଗୋଟିଏ ମୋବାଇଲ ଫୋନ ଓ ନଗଦ ତିନି ହଜାର ଟଙ୍କା ଜବତ କରାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.