ETV Bharat / state

ପୁଣି ଧରାପଡିଲେ ୩ ଦଲାଲ, ଛଦ୍ମବେଶରେ ଏସସିବିରୁ ଗିରଫ କଲା ପୋଲିସ

author img

By ETV Bharat Odisha Team

Published : Feb 11, 2024, 10:39 PM IST

Etv Bharat
Etv Bharat

3 Broker Arrested: କଟକ ଏସସିବିରୁ ପୁଣି ତିନି ଦଲାଲ ଗିରଫ । ହସ୍ପିଟାଲର ନନ ଟ୍ରମା କାଜୁଆଲଟି ନିକଟରୁ ଗିରଫ କଲା ପୋଲିସ । ପୂର୍ବରୁ ୫ ଜଣ ଦଲାଲଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରିଥିଲା । ଅଧିକ ପଢନ୍ତୁ

ପୁଣି ଧରା ପଡିଲେ ୩ ଦଲାଲ, ଛଦ୍ମବେଶରେ ଏସସିବିରୁ ପୋଲିସ କଲା ଗିରଫ

କଟକ: ଏସସିବିରୁ ପୁଣି ତିନି ଦଲାଲ ଗିରଫ । ହସ୍ପିଟାଲର ନନ ଟ୍ରମା କାଜୁଆଲଟି ନିକଟରୁ ଗିରଫ କଲା ପୋଲିସ । ପୂର୍ବରୁ ୫ ଜଣ ଦଲାଲଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରିଥିଲା । କିନ୍ତୁ ଏଥର ପୋଲିସ ନିଜ ରଣନୀତିରେ ପରିବର୍ତ୍ତନ କରି ଛଦ୍ମବେଶରେ ନିଜେ ରୋଗୀ ସାଜିଥିଲେ । ଦଲାଲ ମାନେ ସେମାନଙ୍କୁ ଅନ୍ୟତ୍ର ପ୍ରାଇଭେଟ ହସ୍ପିଟାଲ ବା ନର୍ସିଂହୋମରେ ନେଇ ଯିବାକୁ ପ୍ରବର୍ତ୍ତାଉଥିବା ବେଳେ ଛଦ୍ମବେଶୀ ପୋଲିସ ହାବୁଡ଼ରେ ପଡିଥିଲେ । ଉକ୍ତ ୩ ଜଣ ଦଲାଲଙ୍କ ନାଁ ହେଉଛି ଶେଖ ରଇଫୁର ରହମାନ, ହିମାଂଶୁ ଶେଖର ପଣ୍ଡା ଓ ସରୋଜ ଭୋଇ ।

ଏସସିବି ମେଡିକାଲକୁ ଦଲାଲ୍ ମୁକ୍ତ କରିବାକୁ ପୋଲିସ୍ ଆଗକୁ ଆହୁରି ନୂତନ ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ ମାନେ କଟକ ଆସୁଥିବା ବେଳେ ଏହାର ସୁଯୋଗ ନେଇ ଦଲାଲ ମାନେ ରୋଗୀ ମାନଙ୍କୁ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରୁଥିବା ଅନେକ ସମୟରେ ନଜର ଆସିଛି । ତେବେ ଏହି ଗିରଫ ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହ ଯଦି କୌଣସି ଘରୋଇ ନର୍ସିଂହୋମ କିମ୍ବା ହସ୍ପିଟାଲର ସମ୍ପୃକ୍ତି ଜଣାପଡେ ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

ଏହା ମଧ୍ୟ ପଢନ୍ତୁ ... ଏସସିବିରୁ ୫ ଦଲାଲ ଗିରଫ, ରୋଗୀଙ୍କୁ ପଠାଉଥିଲେ ଘରୋଇ ହସ୍ପିଟାଲ

ସୂଚନାଯୋଗ୍ୟ ଯେ ପୂର୍ବରୁ ୫ ଜଣ ଦଲାଲଙ୍କୁ ପୋଲିସର ଏକ ସାଧା ପୋଷାକ ଟିମ ଗଠନ କରି ଗିରଫ କରିଥିଲା । "ସେମାନେ ଏସସିବି ମେଡିକାଲକୁ ଆସୁଥିବା ରୋଗୀ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ଟାର୍ଗେଟ କରୁଥିଲେ । କାଜୁଆଲିଟିରେ ନୂଆ କରି ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କୁ ତଥା ଆଉଟଡୋରରେ ଦୀର୍ଘ ସମୟ ଧରି ଅପେକ୍ଷାରତ ରୋଗୀ ଓ ପରିବାର ଲୋକଙ୍କୁ ନିଜ ମିଛ ଜାଲରେ ଫସାଉଥିଲେ । ଫଳରେ ଭଲ ସ୍ବାସ୍ଥ୍ୟ ସେବା ଖୋଜୁଥିବା ଲୋକ ମାନଙ୍କୁ ଭଲ ଟ୍ରିଟମେଣ୍ଟ, ଭଲ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସାର ପ୍ରତିଶୃତି ଦେଇ ପ୍ରାଇଭେଟ ନର୍ସିଂହୋମକୁ ଆଣୁଥିଲେ ।" ତେବେ ଏହି ରାକେଟରେ କୌଣସି ନର୍ସିଂ ହୋମ କିମ୍ବା ଡାକ୍ତରମାନଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ଚାଲିଛି ବୋଲି କହିଥିଲେ ଜୋନ 2 ଏସିପି ଅମିତାଭ ମହାପାତ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.